ନିର୍ବାଚନ ଫଳାଫଳ ପରେ ହିମାଚଳ ପ୍ରଦେଶରେ ଘୋଡ଼ାବେପାର ଭୟ, ରାଜ୍ୟ ବାହାରେ ରିସର୍ଟ ବୁକ କଲା କଂଗ୍ରେସ

The Sakala Picture
Published On

ନୂଆଦିଲ୍ଲୀ:  ହିମାଚଳ ପ୍ରଦେଶରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ସେଠାରେ ବିଜୟ ହୋଇଥିବା ନବନିର୍ବାଚିତ ବିଧାୟକମାନଙ୍କୁ  ତୁରନ୍ତ କଂଗ୍ରେସ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି। ସେଠାରୁ ସେମାନଙ୍କୁ ଚଣ୍ଡିଗଡ଼କୁ ନେବାକୁ ପ୍ରସ୍ତୁତି ଚାଲିଛି। ସୂଚନାନୁସାରେ, ନିର୍ବାଚନରେ ​​ଜିତିଥିବା କଂଗ୍ରେସ ଏହାର ସମସ୍ତ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇପାରେ। ଯାହାଦ୍ବାରା ସେମାନେ ବିଜେପି ନେତାଙ୍କ ସମ୍ପର୍କରୁ ଦୂରେଇ ରହିପାରିବେ। ଖବର ଅନୁଯାୟୀ, ରାୟପୁରର ମେଫେୟାର ରିସର୍ଟ ମଧ୍ୟ ବୁକ୍ ହୋଇଛି। ତେବେ ଏ […]

ନୂଆଦିଲ୍ଲୀ:  ହିମାଚଳ ପ୍ରଦେଶରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ସେଠାରେ ବିଜୟ ହୋଇଥିବା ନବନିର୍ବାଚିତ ବିଧାୟକମାନଙ୍କୁ  ତୁରନ୍ତ କଂଗ୍ରେସ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି। ସେଠାରୁ ସେମାନଙ୍କୁ ଚଣ୍ଡିଗଡ଼କୁ ନେବାକୁ ପ୍ରସ୍ତୁତି ଚାଲିଛି। ସୂଚନାନୁସାରେ, ନିର୍ବାଚନରେ ​​ଜିତିଥିବା କଂଗ୍ରେସ ଏହାର ସମସ୍ତ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇପାରେ। ଯାହାଦ୍ବାରା ସେମାନେ ବିଜେପି ନେତାଙ୍କ ସମ୍ପର୍କରୁ ଦୂରେଇ ରହିପାରିବେ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ଖବର ଅନୁଯାୟୀ, ରାୟପୁରର ମେଫେୟାର ରିସର୍ଟ ମଧ୍ୟ ବୁକ୍ ହୋଇଛି। ତେବେ ଏ ସମ୍ପର୍କରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ପାର୍ଟି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ହାଇକମାଣ୍ଡ ଛତିଶଗଡ ସିଏମ ଭୁପେଶ ବାଗେଲ ଏବଂ ପୂର୍ବତନ ହରିୟାଣା ସିଏମ ଭୁପିନ୍ଦର ସିଂ ହୁଡାଙ୍କୁ ହିମାଚଳ ପ୍ରଦେଶର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଉଭୟ ନେତା ହିମାଚଳ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲାଙ୍କ ସହ ଶିମଲା ଯିବେ।

ଆହୁରି ପଢ଼ନ୍ତୁ: ନିଟ୍ ପୁନଃ ପରୀକ୍ଷା: ପ୍ରଶ୍ନପତ୍ର ସୁରକ୍ଷା ପାଇଁ ବାୟୁସେନାର MI-17 ହେଲିକପ୍ଟର ମୁତୟନ, ୧୮ଟି ସ୍ଥାନରୁ ହେବ ଏୟାରଲିଫ୍ଟ

କଂଗ୍ରେସର ସାଧାରଣ ସମ୍ପାଦକ ବିକ୍ରମଦିତ୍ୟ ସିଂ କହିଛନ୍ତି ଯେ, ବିଜେପି ଏକ ବିଶୃଙ୍ଖଳିତ ଦଳ, କିନ୍ତୁ ଆମେ ଆମର ଭୁଲରୁ ଅନେକ କିଛି ଶିଖିଛୁ। ପ୍ରତୀଭା ସିଂ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ବିଧାନସଭା ପାର୍ଟିରେ ଆଲୋଚନା ହେବ। ଚୂଡାନ୍ତ ନିଷ୍ପତ୍ତି ପାର୍ଟି ହାଇ କମାଣ୍ଡ ଦ୍ୱାରା ନିଆଯିବ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କିଛି ସମୟ ପରେ ରାୟପୁରରୁ ଚଣ୍ଡିଗଡ଼ ଯିବେ। ବିମାନ ବନ୍ଦରରୁ ସେମାନେ ସିଧାସଳଖ ହୋଟେଲ ରେଡିସନ୍ ଯିବେ। ହିମାଚଳର ପରିସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରଣନୀତିକ ଆଲୋଚନା ହେବ। ଯଦି ଆବଶ୍ୟକତା ଅନୁଭବ ହୁଏ, ତେବେ ସେ ଶିମଲା ମଧ୍ୟ ଯିବେ। କଂଗ୍ରେସ ବିଧାନସଭା ପାର୍ଟିକୁ ଏକତ୍ର ରଖିବା ଦଳ ପାଇଁ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ବୋଲି ଭୁପେଶ କହିଛନ୍ତି।

ରାଜୀବ ଶୁକ୍ଲା କହିଛନ୍ତି ଯେ, ବର୍ତ୍ତମାନ ଭୁପେଶ ବାଗେଲ, ଭୁପେନ୍ଦ୍ର ହୁଡା ଏବଂ ମୁଁ ଚଣ୍ଡିଗଡ଼ ଯାଉଛି। ସେଠାକୁ ଯାଇ ଆମେ ଦେଖିବୁ ବିଧାୟକମାନଙ୍କୁ ଶିମଲା କିମ୍ବା ଚଣ୍ଡିଗଡ଼କୁ ଡାକିବାକୁ ପଡିବ କି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଯେକୌଣସି ସ୍ତରକୁ ଯାଇପାରେ । ସେଥିପାଇଁ ଆମେ ଆମ ବିଧାୟକଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବୁ।

08 Dec 2022 By The Sakala

ନିର୍ବାଚନ ଫଳାଫଳ ପରେ ହିମାଚଳ ପ୍ରଦେଶରେ ଘୋଡ଼ାବେପାର ଭୟ, ରାଜ୍ୟ ବାହାରେ ରିସର୍ଟ ବୁକ କଲା କଂଗ୍ରେସ

ନୂଆଦିଲ୍ଲୀ:  ହିମାଚଳ ପ୍ରଦେଶରେ କଂଗ୍ରେସ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଠନ କରିବାକୁ ଯାଉଛି। ଏଥିପାଇଁ ସେଠାରେ ବିଜୟ ହୋଇଥିବା ନବନିର୍ବାଚିତ ବିଧାୟକମାନଙ୍କୁ  ତୁରନ୍ତ କଂଗ୍ରେସ କାର୍ଯ୍ୟାଳୟକୁ ଆସିବାକୁ କୁହାଯାଇଛି। ସେଠାରୁ ସେମାନଙ୍କୁ ଚଣ୍ଡିଗଡ଼କୁ ନେବାକୁ ପ୍ରସ୍ତୁତି ଚାଲିଛି। ସୂଚନାନୁସାରେ, ନିର୍ବାଚନରେ ​​ଜିତିଥିବା କଂଗ୍ରେସ ଏହାର ସମସ୍ତ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେଇପାରେ। ଯାହାଦ୍ବାରା ସେମାନେ ବିଜେପି ନେତାଙ୍କ ସମ୍ପର୍କରୁ ଦୂରେଇ ରହିପାରିବେ।

ଖବର ଅନୁଯାୟୀ, ରାୟପୁରର ମେଫେୟାର ରିସର୍ଟ ମଧ୍ୟ ବୁକ୍ ହୋଇଛି। ତେବେ ଏ ସମ୍ପର୍କରେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ପାର୍ଟି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ହାଇକମାଣ୍ଡ ଛତିଶଗଡ ସିଏମ ଭୁପେଶ ବାଗେଲ ଏବଂ ପୂର୍ବତନ ହରିୟାଣା ସିଏମ ଭୁପିନ୍ଦର ସିଂ ହୁଡାଙ୍କୁ ହିମାଚଳ ପ୍ରଦେଶର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଉଭୟ ନେତା ହିମାଚଳ କଂଗ୍ରେସ ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲାଙ୍କ ସହ ଶିମଲା ଯିବେ।

କଂଗ୍ରେସର ସାଧାରଣ ସମ୍ପାଦକ ବିକ୍ରମଦିତ୍ୟ ସିଂ କହିଛନ୍ତି ଯେ, ବିଜେପି ଏକ ବିଶୃଙ୍ଖଳିତ ଦଳ, କିନ୍ତୁ ଆମେ ଆମର ଭୁଲରୁ ଅନେକ କିଛି ଶିଖିଛୁ। ପ୍ରତୀଭା ସିଂ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ବିଧାନସଭା ପାର୍ଟିରେ ଆଲୋଚନା ହେବ। ଚୂଡାନ୍ତ ନିଷ୍ପତ୍ତି ପାର୍ଟି ହାଇ କମାଣ୍ଡ ଦ୍ୱାରା ନିଆଯିବ।

ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କିଛି ସମୟ ପରେ ରାୟପୁରରୁ ଚଣ୍ଡିଗଡ଼ ଯିବେ। ବିମାନ ବନ୍ଦରରୁ ସେମାନେ ସିଧାସଳଖ ହୋଟେଲ ରେଡିସନ୍ ଯିବେ। ହିମାଚଳର ପରିସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ରଣନୀତିକ ଆଲୋଚନା ହେବ। ଯଦି ଆବଶ୍ୟକତା ଅନୁଭବ ହୁଏ, ତେବେ ସେ ଶିମଲା ମଧ୍ୟ ଯିବେ। କଂଗ୍ରେସ ବିଧାନସଭା ପାର୍ଟିକୁ ଏକତ୍ର ରଖିବା ଦଳ ପାଇଁ ବର୍ତ୍ତମାନ ସବୁଠାରୁ ବଡ ଆହ୍ବାନ ବୋଲି ଭୁପେଶ କହିଛନ୍ତି।

ରାଜୀବ ଶୁକ୍ଲା କହିଛନ୍ତି ଯେ, ବର୍ତ୍ତମାନ ଭୁପେଶ ବାଗେଲ, ଭୁପେନ୍ଦ୍ର ହୁଡା ଏବଂ ମୁଁ ଚଣ୍ଡିଗଡ଼ ଯାଉଛି। ସେଠାକୁ ଯାଇ ଆମେ ଦେଖିବୁ ବିଧାୟକମାନଙ୍କୁ ଶିମଲା କିମ୍ବା ଚଣ୍ଡିଗଡ଼କୁ ଡାକିବାକୁ ପଡିବ କି ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଯେକୌଣସି ସ୍ତରକୁ ଯାଇପାରେ । ସେଥିପାଇଁ ଆମେ ଆମ ବିଧାୟକଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର