ମମତା ସରକାରଙ୍କୁ ବଡ଼ ଝଟକା, ୨୦୧୬ ସ୍କୁଲ ନିଯୁକ୍ତିକୁ ବାତିଲ କଲେ କୋଲକାତା ହାଇକୋର୍ଟ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଆଜି କିଛି ସମୟ ପୁର୍ବରୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି । ୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ […]

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଆଜି କିଛି ସମୟ ପୁର୍ବରୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହା ପରେ ପିଟିସନ ଏବଂ ଆବେଦନ କରାଯାଇଥିଲା ଏବଂ ଏହି ମାମଲା କୋଲକାତା ହାଇ କୋର୍ଟଙ୍କ ନିକଟକୁ ଆସିଥିଲା । ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ରାଜ୍ୟ ର ସ୍କୁଲ ସେବା ଆୟୋଗ (ଏସଏସସି) ରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍: 'ମିଡିଲ୍ ଇଷ୍ଟର ଗୁଣ୍ଡା ଶେଷ' ବୋଲି କହିଲେ ଟ୍ରମ୍ପ, ଇରାନର ପଲଟାବାର

ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଜଷ୍ଟିସ ମହମ୍ମଦ ଶବର ରଶିଦିଙ୍କୁ ନେଇ କୋଲକାତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ବିଦ୍ୟାଳୟରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ନେଇଛନ୍ତି ନିଷ୍ପତ୍ତି । କୋର୍ଟର ଏହି ନିଷ୍ପତ୍ତି କାରଣରୁ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି । ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଟିଏମସିରେ ସଙ୍କଟ: ସୁସ୍ମିତା ଦେବଙ୍କ ପରେ ଇସ୍ତଫା ଦେଲେ ତୃତୀୟ ରାଜ୍ୟସଭା ସାଂସଦ ପ୍ରକାଶ ଚିକ ବରାଇକ

ରାଜ୍ୟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ୨୦୧୬ ରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ କରିଥିଲେ । ଏହି ନିଯୁକ୍ତି ମାଧ୍ୟମରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ଚୟନ କରାଯାଉଥିଲା । ବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ବର୍ଗ ଅଧୀନରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ତେବେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଓଏମଆର ସିଟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲା ପୁଣି କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ କୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାର ଅନୁସନ୍ଧାନ ପାଇଁ ଦାବି ଉଠିଥିଲା । ଏହି ସମସ୍ତ ଆବେଦନକୁ କୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଏହି ନିଯୁକ୍ତି ସ୍କାମର ତଦନ୍ତ ପାଇଁ ହାଇକୋର୍ଟ ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଏହାର ତଦନ୍ତ ରିପୋର୍ଟକୁ ଦୁଇ ମାସ ମଧ୍ୟରେ କୋର୍ଟରେ ଦାଖଲ କରିଥିଲେ । ରିପୋର୍ଟ ପାଇବା ପରେ ମାର୍ଚ୍ଚ ୨୦ ରେ ଶୁଣାଣି ଶେଷ ହୋଇଥିଲା ଏବଂ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।

22 Apr 2024 By The Sakala

ମମତା ସରକାରଙ୍କୁ ବଡ଼ ଝଟକା, ୨୦୧୬ ସ୍କୁଲ ନିଯୁକ୍ତିକୁ ବାତିଲ କଲେ କୋଲକାତା ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଆଜି କିଛି ସମୟ ପୁର୍ବରୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି । ସରକାରୀ ପ୍ରାୟୋଜିତ ତଥା ସହାୟକ ବିଦ୍ୟାଳୟରେ ୨୦୧୬ ରାଜ୍ୟ ସ୍ତରୀୟ ପରୀକ୍ଷା ମାଧ୍ୟମରେ ନିଯୁକ୍ତ ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମସ୍ତ ନିଯୁକ୍ତିକୁ କୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ଯୋଗୁଁ ୨୫ ହଜାରରୁ ଅଧିକ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି ।

୨୦୧୬ ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ସ୍କୁଲ ନିଯୁକ୍ତିରେ ଅନିୟମିତତା ଦେଖିବାକୁ ମିଳିଥିଲା । ଏହା ପରେ ପିଟିସନ ଏବଂ ଆବେଦନ କରାଯାଇଥିଲା ଏବଂ ଏହି ମାମଲା କୋଲକାତା ହାଇ କୋର୍ଟଙ୍କ ନିକଟକୁ ଆସିଥିଲା । ସ୍କୁଲ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ସିବିଆଇ ପୂର୍ବତନ ରାଜ୍ୟ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ପଶ୍ଚିମବଙ୍ଗ ରାଜ୍ୟ ର ସ୍କୁଲ ସେବା ଆୟୋଗ (ଏସଏସସି) ରେ ପଦବୀରେ ଥିବା କିଛି ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା । ଏଥିସହିତ ସ୍କୁଲ ନିଯୁକ୍ତି ସ୍କାମର ଯାଞ୍ଚ ପାଇଁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ଦେବଙ୍ଗସୁ ବାସାକ ଏବଂ ଜଷ୍ଟିସ ମହମ୍ମଦ ଶବର ରଶିଦିଙ୍କୁ ନେଇ କୋଲକାତା ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ବିଦ୍ୟାଳୟରେ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ବାତିଲ କରିବାକୁ ନେଇଛନ୍ତି ନିଷ୍ପତ୍ତି । କୋର୍ଟର ଏହି ନିଷ୍ପତ୍ତି କାରଣରୁ ୨୫,୭୫୩ ଶିକ୍ଷକ ରାଜ୍ୟରେ ଚାକିରି ହରାଇଛନ୍ତି । ତେବେ ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଦରମାକୁ ସପ୍ତାହ ମଧ୍ୟରେ ଫେରସ୍ତ କରିବାକୁ କୋର୍ଟ ମମତା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ୨୦୧୬ ରେ ବିଦ୍ୟାଳୟରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତ କରିଥିଲେ । ଏହି ନିଯୁକ୍ତି ମାଧ୍ୟମରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ଚୟନ କରାଯାଉଥିଲା । ବିଦ୍ୟାଳୟରେ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ବର୍ଗ ଅଧୀନରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ତେବେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ଓଏମଆର ସିଟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲା ପୁଣି କଲିକତା ହାଇକୋର୍ଟରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ କୋର୍ଟରେ ଅନେକ ପିଟିସନ ଦାଖଲ କରାଯାଇଥିଲା ଯେଉଁଥିରେ ନିଯୁକ୍ତି ପ୍ରକ୍ରିୟାର ଅନୁସନ୍ଧାନ ପାଇଁ ଦାବି ଉଠିଥିଲା । ଏହି ସମସ୍ତ ଆବେଦନକୁ କୋର୍ଟ ଏକତ୍ର ଶୁଣାଣି କରିଛନ୍ତି । ଏହି ନିଯୁକ୍ତି ସ୍କାମର ତଦନ୍ତ ପାଇଁ ହାଇକୋର୍ଟ ମଧ୍ୟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା ଏହାର ତଦନ୍ତ ରିପୋର୍ଟକୁ ଦୁଇ ମାସ ମଧ୍ୟରେ କୋର୍ଟରେ ଦାଖଲ କରିଥିଲେ । ରିପୋର୍ଟ ପାଇବା ପରେ ମାର୍ଚ୍ଚ ୨୦ ରେ ଶୁଣାଣି ଶେଷ ହୋଇଥିଲା ଏବଂ ଆଜି ଏହି ନିଷ୍ପତ୍ତି ନିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର