ଚୀନରେ ଲୁଣ ଓ ଚିନି ଲାଗି ଲମ୍ବାଧାଡ଼ି, ତାଇୱାନ୍ ସହ ଯୁଦ୍ଧ ଆଶଙ୍କା

The Sakala Picture
Published On

ବେଜିଂ: ଏବେ ଚୀନ୍‌ର ବଜାରଗୁଡ଼ିକରେ କୋଳାହଳମୟ ପରିସ୍ଥିତି। ଲୋକେ ଯିଏ ଯାହା ବାଟରେ ଅତ୍ୟାବଶକୀୟସାମଗ୍ରୀ ଘରକୁ କିଣି ଆଣୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଯୋଗାଣ ଓ ଚାହିଦା ସନ୍ତୁଳନ ରଖିବା ସମ୍ଭବ ହେଉନି। ଏଣୁ ମୂଲ୍ୟବୃଦ୍ଧି ଦେଖା ଦେଇଛି । ଦରଦାମ ନିୟନ୍ତ୍ରଣ ଲାଗି ଅଧିକାରୀ ନାକେଦମ ହେବା ପରେ ଅର୍ଥମନ୍ତ୍ରାଳୟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ଜରୁରି ସମୟ ଲାଗି ଘରେ ଅତ୍ୟାବଶକୀୟ ସାମଗ୍ରୀ ସାଇତି ରଖିବାକୁ କୁହାଯାଇଥିଲା ବୋଲି ମନ୍ତ୍ରାଳୟ […]

ବେଜିଂ: ଏବେ ଚୀନ୍‌ର ବଜାରଗୁଡ଼ିକରେ କୋଳାହଳମୟ ପରିସ୍ଥିତି। ଲୋକେ ଯିଏ ଯାହା ବାଟରେ ଅତ୍ୟାବଶକୀୟସାମଗ୍ରୀ ଘରକୁ କିଣି ଆଣୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଯୋଗାଣ ଓ ଚାହିଦା ସନ୍ତୁଳନ ରଖିବା ସମ୍ଭବ ହେଉନି। ଏଣୁ ମୂଲ୍ୟବୃଦ୍ଧି ଦେଖା ଦେଇଛି । ଦରଦାମ ନିୟନ୍ତ୍ରଣ ଲାଗି ଅଧିକାରୀ ନାକେଦମ ହେବା ପରେ ଅର୍ଥମନ୍ତ୍ରାଳୟ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ଜରୁରି ସମୟ ଲାଗି ଘରେ ଅତ୍ୟାବଶକୀୟ ସାମଗ୍ରୀ ସାଇତି ରଖିବାକୁ କୁହାଯାଇଥିଲା ବୋଲି ମନ୍ତ୍ରାଳୟ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ସେପଟେ ଦେଶରେ ପୁଣି କରୋନା ପ୍ରକୋପ ବଢିବାରେ ଲାଗିଛି। ସଂକ୍ରମଣ ରୋକିବା ଲାଗି ଲୋକଙ୍କୁ ଘରେ ପୁଣି ଘରେ ରହିବାକୁ ପଡୁଛି। ତାଇୱାନ ସହ ଉତ୍ତେଜନା ବଢ଼ିବଢ଼ି ଚାଲିଛି। କୌଣସି ସମୟରେ ହୁଏତ ଯୁଦ୍ଧ ଲାଗିଯିବ ବୋଲି ଚୀନ୍ ଲୋକେ ଅନୁଭବ କରୁଛନ୍ତି। ଏଥିରେ ଦୀର୍ଘ ୨୨ ମାସ ହେଲା ରାଷ୍ଟ୍ରପତି ସିଜିନପିଙ୍ଗ ସାର୍ବଜନିକ ଜୀବନରୁ ଦୂରେଇ ରହିବା ଦେଶରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଭିବୋରେ ଲୋକେ ନାନା ଆକଳନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଲଜ୍ଜ୍ୟା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା, କୁକୁର ଖାଉଥିବା ଗଳିତ ମୃତଦେହ ଉଦ୍ଧାର

ରରାଷ୍ଟ୍ରପତି ସି ଜିନପିଙ୍ଗ ଗତ ୨୨ ମାସ ହେଲା ଦେଶରୁ ବାହରକୁ ଗସ୍ତ କରିନାହାନ୍ତି। କେବଳ ଭିଡିଓ ଲିଙ୍କ ମାଧ୍ୟମରେ ଜିନପିଙ୍ଗ ବୈଶିକ ସମ୍ମିଳନୀରେ ସଂଯୁକ୍ତ ହେଉଛନ୍ତି। ଏପରିକି ଗ୍ଲାସଗୋ ସିଓପି-୨୬ ଜଳବାୟୁ ସମ୍ମିଳନୀରେ ଭାରତୀୟ ନେତା ଯୋଗଦେଇଥିବା ବେଳେ ଜିନପିଙ୍ଗ ସେଠାକୁ ଯାଇ ନାହାନ୍ତି। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନକୁ ଦେଶରେ ଲୋକେ ଗୁରୁତ୍ଵର ସହ ଗ୍ରହଣ କରିଛନ୍ତି। ସି ଜିନପିଙ୍ଗ ଜି-୨୦ ସିଓପି-୨୬ ଭଳି ସମ୍ମିଳନୀକୁ ଟାଳିବା ତାଙ୍କ ଲାଗି ମସ୍ତବଡ଼ ଭୁଲ ହେବ ବୋଲି ବାଇଡେନ କହିଛନ୍ତି। ତେବେ ନାଗରିକଙ୍କ ଚିନ୍ତା ଯେତିକି ରାଷ୍ଟ୍ରପତିଙ୍କ ପାଇଁନାହିଁ ତା ଠୁ ଅଧିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ମହଜୁଦ କରିବାରେ ଲାଗିଛନ୍ତି। କାରଣ ନାଗରିକଙ୍କୁ ଖାଦ୍ୟ ସାମଗ୍ରୀ ଘରେ ମହଜୁଦ ରଖିବାକୁ ସରକାର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭାଙ୍ଗିଗଲା ପୃଥ୍ୱୀ ଶ’ଙ୍କ ନିର୍ବନ୍ଧ: ଅଲଗା ହେଲେ କ୍ରିକେଟର ଓ ଅଭିନେତ୍ରୀ ଆକୃତି ଅଗ୍ରୱାଲ

ନାଗରିକ ଭାବୁଛନ୍ତି ହୁଏତ ତାଇୱାନ ସହ ଚୀନ୍ ଯୁଦ୍ଧକୁ ଯାଇପାରେ, ଏଥିଲାଗି ଏ ସବୁ କରାଯାଉଛି। ତେବେ କାରଣ ଯାହାବି ହେଉ ଦେଶରେ ଏବେ ଲୁଣ, ଚିନି, କିରୋସିନ ଲାଗି ଲମ୍ବାଧାଡି ଲାଗୁଛି। ତେବେ କରୋନା ଭାଇରସ ମହାମାରୀ ଓ ଅଦିନିଆ ବର୍ଷା ଲାଗି ସାମଗ୍ରୀ ମୂଲ୍ୟ ବୃଦ୍ଧି ଆଶଙ୍କାରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଇଛି। ଏଥିଲାଗି ସରକାର ଗଣମାଧ୍ୟମରେ ଲୋକଙ୍କ ଲାଗି ଘରେ ମହଜୁଦ କରିବାକୁଥିବା ସାମଗ୍ରୀର ସୂଚୀ ମଧ୍ୟ ଜାରି କରିଦେଇଛନ୍ତି।

ଏଥିରେ ଲୋକଙ୍କୁ ଘରେ ବିସ୍କୁଟ, ଶୀଘ୍ର ରୋଷେଇ ହୋଇପାରୁଥିବା ନୁଡୁଲସ୍, ଭିଟାମିନ ଟାବଲେଟ୍‌, ରେଡିଓ ଏବଂ ଟର୍ଜ ଲାଇଟ୍ ପାଖରେ ରଖିବାକୁ କୁହାଯାଇଛି। ଯାହା ଲୋକଙ୍କୁ ଅଧିକ ଆତଙ୍କିତ କରିଛି। ହେଲେ ସରକାର କାଳେ କରୋନା ପ୍ରକୋପ ବଢ଼ିଯିବ ଏଥିରେ ଅଚାନକ ଲକଡାଉନ ଜାରି କରିବାରେ ଯେପରି ଅସୁବିଧା ନ ହୁଏ ସେଥିଲାଗି ଲୋକଙ୍କୁ ଆଗୁଆ    ସତର୍କ କରାଯାଇଥିବା କହିଛନ୍ତି। ସେହିପରି ସି ଜିନପିଙ୍ଗ ୨୨ ମାସ ହେଲା ଘରେ ଲୁଚି ରହିବାର କାରଣ ମଧ୍ୟ କରୋନା ଭାଇରସ ମହାମାରୀ ବୋଲି ସରକାରୀ ସ୍ରୋତ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର