ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ନୂଆ ଦଳ ଗଢିବେ କ୍ୟାପଟେନ ଅମରିନ୍ଦର ସିଂହ

The Sakala Picture
Published On

ଚଣ୍ଡିଗଡ଼: ପ୍ରାୟ ଦୁଇ ଦଶନ୍ଧି ପରେ ପଞ୍ଜାବରେ କଂଗ୍ରେସରେ ଅସ୍ଥିରତା ଦେଖିବାକୁ ମିଳିଛି। କ୍ୟାପଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବାକୁ ଘୋଷଣା କରି ତାଙ୍କର ତୀକ୍ଷ୍ଣ ମନୋଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ କିଛି ବରିଷ୍ଠ  ଅସନ୍ତୁଷ୍ଟଥିବା କର୍ମୀମାନଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି କ୍ୟାପଟେନ। ସୂଚନାନୁସାରେ, ନୂଆ ଦଳ ଗଢ଼ିବା ପାଇଁ କ୍ୟାପ୍‌ଟେନ୍ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା ଆରମ୍ଭ କରି […]

ଚଣ୍ଡିଗଡ଼: ପ୍ରାୟ ଦୁଇ ଦଶନ୍ଧି ପରେ ପଞ୍ଜାବରେ କଂଗ୍ରେସରେ ଅସ୍ଥିରତା ଦେଖିବାକୁ ମିଳିଛି। କ୍ୟାପଟେନ ଅମରିନ୍ଦର ସିଂହ ବର୍ତ୍ତମାନ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବାକୁ ଘୋଷଣା କରି ତାଙ୍କର ତୀକ୍ଷ୍ଣ ମନୋଭାବ ବିଷୟରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ରାଜ୍ୟରେ କିଛି ବରିଷ୍ଠ  ଅସନ୍ତୁଷ୍ଟଥିବା କର୍ମୀମାନଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି କ୍ୟାପଟେନ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନାନୁସାରେ, ନୂଆ ଦଳ ଗଢ଼ିବା ପାଇଁ କ୍ୟାପ୍‌ଟେନ୍ ତାଙ୍କ ସମର୍ଥକଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଛନ୍ତି। କ୍ୟାପଟେନଙ୍କ ଦଳର ସମସ୍ତଙ୍କ ସହ ଯୋଗାଯୋଗରେ ଅଛନ୍ତି। କ୍ୟାପଟେନ କଂଗ୍ରେସ ଛାଡିବା ପରେ ନିଜର ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ ନିର୍ବାଚନରେ ​​ନବଜୋତ ସିଂ ସିଦ୍ଧୁ କ୍ୟାପଟେନଙ୍କ ନିକଟତରଥିବା ଅନେକ ନେତାଙ୍କ ଟିକେଟ୍ କାଟି ପାରନ୍ତି। ଏଭଳି ପରିସ୍ଥିତିରେ କ୍ୟାପଟେନ ସେହି ନେତା ଏବଂ ସହକର୍ମୀଙ୍କୁ ତାଙ୍କ ଦଳରେ ସାମିଲ କରିବେ। ଅନେକ ରାଜନେତା କ୍ୟାପଟେନଙ୍କ ସହ ଜୋଡି ହୋଇ ପାରନ୍ତି ବୋଲି ଜଣାପଡ଼ିଛି। କ୍ୟାପଟେନଙ୍କ ନିକଟବର୍ତ୍ତୀ  ଗୁରୁପ୍ରୀତ ସିଂ କଙ୍ଗଡ଼, ସୁନ୍ଦର ଶ୍ୟାମ ଆରୋଡା, ସାଧୁ ସିଂହ ଧରମସୋତ, ବଲବୀର ସିଂହ ସିଦ୍ଧୁଙ୍କ ସମେତ ଅନେକ ମନ୍ତ୍ରୀଙ୍କୁ ସାମିଲ ଅଛନ୍ତି। ସମସ୍ତେ ସିଦ୍ଧୁଙ୍କ ଉପରେ ଖପ୍ପାଥିବା ଜପାପଡ଼ିଛି। ତେଣୁ କ୍ୟାପଟେନ ଉକ୍ତ ଅସନ୍ତୁଷ୍ଟ ନେତାମାନଙ୍କୁ ନେଇ ନିଜ  ଦଳ ଆରମ୍ଭ କରିବାକୁ ଯାଉଥିବା ସୂଚନା ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ବୁଧବାର କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ। ତେଣୁ ସେ ବିଜେପିରେ ଯୋଗ ଦେବେ ବୋଲି ଆକଳନ କରାଯାଉଥିଲା। ତେବେ ଗତକାଲି ଚଣ୍ଡିଗଡ଼ ଫେରିବା ପରେ ସେ ସ୍ପଷ୍ଟ କରିଥିଲେ ଯେ ସେ ବିଜେପିକୁ ଯିବେ ନାହିଁ। ଏହା ସହିତ ସେ କଂଗ୍ରେସ ସହିତ ବି ସଂପର୍କ ଚ୍ଛିନ୍ନ କରିଛନ୍ତି। ସେ କହିଥିଲେ, ମୁଁ ଆଜି କଂଗ୍ରେସ ଛାଡ଼ୁଛି। କିନ୍ତୁ ମୁଁ ବିଜେପି ଯାଉ ନାହିଁ। କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଁ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କରିଥିଲି। ଗତକାଲି କ୍ୟାପ୍‌ଟେନ୍‌ ଆହୁରି କହିଥିଲେ ଯେ ଆଗାମୀ ବିଧାନସଭା ନିର୍ବାଚନରେ ସେ ନବଜୋତ ସିଂହ ସିଦ୍ଧୁଙ୍କୁ ଜିତିବାକୁ ଦେବେ ନାହିଁ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସୂଚନାଯୋଗ୍ୟ, ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ପ୍ରଦେଶ କଂଗ୍ରେସର ସଭାପତି ହେବା ପରେ ନିକଟରେ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନି ଶପଥ ନେବାର ଅଳ୍ପ କେଇ ଦିନ ମଧ୍ୟରେ ଅପ୍ରତ୍ୟାଶିତ ଘଟଣାକ୍ରମେ ମଙ୍ଗଳବାର ସିଦ୍ଧୁ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ତେବେ ଗତକାଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହିତ ତାଙ୍କର ଆଲୋଚନା ହୋଇଛି। ଏହି ଆଲୋଚନା ପରେ ସିଦ୍ଧୁଙ୍କ ମନ ବଦଳିଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର