ବିବାଦୀୟ ପ୍ରଶ୍ନକୁ ହଟାଇଲା ସିବିଏସଇ: ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ପୂର୍ଣ୍ଣ ମାର୍କ

The Sakala Picture
Published On

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ପଚରାଯାଇଥିବା ବିବାଦୀୟ ପ୍ରଶ୍ନ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ସୋମବାର ବୋର୍ଡ ଏହାକୁ ପ୍ରତ୍ୟାହାର କରିଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କହିଛି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର୍‌ରେ ପ୍ୟାସେଜ୍‌ ନମ୍ବର ୧ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନୁହେଁ। ଏହି କ୍ଷେତ୍ରରେ, ଏହାକୁ ପ୍ରଶ୍ନପତ୍ରରୁ ହଟାଇ ଦିଆଯାଉଛି। ସମସ୍ତ ଛାତ୍ରଛାତ୍ରୀମାନେ ଏହି ପ୍ୟାସେଜ୍‌ର ସମ୍ପୂର୍ଣ୍ଣ ମାର୍କ ପାଇବେ। ସିବିଏସ୍ଇ ବିଜ୍ଞପ୍ତିରେ କହିଛି […]

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ପଚରାଯାଇଥିବା ବିବାଦୀୟ ପ୍ରଶ୍ନ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ସୋମବାର ବୋର୍ଡ ଏହାକୁ ପ୍ରତ୍ୟାହାର କରିଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କହିଛି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର୍‌ରେ ପ୍ୟାସେଜ୍‌ ନମ୍ବର ୧ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନୁହେଁ। ଏହି କ୍ଷେତ୍ରରେ, ଏହାକୁ ପ୍ରଶ୍ନପତ୍ରରୁ ହଟାଇ ଦିଆଯାଉଛି। ସମସ୍ତ ଛାତ୍ରଛାତ୍ରୀମାନେ ଏହି ପ୍ୟାସେଜ୍‌ର ସମ୍ପୂର୍ଣ୍ଣ ମାର୍କ ପାଇବେ।

ଆହୁରି ପଢ଼ନ୍ତୁ: ପାରସ୍ୟ ଉପସାଗରରେ ଖସିପଡ଼ିଲା ଆମେରିକାର ସବୁଠାରୁ ଦାମୀ ଡ୍ରୋନ୍ MQ-4C ଟ୍ରାଇଟନ୍, ଇରାନ ଉପରେ ସନ୍ଦେହ

cbse

ଆହୁରି ପଢ଼ନ୍ତୁ: ହରମୁଜ୍ ପ୍ରଣାଳୀରୁ ଇରାନର ବାରୁଦ ସୁଡ଼ଙ୍ଗ ହଟାଇବ ଆମେରିକା: ଜାଣନ୍ତୁ କିପରି କାମ କରେ ମାଇନସ୍ୱିପର୍

ସିବିଏସ୍ଇ ବିଜ୍ଞପ୍ତିରେ କହିଛି ଯେ, ଦଶମ ଟର୍ମ -୧ ପରୀକ୍ଷାର ଇଂରାଜୀ ଭାଷା ଏବଂ ସାହିତ୍ୟ ପ୍ରଶ୍ନପତ୍ରର ଏକ ସେଟ୍ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନୁହେଁ। ଏହା ଉପରେ ଗ୍ରହଣ କରାଯାଇଥିବା ମତାମତକୁ ଆଧାର କରି ବୋର୍ଡ ବିଷୟ ବିଶେଷଜ୍ଞଙ୍କ ନିକଟକୁ ସମୀକ୍ଷା ପାଇଁ ପଠାଇଥିଲା। ତାଙ୍କ ସୁପାରିଶକୁ ଭିତ୍ତି କରି ପ୍ୟାସେଜ୍‌ ନମ୍ବର୧ ଏବଂ ଏହାର ସମ୍ବନ୍ଧୀୟ ପ୍ରଶ୍ନକୁ ପ୍ରଶ୍ନପତ୍ରରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରତିବଦଳରେ ଛାତ୍ରମାନଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ ବୋଲି ସିବିଏସ୍‌ଇ କହିଛି।

ଆହୁରି ପଢ଼ନ୍ତୁ: ଇରାନ ବନ୍ଦର ଉପରେ ଆମେରିକାର ଅବରୋଧ ‘ବିପଜ୍ଜନକ ଓ ଦାୟିତ୍ୱହୀନ’: ଚୀନ

13 Dec 2021 By The Sakala

ବିବାଦୀୟ ପ୍ରଶ୍ନକୁ ହଟାଇଲା ସିବିଏସଇ: ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ପୂର୍ଣ୍ଣ ମାର୍କ

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ପଚରାଯାଇଥିବା ବିବାଦୀୟ ପ୍ରଶ୍ନ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ସୋମବାର ବୋର୍ଡ ଏହାକୁ ପ୍ରତ୍ୟାହାର କରିଦେଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କହିଛି ଯେ ଦଶମ ଶ୍ରେଣୀ ଇଂରାଜୀ ପେପର୍‌ରେ ପ୍ୟାସେଜ୍‌ ନମ୍ବର ୧ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନୁହେଁ। ଏହି କ୍ଷେତ୍ରରେ, ଏହାକୁ ପ୍ରଶ୍ନପତ୍ରରୁ ହଟାଇ ଦିଆଯାଉଛି। ସମସ୍ତ ଛାତ୍ରଛାତ୍ରୀମାନେ ଏହି ପ୍ୟାସେଜ୍‌ର ସମ୍ପୂର୍ଣ୍ଣ ମାର୍କ ପାଇବେ।

cbse

ସିବିଏସ୍ଇ ବିଜ୍ଞପ୍ତିରେ କହିଛି ଯେ, ଦଶମ ଟର୍ମ -୧ ପରୀକ୍ଷାର ଇଂରାଜୀ ଭାଷା ଏବଂ ସାହିତ୍ୟ ପ୍ରଶ୍ନପତ୍ରର ଏକ ସେଟ୍ ବୋର୍ଡର ନିର୍ଦ୍ଦେଶାବଳୀ ଅନୁଯାୟୀ ନୁହେଁ। ଏହା ଉପରେ ଗ୍ରହଣ କରାଯାଇଥିବା ମତାମତକୁ ଆଧାର କରି ବୋର୍ଡ ବିଷୟ ବିଶେଷଜ୍ଞଙ୍କ ନିକଟକୁ ସମୀକ୍ଷା ପାଇଁ ପଠାଇଥିଲା। ତାଙ୍କ ସୁପାରିଶକୁ ଭିତ୍ତି କରି ପ୍ୟାସେଜ୍‌ ନମ୍ବର୧ ଏବଂ ଏହାର ସମ୍ବନ୍ଧୀୟ ପ୍ରଶ୍ନକୁ ପ୍ରଶ୍ନପତ୍ରରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରତିବଦଳରେ ଛାତ୍ରମାନଙ୍କୁ ପୂର୍ଣ୍ଣ ମାର୍କ ଦିଆଯିବ ବୋଲି ସିବିଏସ୍‌ଇ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର