୮ ନୂଆ ଭାଇରସ ଆବିଷ୍କାର କଲେ ଚିନ୍ ବୈଜ୍ଞାନିକ

The Sakala Picture
Published On

ବେଜିଂ: ବିଶ୍ବ କରୋନା ମହାମାରୀ ଓ ଏହାର ନୂଆ ଭାରିଆଣ୍ଟରୁ ମୁକୁଳିଛି। ତଥାପି ବେଳେବେଳେ ସାମ୍ନାକୁ ନୂଆ ଭାରିଆଣ୍ଟକୁ ନେଇ ତଥ୍ୟ ଆସିଥାଏ। ଭାଇରସର ସୃଷ୍ଟିକର୍ତ୍ତା ଚାଇନାକୁ ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ ଖଣ୍ଡନ କରିଛି। ତେବେ ଏତେ କଟକଣା ବାଦ-ବିବାଦ ଭିତରେ ବି ବାଦ୍‌ ପଡିନି ଚାଇନା। ଏହାରି ଭିତରେ ଚାଇନା ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି ।  ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି। […]

ବେଜିଂ: ବିଶ୍ବ କରୋନା ମହାମାରୀ ଓ ଏହାର ନୂଆ ଭାରିଆଣ୍ଟରୁ ମୁକୁଳିଛି। ତଥାପି ବେଳେବେଳେ ସାମ୍ନାକୁ ନୂଆ ଭାରିଆଣ୍ଟକୁ ନେଇ ତଥ୍ୟ ଆସିଥାଏ। ଭାଇରସର ସୃଷ୍ଟିକର୍ତ୍ତା ଚାଇନାକୁ ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ ଖଣ୍ଡନ କରିଛି। ତେବେ ଏତେ କଟକଣା ବାଦ-ବିବାଦ ଭିତରେ ବି ବାଦ୍‌ ପଡିନି ଚାଇନା। ଏହାରି ଭିତରେ ଚାଇନା ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି ।  ବର୍ତ୍ତମାନ ଚାଇନାର ବୈଜ୍ଞାନିକମାନେ ୮ଟି ନୂଆ ଭାଇରସ ଆବିଷ୍କାର କରିଛନ୍ତି। କରୋନା ଭଳି ଏହି ନୂଆ ଭାଇରସ ମଣିଷଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିପାରେ, ଯେଉଁଥିପାଇଁ ବିଶ୍ୱରେ ଆଉ ଏକ ମହାମାରୀର ସମ୍ଭାବନା ଦେଖାଯାଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଚାଇନାର ବୈଜ୍ଞାନିକମାନେ ହାଇନାନ ଦ୍ୱୀପରେ ଥିବା ମୂଷାମାନଙ୍କଠାରୁ ୭୦୦ ନମୁନା ସଂଗ୍ରହ କରିଥିଲେ। ସେଥିରୁ ସେମାନେ ଆଠଟି ନୂଆ ଭାଇରସ ପାଇଛନ୍ତି। ସେଥିମଧ୍ୟରୁ ଗୋଟିଏ କରୋନା ଭାଇରସ ସହିତ ସମାନ ଭାରିଆଣ୍ଟ ବୋଲି ସେମାନେ ଦାବି କରିଛନ୍ତି। ଚାଇନା ଆସୋସିଏସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ସହିତ ଜଡିତ ଭାଇରୋଲୋଜିକା ସିନିକା ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର