କରୋନା ଟିକା ନେଲେ ଜମାରାଶି ଉପରେ ମିଳିବ ଅତିରିକ୍ତ ସୁଧ, ଏହି ବ୍ୟାଙ୍କ ଆଣିଲା ଅଫର

The Sakala Picture
Published On

ନୂଆଦିଲ୍ଲୀ :  ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ। କାରଣ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କରୋନା ଟିକା ନେଇସାରିଥିବା ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡୋଜ୍‌ ନେଇସାରିଥିବା ଲୋକଙ୍କ ପାଇଁ ଏକ ସ୍ପେଶାଲ ଫିକ୍ସଡ ସ୍କିମ୍‌ ଘୋଷଣା କରିଛି। ଏହି ସ୍କିମ୍‌ ଅଧୀନରେ ଭ୍ୟାକ୍ସିନ୍‌ ନେଇସାରିଥିବା ଲୋକଙ୍କୁ ଫିକ୍ସଡ ଡିପୋଜିଟ୍‌ ଉପରେ ଅତିରିକ୍ତ ସୁଧ ଦର ମିଳିବ। କରୋନା […]

ନୂଆଦିଲ୍ଲୀ :  ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ। କାରଣ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କରୋନା ଟିକା ନେଇସାରିଥିବା ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡୋଜ୍‌ ନେଇସାରିଥିବା ଲୋକଙ୍କ ପାଇଁ ଏକ ସ୍ପେଶାଲ ଫିକ୍ସଡ ସ୍କିମ୍‌ ଘୋଷଣା କରିଛି। ଏହି ସ୍କିମ୍‌ ଅଧୀନରେ ଭ୍ୟାକ୍ସିନ୍‌ ନେଇସାରିଥିବା ଲୋକଙ୍କୁ ଫିକ୍ସଡ ଡିପୋଜିଟ୍‌ ଉପରେ ଅତିରିକ୍ତ ସୁଧ ଦର ମିଳିବ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର 'ପ୍ରତିଶୋଧ' ଆକ୍ରମଣ: ନଷ୍ଟ ହେଲା ଏୟାର ଡିଫେନ୍ସ ଏବଂ ଟେଲିକମ୍ ଟାୱାର

କରୋନା ଟିକା ନେବାକୁ ଏବେବି କିଛି ଲୋକଙ୍କ ମନରେ ଭୟ ଥିବାରୁ ଓ ଟିକାକରଣ ପାଇଁ ସେତେ ଆଗ୍ରହ ଦେଖାଉନଥିବାରୁ ସେମାନଙ୍କୁ ଆକୃଷ୍ଟ କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ଘୋଷଣା କରିଛି । ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସ୍କିମ୍ ଅଧୀନରେ ୨୫ ଆଧାର ପଏଣ୍ଟ (୦.୨୫ ପ୍ରତିଶତ) ଅଧିକ ରିଟର୍ନ ପ୍ରଦାନ କରିବ । ଏହି ଯୋଜନାରେ ୧୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ସିବିଏସ୍ଇ ରିଭାଲୁଏସନ୍ ପୋର୍ଟାଲ୍ ଉପରେ ସାଇବର ଆକ୍ରମଣ: ୨ ମିନିଟରେ ୧୫ ଲକ୍ଷ ଥର ହ୍ୟାକ୍ ଉଦ୍ୟମ

ବ୍ୟାଙ୍କ କହିଛି, ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍‌ ସ୍କିମ୍‌’ ଉପରେ ଅତିରିକ୍ତ ୨୫ ବେସିସ୍‌ ପଏଣ୍ଟସ୍‌ ମିଳିବ। ଏହି ସ୍କିମ୍‌ ୧,୧୧୧ ଦିନରେ ମାଚ୍ୟୋର୍‌ ହେବ। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍‌ ଲଗାଇବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଏହି ସ୍କିମ୍‌ ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଏ ନେଇ ଟ୍ଵିଟରରେ ସୂଚନା ଦିଆଯାଇଛି।

ବ୍ୟାଙ୍କ ବର୍ତ୍ତମାନ ତିନି ବର୍ଷରୁ ଅଧିକ ଜମା ଉପରେ ୫.୧୦% ସୁଧ ହାର ପ୍ରଦାନ କରୁଛି। ତେବେ ଯଦି ଆପଣ ଟିକା ନେବେ ତେବେ ବ୍ୟାଙ୍କ ପକ୍ଷରୁ ଜମା ଯୋଜନା ଅଧୀନରେ ଏହାର ସୁଧ ହାର ୫.୩୫ ପ୍ରତିଶତ ହେବ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ଅଧିକ ରହିଛି। ଅର୍ଥାତ ଯଦି କେହି ବରିଷ୍ଠ ନାଗରିକ ଟିକା ନେଇଥାନ୍ତି ଓ ଏହି ଜମା ଯୋଜନା ଅଧୀନରେ ଟଙ୍କା ରଖୁଥାନ୍ତି ତେବେ ସେମାନଙ୍କୁ ୦.୨୫ ପ୍ରତିଶତ ନୁହେଁ ବରଂ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ । ଅର୍ଥାତ ବରିଷ୍ଠ ନାଗରିକଙ୍କୁ ୫.୬୦ପ୍ରତିଶତ ସୁଧ ହାର ମିଳିବ ।

13 Apr 2021 By The Sakala

କରୋନା ଟିକା ନେଲେ ଜମାରାଶି ଉପରେ ମିଳିବ ଅତିରିକ୍ତ ସୁଧ, ଏହି ବ୍ୟାଙ୍କ ଆଣିଲା ଅଫର

ନୂଆଦିଲ୍ଲୀ :  ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ। କାରଣ ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କରୋନା ଟିକା ନେଇସାରିଥିବା ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଡୋଜ୍‌ ନେଇସାରିଥିବା ଲୋକଙ୍କ ପାଇଁ ଏକ ସ୍ପେଶାଲ ଫିକ୍ସଡ ସ୍କିମ୍‌ ଘୋଷଣା କରିଛି। ଏହି ସ୍କିମ୍‌ ଅଧୀନରେ ଭ୍ୟାକ୍ସିନ୍‌ ନେଇସାରିଥିବା ଲୋକଙ୍କୁ ଫିକ୍ସଡ ଡିପୋଜିଟ୍‌ ଉପରେ ଅତିରିକ୍ତ ସୁଧ ଦର ମିଳିବ।

କରୋନା ଟିକା ନେବାକୁ ଏବେବି କିଛି ଲୋକଙ୍କ ମନରେ ଭୟ ଥିବାରୁ ଓ ଟିକାକରଣ ପାଇଁ ସେତେ ଆଗ୍ରହ ଦେଖାଉନଥିବାରୁ ସେମାନଙ୍କୁ ଆକୃଷ୍ଟ କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ଘୋଷଣା କରିଛି । ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସ୍କିମ୍ ଅଧୀନରେ ୨୫ ଆଧାର ପଏଣ୍ଟ (୦.୨୫ ପ୍ରତିଶତ) ଅଧିକ ରିଟର୍ନ ପ୍ରଦାନ କରିବ । ଏହି ଯୋଜନାରେ ୧୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।

ବ୍ୟାଙ୍କ କହିଛି, ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍‌ ସ୍କିମ୍‌’ ଉପରେ ଅତିରିକ୍ତ ୨୫ ବେସିସ୍‌ ପଏଣ୍ଟସ୍‌ ମିଳିବ। ଏହି ସ୍କିମ୍‌ ୧,୧୧୧ ଦିନରେ ମାଚ୍ୟୋର୍‌ ହେବ। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍‌ ଲଗାଇବାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଏହି ସ୍କିମ୍‌ ଆରମ୍ଭ କରିଛି। ବ୍ୟାଙ୍କ ତରଫରୁ ଏ ନେଇ ଟ୍ଵିଟରରେ ସୂଚନା ଦିଆଯାଇଛି।

ବ୍ୟାଙ୍କ ବର୍ତ୍ତମାନ ତିନି ବର୍ଷରୁ ଅଧିକ ଜମା ଉପରେ ୫.୧୦% ସୁଧ ହାର ପ୍ରଦାନ କରୁଛି। ତେବେ ଯଦି ଆପଣ ଟିକା ନେବେ ତେବେ ବ୍ୟାଙ୍କ ପକ୍ଷରୁ ଜମା ଯୋଜନା ଅଧୀନରେ ଏହାର ସୁଧ ହାର ୫.୩୫ ପ୍ରତିଶତ ହେବ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁଧ ହାର ଅଧିକ ରହିଛି। ଅର୍ଥାତ ଯଦି କେହି ବରିଷ୍ଠ ନାଗରିକ ଟିକା ନେଇଥାନ୍ତି ଓ ଏହି ଜମା ଯୋଜନା ଅଧୀନରେ ଟଙ୍କା ରଖୁଥାନ୍ତି ତେବେ ସେମାନଙ୍କୁ ୦.୨୫ ପ୍ରତିଶତ ନୁହେଁ ବରଂ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ । ଅର୍ଥାତ ବରିଷ୍ଠ ନାଗରିକଙ୍କୁ ୫.୬୦ପ୍ରତିଶତ ସୁଧ ହାର ମିଳିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର