କାଲିଫର୍ଣ୍ଣିଆ ଜଙ୍ଗଲରେ ଦେଢ ବର୍ଷ ହେଲାଣି ଜଳୁଛି ଗୋଟିଏ ଗଛ, ଏ ଯାଏଁ ବି ସମ୍ପୂର୍ଣ୍ଣ ଜଳିନି…..

The Sakala Picture
Published On

ବେଳେ ବେଳେ ଆମ ଚତୁପାର୍ଶ୍ବରେ ଏମିତି ଅଦ୍ଭୁତ ଘଟଣା ଘଟେ ଆମେ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରୁନା ।  ସାଧାରଣତ ଯେକୌଣସି ଗଛରେ ନିଆଁ ଲଗିଲେ ସର୍ବାଧିକ ୨ କିମ୍ବା ୩ ଦିନ ପରେ ପାଉଁଶ ହୋଇଯାଇଥାଏ। ହେଲେ ଏମିତି ଏକ ଘଟଣା ଏବେ କାଲିଫର୍ଣ୍ଣିଆ ଜଙ୍ଗଲରେ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କୁ ମଧ୍ୟ ଚକିତ କରି ଦେଇଛି। ଗୋଟିଏ ଗଛ ଦେଢ ବର୍ଷ ହେବ ଜଳୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରେ […]

ବେଳେ ବେଳେ ଆମ ଚତୁପାର୍ଶ୍ବରେ ଏମିତି ଅଦ୍ଭୁତ ଘଟଣା ଘଟେ ଆମେ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରୁନା ।  ସାଧାରଣତ ଯେକୌଣସି ଗଛରେ ନିଆଁ ଲଗିଲେ ସର୍ବାଧିକ ୨ କିମ୍ବା ୩ ଦିନ ପରେ ପାଉଁଶ ହୋଇଯାଇଥାଏ। ହେଲେ ଏମିତି ଏକ ଘଟଣା ଏବେ କାଲିଫର୍ଣ୍ଣିଆ ଜଙ୍ଗଲରେ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କୁ ମଧ୍ୟ ଚକିତ କରି ଦେଇଛି। ଗୋଟିଏ ଗଛ ଦେଢ ବର୍ଷ ହେବ ଜଳୁଥିବା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଆକ୍ସନରେ ଥଲାପତି ବିଜୟ; ଶପଥ ଗ୍ରହଣ ପରେ ପୂରଣ କଲେ ୩ ବଡ଼ ପ୍ରତିଶ୍ରୁତି

ଆହୁରି ପଢ଼ନ୍ତୁ: ଅଖିଳେଶ ଯାଦବଙ୍କ ସାବତ ଭାଇ ପ୍ରତୀକ ଯାଦବଙ୍କ ପରଲୋକ: ୩୮ ବର୍ଷ ବୟସରେ ଆଖି ବୁଜିଲେ ମୁଲାୟମଙ୍କ ସାନ ପୁଅ

ସୂଚନା ଅନୁଯାୟୀ, ୨୦୨୦ ମସିହାରେ କାଲିଫର୍ନିଆର ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ଜଙ୍ଗଲରେ ୧.୫ ଲକ୍ଷ ଏକର ଜମିରେ ବ୍ୟାପିଥିବା ଲକ୍ଷ ଲକ୍ଷ ଗଛକୁ ପାଉଁଶ କରିଦେଇଥିଲା। ନିକଟରେ ଜାତୀୟ ଉଦ୍ୟାନ କର୍ମଚାରୀଙ୍କ ଏକ ଟିମ୍ ଏହି ଜଙ୍ଗଲରେ ପହଞ୍ଚି ଅଗ୍ନିକାଣ୍ଡ ଘଟାଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ। ଏହି ସମୟରେ, ଯେତେବେଳେ ସେ ଏକ ସିକୁଆ ଗଛ ଦେଖିଥିଲେ, ସେ ତାଙ୍କ ଆଖିରେ ବିଶ୍ବାସ କରିପାରିଲେ ନାହିଁ। ଏହି ଗଛରୁ ପ୍ରଚୁର ଧୂଆଁ ନିର୍ଗତ ହେଉଥିଲା। ଧୂଆଁ  ବାହାରିବା କରାଣ ପାଇଁ ଗଛକୁ ପରୀକ୍ଷା କରାଯାଇଥିଲା।  ପରୀକ୍ଷାରେ ଜାଣିବାକୁ ପାଇଥିଲେ ଯେ, ସେକୁଆର ଏହି ଗଛଟି ବହୁତ ପୁରୁଣା ଏବଂ ଗତ ଦେଢ ବର୍ଷ ଧରି ନିଆଁରେ ଜଳୁଛି।

ଆହୁରି ପଢ଼ନ୍ତୁ: ଚାରଧାମ ଯାତ୍ରାରେ ରେକର୍ଡ ଭିଡ଼ ମଧ୍ୟରେ ବଢୁଛି ମୃତ୍ୟୁସଂଖ୍ୟା: ୨୫ ଦିନରେ ୪୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, କେଦାରନାଥରେ ସର୍ବାଧିକ

ଯେତେବେଳେ ବୈଜ୍ଞାନିକମାନେ ଏତେ ଦିନ ପର୍ଯ୍ଯନ୍ତ ଏକ ଗଛ ଜଳୁଥିବାର ଖବର ପାଇଥିଲେ ଆଶ୍ଚର୍ଯ୍ଯ ହୋଇଯାଥିଲେ। ପରେ ଏହାକୁ ପରୀକ୍ଷା କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ଗତ ବର୍ଷ ଅଗ୍ନିକାଣ୍ଡରେ ଏହି ସିକୁଆ ଗଛଟି ସମ୍ପୂର୍ଣ୍ଣ ଜଳି ନ ଥିଲା। ଏହି ଗଛ ଭିତରେ ଥିବା ଅଙ୍ଗାର କାରଣରୁ ଏହା ଧୀରେ ଧୀରେ ଜଳୁଥିଲା। ଏଥି ସହିତ ଗଛର ଅଗ୍ରଭାଗ ଏ ଯାଏଁ ମଧ୍ଯ ଜଳି ନାହିଁ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବର୍ଷା କାରଣରୁ  ଏହି ଗଛ ସମ୍ପୂର୍ଣ୍ଣ ଜଳିବାରେ ସକ୍ଷମ ହୋଇ ନାହିଁ। ଶୀତ ସମୟରେ ଏହି ଅଞ୍ଚଳରେ ବହୁତ ତୁଷାରପାତ ହୋଇଥାଏ । ଏହି ତୁଷାରପାତ ମଧ୍ୟ ଏହି ଗଛକୁ ସଂପୂର୍ଣ୍ଣ ଜଳିବାକୁ ଦେଇ ନାହିଁ।  ଆଞ୍ଚ ଭିତରେ ଯେମେତି କୋଇଲା ଜଳୁଥାଏ। ଏହି ଗଛ ମଧ୍ୟ ଭିତିରେ ଭିତରେ ସେହପରି ଜଳୁଛି। ଏହି ଗଛର ନାଁ ବୈଜ୍ଞାନିକମାନେ ଜିଆଁଣ୍ଟ ସେକୁଆ ଦେଇଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ,  ସେକୁଆ ଗଛର ବୃଦ୍ଧିରେ ଅଗ୍ନିର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଯେତେବେଳେ ନିଆଁ କିମ୍ବା ଖରାର ଧାସ ଗଛର ଡାଳରେ ପହଞ୍ଚେ । ଏହି ଧାସରେ ଏହାର ମଞ୍ଜିର ବାହାର ଆବରଣ ଖୋଲି ତଳେ ପଡ଼ିଥାଏ। ପରେ ଏହି ମଞ୍ଜିଗୁଡ଼ିକ ଏକ ନୂତନ ଗଛ ଆକାର ନେଇଥାଏ।

ଏହି ଜଳୁଥିବା ଗଛର ଚର୍ଚ୍ଚା ଏବେ ଚାରିଆଡେ ହେଉଛି। ଗଛଟି ଜଳୁଥିବାର ଦେଖି ଅନେକ ବିଶେଷଜ୍ଞ ମଧ୍ଯ ଚିନ୍ତିତ ଅଛନ୍ତି। ସେମାନେ କହିଛନ୍ତି ଯେ, ଏହି ଗଛରେ ଜଳିବା ଏକ ପ୍ରମାଣ ଯେ ଏହି ଅଞ୍ଚଳରେ ପ୍ରଚୁର ଉତାପ ଏବଂ ମରୁଡ଼ି ପରିସ୍ଥିତି ରହିଛି। ଯଦି ପୁନର୍ବାର ଏହି ଜଙ୍ଗଲରେ ନିଆଁ ଲଗେ, ତେବେ ଏକ ଭୟଙ୍କର ଅଗ୍ନିକାଣ୍ଡ ପୁନର୍ବାର ଘଟିପାରେ।

10 Jun 2021 By The Sakala

କାଲିଫର୍ଣ୍ଣିଆ ଜଙ୍ଗଲରେ ଦେଢ ବର୍ଷ ହେଲାଣି ଜଳୁଛି ଗୋଟିଏ ଗଛ, ଏ ଯାଏଁ ବି ସମ୍ପୂର୍ଣ୍ଣ ଜଳିନି…..

ବେଳେ ବେଳେ ଆମ ଚତୁପାର୍ଶ୍ବରେ ଏମିତି ଅଦ୍ଭୁତ ଘଟଣା ଘଟେ ଆମେ ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରୁନା ।  ସାଧାରଣତ ଯେକୌଣସି ଗଛରେ ନିଆଁ ଲଗିଲେ ସର୍ବାଧିକ ୨ କିମ୍ବା ୩ ଦିନ ପରେ ପାଉଁଶ ହୋଇଯାଇଥାଏ। ହେଲେ ଏମିତି ଏକ ଘଟଣା ଏବେ କାଲିଫର୍ଣ୍ଣିଆ ଜଙ୍ଗଲରେ ଦେଖିବାକୁ ମିଳିଛି। ବୈଜ୍ଞାନିକଙ୍କୁ ମଧ୍ୟ ଚକିତ କରି ଦେଇଛି। ଗୋଟିଏ ଗଛ ଦେଢ ବର୍ଷ ହେବ ଜଳୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ୨୦୨୦ ମସିହାରେ କାଲିଫର୍ନିଆର ଜଙ୍ଗଲରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ନିଆଁ ଜଙ୍ଗଲରେ ୧.୫ ଲକ୍ଷ ଏକର ଜମିରେ ବ୍ୟାପିଥିବା ଲକ୍ଷ ଲକ୍ଷ ଗଛକୁ ପାଉଁଶ କରିଦେଇଥିଲା। ନିକଟରେ ଜାତୀୟ ଉଦ୍ୟାନ କର୍ମଚାରୀଙ୍କ ଏକ ଟିମ୍ ଏହି ଜଙ୍ଗଲରେ ପହଞ୍ଚି ଅଗ୍ନିକାଣ୍ଡ ଘଟାଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିଲେ। ଏହି ସମୟରେ, ଯେତେବେଳେ ସେ ଏକ ସିକୁଆ ଗଛ ଦେଖିଥିଲେ, ସେ ତାଙ୍କ ଆଖିରେ ବିଶ୍ବାସ କରିପାରିଲେ ନାହିଁ। ଏହି ଗଛରୁ ପ୍ରଚୁର ଧୂଆଁ ନିର୍ଗତ ହେଉଥିଲା। ଧୂଆଁ  ବାହାରିବା କରାଣ ପାଇଁ ଗଛକୁ ପରୀକ୍ଷା କରାଯାଇଥିଲା।  ପରୀକ୍ଷାରେ ଜାଣିବାକୁ ପାଇଥିଲେ ଯେ, ସେକୁଆର ଏହି ଗଛଟି ବହୁତ ପୁରୁଣା ଏବଂ ଗତ ଦେଢ ବର୍ଷ ଧରି ନିଆଁରେ ଜଳୁଛି।

ଯେତେବେଳେ ବୈଜ୍ଞାନିକମାନେ ଏତେ ଦିନ ପର୍ଯ୍ଯନ୍ତ ଏକ ଗଛ ଜଳୁଥିବାର ଖବର ପାଇଥିଲେ ଆଶ୍ଚର୍ଯ୍ଯ ହୋଇଯାଥିଲେ। ପରେ ଏହାକୁ ପରୀକ୍ଷା କରିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ଗତ ବର୍ଷ ଅଗ୍ନିକାଣ୍ଡରେ ଏହି ସିକୁଆ ଗଛଟି ସମ୍ପୂର୍ଣ୍ଣ ଜଳି ନ ଥିଲା। ଏହି ଗଛ ଭିତରେ ଥିବା ଅଙ୍ଗାର କାରଣରୁ ଏହା ଧୀରେ ଧୀରେ ଜଳୁଥିଲା। ଏଥି ସହିତ ଗଛର ଅଗ୍ରଭାଗ ଏ ଯାଏଁ ମଧ୍ଯ ଜଳି ନାହିଁ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ବର୍ଷା କାରଣରୁ  ଏହି ଗଛ ସମ୍ପୂର୍ଣ୍ଣ ଜଳିବାରେ ସକ୍ଷମ ହୋଇ ନାହିଁ। ଶୀତ ସମୟରେ ଏହି ଅଞ୍ଚଳରେ ବହୁତ ତୁଷାରପାତ ହୋଇଥାଏ । ଏହି ତୁଷାରପାତ ମଧ୍ୟ ଏହି ଗଛକୁ ସଂପୂର୍ଣ୍ଣ ଜଳିବାକୁ ଦେଇ ନାହିଁ।  ଆଞ୍ଚ ଭିତରେ ଯେମେତି କୋଇଲା ଜଳୁଥାଏ। ଏହି ଗଛ ମଧ୍ୟ ଭିତିରେ ଭିତରେ ସେହପରି ଜଳୁଛି। ଏହି ଗଛର ନାଁ ବୈଜ୍ଞାନିକମାନେ ଜିଆଁଣ୍ଟ ସେକୁଆ ଦେଇଛନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ,  ସେକୁଆ ଗଛର ବୃଦ୍ଧିରେ ଅଗ୍ନିର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଯେତେବେଳେ ନିଆଁ କିମ୍ବା ଖରାର ଧାସ ଗଛର ଡାଳରେ ପହଞ୍ଚେ । ଏହି ଧାସରେ ଏହାର ମଞ୍ଜିର ବାହାର ଆବରଣ ଖୋଲି ତଳେ ପଡ଼ିଥାଏ। ପରେ ଏହି ମଞ୍ଜିଗୁଡ଼ିକ ଏକ ନୂତନ ଗଛ ଆକାର ନେଇଥାଏ।

ଏହି ଜଳୁଥିବା ଗଛର ଚର୍ଚ୍ଚା ଏବେ ଚାରିଆଡେ ହେଉଛି। ଗଛଟି ଜଳୁଥିବାର ଦେଖି ଅନେକ ବିଶେଷଜ୍ଞ ମଧ୍ଯ ଚିନ୍ତିତ ଅଛନ୍ତି। ସେମାନେ କହିଛନ୍ତି ଯେ, ଏହି ଗଛରେ ଜଳିବା ଏକ ପ୍ରମାଣ ଯେ ଏହି ଅଞ୍ଚଳରେ ପ୍ରଚୁର ଉତାପ ଏବଂ ମରୁଡ଼ି ପରିସ୍ଥିତି ରହିଛି। ଯଦି ପୁନର୍ବାର ଏହି ଜଙ୍ଗଲରେ ନିଆଁ ଲଗେ, ତେବେ ଏକ ଭୟଙ୍କର ଅଗ୍ନିକାଣ୍ଡ ପୁନର୍ବାର ଘଟିପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର