କଂଗ୍ରେସ ଇତିହାସରେ ପ୍ରଥମ : ଚଳିତ ନିର୍ବାଚନରେ ସବୁଠୁ କମ୍ ଆସନରେ ଲଢ଼ିବ
୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏକ ଭିନ୍ନ ପରାମ୍ପରା ସୃଷ୍ଟି କରିବାକୁ ଯାଉଛି। ଦଳ ଏହି ନିର୍ବାଚନରେ ସବୁଠୁ କମ୍ ଆସନରେ ଲଢିବାକୁ ଯାଉଛି ଯାହାକି କଂଗ୍ରେସ ଇତିହାସରେ ପ୍ରଥମ। ବତ୍ତର୍ମାନ ସୁଦ୍ଧା କଂଗ୍ରେସ ପକ୍ଷରୁ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଥିଲା ବେଳେ ଆଗାମୀ ଦିନରେ ଆଉ ୨୦ ଜଣଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି। ଯଦି […]
୨୦୨୪ ଲୋକସଭା ନିର୍ବାଚନକୁ ନେଇ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଏକ ଭିନ୍ନ ପରାମ୍ପରା ସୃଷ୍ଟି କରିବାକୁ ଯାଉଛି। ଦଳ ଏହି ନିର୍ବାଚନରେ ସବୁଠୁ କମ୍ ଆସନରେ ଲଢିବାକୁ ଯାଉଛି ଯାହାକି କଂଗ୍ରେସ ଇତିହାସରେ ପ୍ରଥମ। ବତ୍ତର୍ମାନ ସୁଦ୍ଧା କଂଗ୍ରେସ ପକ୍ଷରୁ ୨୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୨୭୮ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଥିଲା ବେଳେ ଆଗାମୀ ଦିନରେ ଆଉ ୨୦ ଜଣଙ୍କ ନାମ ଘୋଷଣା କରାଯିବାର ସମ୍ଭାବନା ରହିଛି। ଯଦି ଏହା କରାଯାଏ ତେବେ ଚଳିତ ନିର୍ବାଚନରେ କଂଗ୍ରେସର ମୋଟ ପ୍ରାର୍ଥୀ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିବେ । ୫୪୩ ଲୋକସଭା ଆସନ ମଧ୍ୟରୁ ଦେଶର ସର୍ବ ପୁରାତନ ଦଳ ମାତ୍ର ୩୦୦ ଆସନରେ ଲଢିବା ସ୍ବାଧୀନତ୍ତୋର ରାଜନୀତିରେ ପ୍ରଥମ ବୋଲି କୁହାଯାଉଛି।
ତେବେ ଚଳିତ ନିର୍ବାଚନରେ କଂଗ୍ରେସ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇ ନିର୍ବାଚନ ଲଢୁଥିବାରୁ ଏଭଳି ସ୍ଥିତି ଉପୁଜିଛି ଥିବା କୁହାଯାଉଛି। କିନ୍ତୁ କମ୍ ଆସନରେ ଲଢେଇ କରି ଦଳ ଅଧିକ ଆସନରେ ବିଜୟୀ ହେବାକୁ ଲକ୍ଷ୍ୟ ରଖିବା କଥା ମଧ୍ୟ ଅନେକଙ୍କ ମନରେ ବିସ୍ମୟ ସୃଷ୍ଟି କରିଛି। କଂଗ୍ରେସ ୨୦୧୯ ନିର୍ବାଚନରେ ମୋଟ ୪୨୧ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା ବେଳେ ୨୦୧୪ରେ ୪୬୪ ଏବଂ ୨୦୦୯ ନିର୍ବାଚନ॥ରେ ୪୪୦ ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା। ପୂର୍ବରୁ କେବଳ ୨୦୦୪ ନିର୍ବାଚନରେ ସବୁଠୁ କମ୍ ଆସନ ଭାବେ ଦଳ ୪୧୭ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିଲା।
କିନ୍ତୁ ଚଳିତ ନିର୍ବାଚନରେ ଏହି ସଂଖ୍ୟା ସବୁଠାରୁ କମ୍ ରହିଛି। ୨୦୦୪ ଭଳି ସ୍ଥିତି ସହ ଦଳ ନିଜର ରଣନୀତିକୁ ତୁଳନା କରିଛି।୨୦୦୪ରେ ଦଳ ନିଜର ସହଯୋଗୀମାନଙ୍କ ପାଇଁ କମ ସଂଖ୍ୟକ ଆସନରେ ଲଢ଼ିଥିଲା। ଏଥିସହ ସହଯୋଗୀ ଦଳଗୁଡ଼ିକ ସହ ମିଶି ବିଜେପି ନେତୃତ୍ୱାଧୀନ ଏନଡିଏକୁ ଗାଦିଚ୍ୟୁତ କରିଥିଲା। ୨୦ ବର୍ଷ ପରେ ଦଳ ପୁଣି ସେହି ରଣନୀତିରେ ନିର୍ବାଚନ ଲଢିବାକୁ ଯାଉଛି ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଦଳୀୟ ପ୍ରବକ୍ତା ଜୟରାମ ରମେଶ କହିଛନ୍ତି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଇଣ୍ତିଆ ମେଣ୍ଟର ସଦସ୍ୟ ଦଳଙ୍କୁ ଅଧିକ ଗୁରୁତ୍ୱ ଦେଇ ଦଳ ନିଜର ଆସନ ସଂଖ୍ୟା ହ୍ରାସ କରିଛି।
ଏନସିପ, ଶିବସେନା, ସିପିଆଇ ଓ ସମାଜବାଦୀ ପାର୍ଟି ସହ କଂଗ୍ରେସ ବିଭିନ୍ନ ରାଜ୍ୟରେ ମେଣ୍ଟ କରିଥିବାରୁ ପୂର୍ବାପେକ୍ଷା କମ ଆସନରେ ନିଜର ପ୍ରାର୍ଥୀ ଦେଇଛି ବୋଲି ରମେଶ କହିଛନ୍ତି। ୨୦୦୪ରେ ଯେଉଁ ସ୍ଥିତି ଥିଲା ୨୦୨୪ରେ ତାହା ହିଁ ରହିଛି ବୋଲି ସେ କହିଛନ୍ତି। ଦଳ ଜାଣିଶୁଣି ୩ ରାଜ୍ୟରେ କମ ସଂଖ୍ୟକ ଆସନରେ ନିଜର ପ୍ରାର୍ଥୀ ଛିଡା କରିଛି। କାରଣ ଏବେ ଦେଶରେ ଏକ ଶକ୍ତିଶାଳୀ ଓ ପ୍ରଭାବୀ ମେଣ୍ଟର ଆବଶ୍ୟକତା ରହିଛି ବୋଲି ରମେଶ କହିଛନ୍ତି। କିନ୍ତୁ ବିଗତ ନିର୍ବାଚନକୁ ନେଇ କଂଗ୍ରେସର ଫଳାଫଳ ଯେଭଳି ରହିଛି ତାହାକୁ ବିଚାର କଲେ ଚଳିତ ନିର୍ବାଚନରେ କମ୍ ସଂଖ୍ୟକ ପ୍ରାର୍ଥୀଙ୍କୁ ନେଇ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ରାଜନୀତିକ ବିଶାରଦମାନେ ଆକଳନ କରୁଛନ୍ତି। ୨୦୧୯ ନିର୍ବାଚନରେ କଂଗ୍ରେସ ମାତ୍ର ୫୨ ଆସନରେ ବିଜୟୀ ହୋଇଥିଲା ବେଳେ ୨୦୧୪ରେ ମାତ୍ର ୪୪ଟି ଆସନରେ ସୀମିତ ରହିଥିଲା। ସେହିପରି ୨୦୦୯ରେ ଦଳ ୨୦୬ ଆସନରେ ବିଜୟୀ ହୋଇଥିଲା ବେଳେ ୨୦୦୪ରେ ୧୪୫ଟି ଆସନରେ ବିଜୟ ଲାଭ କରିଥିଲା। ଯାହାକି କେନ୍ଦ୍ରରେ ସରକାର ଗଢିବା ପାଇଁ ରହିଥିବା ମ୍ୟାଜିକ୍ ନମ୍ବର ଠାରୁ ଯଥେଷ୍ଟ କମ୍। ତେଣୁ ଚଳିତ ନିର୍ବାଚନରେ ଦଳ ନିଜ ଉପରେ କମ୍ ଭରସା କରି ମେଣ୍ଟକୁ ଅଧିକ ଗୁରୁତ୍ବ ଦେଇଥିବା କୁହାଯାଉଛି।