ଅମରନାଥ ଯାତ୍ରାରେ ବାଦଲଫଟା ବର୍ଷା : ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ନିଖୋଜ

The Sakala Picture
Published On

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୧୦ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛଇ ବୋଲି ସୂଚନା ମିଳିଛି । ଏହା ସହିତ ବହୁ ଲୋକ ନିଖୋଜ ଥିବା ମଧ୍ୟ ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ […]

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୧୦ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛଇ ବୋଲି ସୂଚନା ମିଳିଛି । ଏହା ସହିତ ବହୁ ଲୋକ ନିଖୋଜ ଥିବା ମଧ୍ୟ ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: ଆଦିତ୍ୟ ଠାକରେ ଓ ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଲେ ଦିଶା ସାଲିଆନଙ୍କ ବାପା

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଥିଲା। ଯାହା ଫଳରେ ପ୍ରବଳ ବର୍ଷା ହେବା ସହ ବନ୍ୟାପାଣି ମାଡି ଆସିଥିଲା। ବନ୍ୟା ଯୋଗୁ ଶହଶହ ତୀର୍ଥ ଯାତ୍ରୀ ଫଶି ଯାଇଛନ୍ତି। ଘଟଣାସ୍ଥଳକୁ ରିଲିଫ ଓ ଉଦ୍ଧାରକାରୀଦଳ ପହଞ୍ଚି ଥିବା ବେଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଓ ବନ୍ୟାରେ ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ଓ ରିଲିଫ କେନ୍ଦ୍ର ପହଞ୍ଚା ଯାଉଛି। ଏହା ପୂର୍ବରୁ ୨୦୧୮ ମସିହା ଅମରନାଥ ଯାତ୍ରାବେଳେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଟାଟା ସନ୍ସ ଚେୟାରମ୍ୟାନ୍ ଭାବେ ଏନ୍. ଚନ୍ଦ୍ରଶେଖରନ୍‌ଙ୍କ କାର୍ଯ୍ୟକାଳ ଆହୁରି ୫ ବର୍ଷ ବୃଦ୍ଧି

ସୂଚନା ଅନୁସାରେ ଆଜି ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ କିଛି ତମ୍ବୁ ଓ ଲଙ୍ଗର ବନ୍ୟାରେ ଭାସିଯାଇଛି। ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଅଚାନକ ବାଦଫଟା ବର୍ଷା ହୋଇଥିଲା। ଅଚାନକ ନଦୀ ଭଳି ପାଣି ବୋହି ଆସିବା ଯୋଗୁ ଶ୍ରଦ୍ଧାଳୁଙ୍କ କ୍ୟାମ୍ପରେ ଦଉଡା ଧାପଡା ହୋଇଥିଲା। ବାଦଲଫଟା ବର୍ଷା ପରେ ଯାତ୍ରା ରୋକି ଦିଆଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ତମ୍ବୁ ପ୍ରଭାବିତ ହୋଇଛି। ଆଇଟିବିପି ଘଟଣାସ୍ଥଳରେ ପହଞ୍ଚି ଯାଇଥିବା ବେଳେ ଭୀଷଣ କ୍ଷୟକ୍ଷତିର ଅନୁମାନ କରାଯାଉଛି। ଆହତଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଉଛି। ଘଟଣାସ୍ଥଳରେ ଶହଶହ ଲୋକେ ଫଶି ରହିଥିବା କୁହାଯାଉଛି। ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଉଛି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର