‘କୋଭିଡ କେବଳ ବାହାନା; ଭାରତ ଯୋଡ ଯାତ୍ରା ବନ୍ଦ କରିବାକୁ ଚାହୁଁଛି କେନ୍ଦ୍ର’: ରାହୁଲ ଗାନ୍ଧି

The Sakala Picture
Published On

ନୂଆଦିଲ୍ଲୀ: କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି । ହିନ୍ଦୁସ୍ତାନର […]

ନୂଆଦିଲ୍ଲୀ: କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ଚିଠି ଲେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କୋଭିଡ୍ ବାହାନା ଦେଖାଇ ବିଜେପି ଭାରତ ଯୋଡ଼ ଯାତ୍ରା ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ରାହୁଲ କହିଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଏବେ ଯାତ୍ରାକୁ ଅଟକାଇବା ପାଇଁ ନୂଆ ବାହାନା ବନାଯାଉଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ହିନ୍ଦୁସ୍ତାନର ଶକ୍ତି ଓ ସତ୍ୟତା ଦ୍ୱାରା ଏମାନେ ଭୟଭୀତ ହୋଇଯାଇଛନ୍ତି । ଏହା ସତ୍ୟ ଅଟେ । ଯାତ୍ରାରେ ଆମେ ଶହେ ଦିନରୁ ଅଧିକ ଚାଲି ସାରିଛୁ, ଯେଉଁଥିରେ ହିନ୍ଦୁ-ମୁସଲିମ-ସିଖ-ଇସାଇ ସବୁ ଜାତିର ଲୋକ ସାମିଲ ହୋଇଛନ୍ତି । ଭାରତ ଯୋଡୋ ଯାତ୍ରାର ଶକ୍ତି ଦେଖି ସରକାର ବିଚଳିତ ହୋଇପଡ଼ିଛନ୍ତି । ଏହାକୁ ବନ୍ଦ କରିବା ପାଇଁ ଏବେ କୋଭିଡର ସାହାରା ନେଇଛନ୍ତି ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଦେଶରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜନ ସମାଗମ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। ଭାରତ ଯୋଡୋ ଯାତ୍ରାରେ ହେଉଥିବା ଜନସମାଗମକୁ ଦେଖି ଏହାକୁ ବନ୍ଦ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାହୁଲଙ୍କୁ ଚିଠି ଲେଖିଥିଲେ ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର