ପୁତିନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର !

The Sakala Picture
Published On

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ଅବଧି ଯେତିକି ବଢି ଚାଲିଛି ରାଷ୍ଟ୍ରପତି ପ୍ରତିନଙ୍କ ଅବଶତା ମଧ୍ୟ ସେତିକି ବଢିବାରେ ଲାଗିଛି । ୨୬ ଦିନରେ ପହଞ୍ଚିଥିବା ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିନ ଦିନକୁ ଦିନ ବିଚଳିତ ହେବାରେ ଲାଗିଛନ୍ତି। ବିଶେଷକରି ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆକୁ ବିଶ୍ବ ଦୁନିଆ ଆର୍ଥିକ ବାସନ୍ଦ କରିବା ପରେ ପୁତିନଙ୍କ ବାଚଳାମୀ ବଢିବାରେ ଲାଗିଛି। ଏହାସହିତ ଯୁଦ୍ଧଖୋର ପୁତିନଙ୍କୁ ମଧ୍ୟ ତୃତୀୟ ବିଶ୍ବ ଯୁଦ୍ଧର ଭୟବହତା ଘାରିଛି। ଏଭଳି ସ୍ଥିତିରେ […]

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ଅବଧି ଯେତିକି ବଢି ଚାଲିଛି ରାଷ୍ଟ୍ରପତି ପ୍ରତିନଙ୍କ ଅବଶତା ମଧ୍ୟ ସେତିକି ବଢିବାରେ ଲାଗିଛି । ୨୬ ଦିନରେ ପହଞ୍ଚିଥିବା ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିନ ଦିନକୁ ଦିନ ବିଚଳିତ ହେବାରେ ଲାଗିଛନ୍ତି। ବିଶେଷକରି ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆକୁ ବିଶ୍ବ ଦୁନିଆ ଆର୍ଥିକ ବାସନ୍ଦ କରିବା ପରେ ପୁତିନଙ୍କ ବାଚଳାମୀ ବଢିବାରେ ଲାଗିଛି। ଏହାସହିତ ଯୁଦ୍ଧଖୋର ପୁତିନଙ୍କୁ ମଧ୍ୟ ତୃତୀୟ ବିଶ୍ବ ଯୁଦ୍ଧର ଭୟବହତା ଘାରିଛି। ଏଭଳି ସ୍ଥିତିରେ ରୁଷିଆରେ ପୁତିନଙ୍କୁ ମନୋଭାବକୁ ନେଇ ଅସନ୍ତୋଷ ବଢିବାରେ ଲାଗିଥିବା ବେଳେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଏହାକୁ ନେଇ ପୁତିନ ତାଙ୍କ ପରିବାରକୁ ସର୍ବିଆ ସ୍ଥିତ ଏକ ଅଜ୍ଞାତ ସ୍ଥାନରେ ବଙ୍କର ମଧ୍ୟରେ ଲୁଚାଇ ରଖିଛନ୍ତି। ହେଲେ ତାଙ୍କ ସଚିବଙ୍କ ଠାରୁ ଆରମ୍ଭ କରି ରୋଷେୟା, ଅଙ୍ଗରକ୍ଷୀ ଏବଂ ଦୈନନ୍ଦିନ ନିକଟତମ କର୍ମଚାରୀଙ୍କ ନିକଟରୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୁତିନ ଆହୁରି ବିଚଳିତ ହୋଇପଡ଼ିଛନ୍ତି। ଯାହାର ପ୍ରତିଫଳନ ସୋମବାର ଦେଖିବାକୁ ମିଳିଛି। ପୁତିନଙ୍କୁ ହତ୍ୟା କରିବା ପାଇଁ ରୁଷିଆର ବିପକ୍ଷ ରାଜନୈତିକ ଦଳ ପକ୍ଷରୁ ଏବେ ଖୋଲା ଖୋଲି ଭାବେ ଡକରା ଦିଆଯାଇଛି। ଯାହାକୁ ନେଇ ପୁତିନ ନିଜର ୧ ହଜାର କର୍ମଚାରୀଙ୍କୁ ବରଖାସ୍ତ କରିଛନ୍ତି। ତାଙ୍କୁ ତାଙ୍କର ଅତି ନିକଟତମ କର୍ମଚାରୀ କିମ୍ବା କୌଣସି ଅଧିକାରୀ ବିଷ ଦେଇ ହତ୍ୟା କରିପାରନ୍ତି ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଯୁଦ୍ଧରେ ୧୪ ହଜାରରୁ ଅଧିକ ରୁଷ ସେନା ମୃତ୍ୟୁବରଣ କରିଥିବା ୟୁକ୍ରେନ ଦାବି କରିଛି । ଏଥ୍‌ସହିତ ବହୁ ପରିମାଣର ଯୁଦ୍ଧାସ୍ତ୍ରକୁ ମଧ୍ୟ ୟୁକ୍ରେନ ସେନା ଧ୍ଵଂସ କରିସାରିଲାଣି। ଏହାକୁ ନେଇ ରୁଷିଆର ପର୍ଯ୍ୟାପ୍ତ କ୍ଷତି ଘଟିଥିବା ବେଳେ ରୁଷ ବିରୋଧରେ ଅର୍ଥନୈତିକ କଟକଣା ମଧ୍ୟ ଜଟିଳ ସ୍ଥିତି ସୃଷ୍ଟି କଲାଣି। ଏହାସତ୍ତ୍ଵେ ରୁଷ ସେନା ନିଜ ଲକ୍ଷ୍ୟ ସାଧନରେ ସଫଳ ହୋଇପାରି ନାହିଁ। ଏହିସବୁ ଦୃଷ୍ଟିରେ ରଖି ଯୁଦ୍ଧ ବନ୍ଦ କରିବାକୁ ହେଲେ ରାଷ୍ଟ୍ରପତି ପ୍ରତିନଙ୍କୁ ହଟାଇବା ଏକମାତ୍ର ବିକଳ୍ପ ବୋଲି ବିରୋଧୀ ଦଳ ଖୋଲା ଖୋଲି ଭାବେ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର