ଅମିତ ଶାହଙ୍କ ଘରେ କ୍ୟାପଟେନ୍‌ ଅମରିନ୍ଦର ସିଂହ, ବିଜେପିରେ ଯୋଗ ଦେଇ କୃଷିମନ୍ତ୍ରୀ ହେବା ନେଇ ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଘରେ ଭେଟିଛନ୍ତି। ନୂଆଦିଲ୍ଲୀର ୬ଏ, କୃଷ୍ଣ ମେନନ୍‌ ମାର୍ଗରେ ଥିବା ଶାହାଙ୍କ ବାସଭବନରେ ଶାହାଙ୍କୁ କ୍ୟାପ୍‌ଟେନ୍‌ ସାକ୍ଷାତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଆଜିର ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି। ଅନ୍ୟପଟେ କ୍ୟାପଟେନ୍‌ ଅମରିନ୍ଦର […]

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ତାଙ୍କ ଘରେ ଭେଟିଛନ୍ତି। ନୂଆଦିଲ୍ଲୀର ୬ଏ, କୃଷ୍ଣ ମେନନ୍‌ ମାର୍ଗରେ ଥିବା ଶାହାଙ୍କ ବାସଭବନରେ ଶାହାଙ୍କୁ କ୍ୟାପ୍‌ଟେନ୍‌ ସାକ୍ଷାତ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀପଦବୀରୁ ଇସ୍ତଫା ଦେବା ପରେ ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଆଜିର ସାକ୍ଷାତ ରାଜନୈତିକ ମହଲରେ ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଅନ୍ୟପଟେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଲେ ତାଙ୍କୁ ମୋଦୀ କ୍ୟାବିନେଟରେ ସାମିଲ କରାଯିବା ସହ କୃଷି ମନ୍ତ୍ରଣାଳୟ ଦାୟିତ୍ବ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଆଗକୁ ପଞ୍ଜାବର ବିଧାନସଭା ନିର୍ବାଚନ ରହିଥିବା ବେଳେ କ୍ୟାପଟେନ୍‌ ଅମରିନ୍ଦର ସିଂହ ବିଜେପି ପାଇଁ ଏକ ବଡ ଚେହେରା ହୋଇପାରିବେ । ଏଥି ସହିତ କ୍ୟାପଟେନ୍‌ ଅମରିନ୍ଦର ସିଂହ କୃଷି ଆଇନକୁ ନେଇ କୃଷକମାନଙ୍କ ସହ ଆଲୋଚନା କରି ସମାଧାନର ଏକ ରାସ୍ତା ବାହାର କରିପାରନ୍ତି। ଯାହା ବିଜେପି ପାଇଁ ପଞ୍ଜାବରେ ଶୁଭଙ୍କର ସାବ୍ୟସ୍ତ ହେବ। ଆସନ୍ତାବର୍ଷ ପଞ୍ଜାବରେ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ନିଜର ସ୍ଥିତିକୁ ସୁଦୃଢ କରିବାକୁ ଚାହୁଁଛି ବିଜେପି ଯାହା କ୍ୟାପଟେନ୍‌ ଅମରିନ୍ଦର ସିଂହ ଦଳରେ ଯୋଗଦାନ ପରେ ସମ୍ଭବ ହେବ ବୋଲି ଆଶା ରଖିଛି ବିଜେପି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ


ଅନ୍ୟପଟେ କ୍ୟାପଟେନ ଅମରିନ୍ଦର ସିଂ ଉଭୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ରହିଆସିଛନ୍ତି । ତାଙ୍କ ରାଷ୍ଟ୍ରବାଦୀ ଶୈଳୀକୁ ବିଜେପିର ଶୀର୍ଷ ନେତୃତ୍ୱ ପସନ୍ଦ କରନ୍ତି । ଜାତୀୟ ସୁରକ୍ଷା ପ୍ରସଙ୍ଗରେ କ୍ୟାପଟେନ୍‌ ଅନେକ ଥର କଂଗ୍ରେସର ପାର୍ଟି ଲାଇନ୍‌ ଭାଙ୍ଗିଛନ୍ତି । ଯେତେବେଳେ ବି ଦେଶ ତଥା ସେନା କଥା ଆସେ, ସେ କେନ୍ଦ୍ରର ବିଜେପି ସରକାରଙ୍କ ସହିତ ଛିଡ଼ା ହୁଅନ୍ତି । ସେହି ଦୃଷ୍ଟିରୁ କ୍ୟାପଟେନ୍‌ ବିଜେପି ପ୍ରତି ଆକୃଷ୍ଠ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ ଅମରିନ୍ଦର ସିଂହ ନିଜର ଆଗାମୀ ପଦକ୍ଷେପ ବିଷୟରେ କିଛି ମୁହଁ ଖୋଲି କହି ନାହାନ୍ତି। ହେଲେ ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିବା ପଞ୍ଜାବ ରାଜନୀତିରେ ଚହଳ ପକାଇଛି। ଇସ୍ତଫା ଦେବା ପରେ କ୍ୟାପଟେନ୍ କହିଥିଲେ ଯେ, ତାଙ୍କ ପାଖରେ ସବୁ ବିକଳ୍ପ ଖୋଲା ଅଛି। ସେ ନିଜର ସହଯୋଗୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ନିଷ୍ପତ୍ତି ନେବେ ବୋଲି କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର