ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଉପରୁ ଟଳିଲା ବିପଦ : ଅନାସ୍ଥା ଭୋଟରେ ହେଲେ ବିଜୟୀ

The Sakala Picture
Published On

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରୁ ଟଳିଲା ବଡ ବିପଦ। ତାଙ୍କ ବିରୋଧରେ ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହୋଇଛି । ଫଳରେ ଜନ୍‌ସନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା। ଜନସନ ୫୯% ସମର୍ଥନ ସହ ଅନାସ୍ଥା ଭୋଟରେ ଜିତି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି । […]

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରୁ ଟଳିଲା ବଡ ବିପଦ। ତାଙ୍କ ବିରୋଧରେ ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହୋଇଛି । ଫଳରେ ଜନ୍‌ସନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା। ଜନସନ ୫୯% ସମର୍ଥନ ସହ ଅନାସ୍ଥା ଭୋଟରେ ଜିତି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

କରୋନା ସମୟରେ ବ୍ରିଟେନରେ ଯେବେ ଲକଡାଉନ ଲାଗୁ ହୋଇଥିଲା ସେ ସମୟରେ ଜନସନ ଘରେ ପାର୍ଟି କରୁଥିଲେ । ଏହି ଘଟଣାକୁ ନେଇ ତାଙ୍କୁ ବିରୋଧରେ ସାମ୍ନା କରିବାକୁ ପଡିଥିଲା। କରୋନା ସମୟରେ ବୋରିସଙ୍କ ହାଉସ ପାର୍ଟିକୁ ପାର୍ଟିଗେଟ ସ୍କାଣ୍ଡାଲ ବୋଲି କୁହାଯାଉଥିଲା। ସମଗ୍ର ଦେଶରେ କୋଭିଡ ଲକ୍‌ଡାଉନ ଓ ଶକ୍ତ କଡକଣା ଜାରି ରହିଥିବା ବେଳେ ତାକୁ ଉଲ୍ଲଂଘନ କରି ଜନସନ ପାର୍ଟି କରିଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତି ମଣତିର ଶୁଭ ମୁହୂର୍ତ୍ତକୁ ନେଇ କେଁ; ତିଥି ଓ ବାରକୁ ନେଇ ଆପତ୍ତି ଉଠାଇଲେ ଜ୍ୟୋତିର୍ବିଦ୍‌

ଏପରିକି ଥରେ ନୁହେଁ, ବରଂ ୧୨ଥର ସେ ପାର୍ଟି କରିଥିଲେ। ଲଣ୍ଡନସ୍ଥିତ ତାଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ସମେତ ଏହାର ବଗିଚା ଓ ଅନ୍ୟାନ୍ୟ ସରକାରୀ ବଙ୍ଗଳାରେ ଏହି ପାର୍ଟି କରାଯାଇଥିଲା। ଏଥିପାଇଁ ଜନସନ୍ ସମାଲୋଚନାର ପାତ୍ର ହୋଇଥିଲେ । ପରେ ସେ କ୍ଷମା ମାଗିଥିଲେ। କିନ୍ତୁ ଏହି ମାମଲା ଥଣ୍ଡା ପଡ଼ିନଥିଲା ଏବଂ ତାଙ୍କ ଦଳ ବ୍ୟତୀତ ବହୁ ସାଂସଦ ବୋରିସ୍ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇଥିଲେ । ତାଙ୍କ ଦଳର କିଛି ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ଅନ୍ୟପଟେ ଏହି ମାମଲାକୁ ନେଇ ଦୀର୍ଘ ଦିନ ହେବ ତଦନ୍ତ ଜାରି ରହିଥିଲା। ଏପରିକି ଜନ୍‌ସନ୍‌ ଓ ତାଙ୍କ ପତ୍ନୀଙ୍କୁ ଜରିମାନା ମଧ୍ୟ ଲଗାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ନିଜ ଦଳର କିଛି ସାଂସଦ ଏବଂ ବିରୋଧୀ ସାଂସଦ ତାଙ୍କୁ ବିରୋଧ କରିଥିଲେ। ଯାହା ଫଳରେ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ବିରୋଧୀଙ୍କୁ ଚକମା ଦେଇ ବୋରିସ ମୋଟ ୨୧୧ ରୁ ୧୪୮ ସାଂସଦଙ୍କ ସମର୍ଥନ ପାଇ ବିଜୟୀ ହୋଇଛନ୍ତି । କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ ଜନସନଙ୍କ ବିରୋଧରେ ବଢୁଥିବା ଅସନ୍ତୋଷରୁ ସ୍ପଷ୍ଟ ସଙ୍କେତ ମିଳିଛି ‌ ଯେ ଦଳ ଭିତରେ ତାଙ୍କ ପତିଆରା ହ୍ରାସ ପାଉଛି ।

07 Jun 2022 By The Sakala

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଉପରୁ ଟଳିଲା ବିପଦ : ଅନାସ୍ଥା ଭୋଟରେ ହେଲେ ବିଜୟୀ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉପରୁ ଟଳିଲା ବଡ ବିପଦ। ତାଙ୍କ ବିରୋଧରେ ନିଜ ଦଳ କଞ୍ଜରଭେଟିଭ ପାର୍ଟି ପକ୍ଷରୁଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହୋଇଛି । ଫଳରେ ଜନ୍‌ସନଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଦଳର ମୋଟ ୩୫୯ ସାଂସଦଙ୍କ ମଧ୍ୟରୁ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୪୮ ଭୋଟ ଦେଇଥିଲା ବେଳେ ବିପକ୍ଷରେ ୨୧୧ ଭୋଟ ମିଳିଥିଲା। ଜନସନ ୫୯% ସମର୍ଥନ ସହ ଅନାସ୍ଥା ଭୋଟରେ ଜିତି ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଛନ୍ତି ।

କରୋନା ସମୟରେ ବ୍ରିଟେନରେ ଯେବେ ଲକଡାଉନ ଲାଗୁ ହୋଇଥିଲା ସେ ସମୟରେ ଜନସନ ଘରେ ପାର୍ଟି କରୁଥିଲେ । ଏହି ଘଟଣାକୁ ନେଇ ତାଙ୍କୁ ବିରୋଧରେ ସାମ୍ନା କରିବାକୁ ପଡିଥିଲା। କରୋନା ସମୟରେ ବୋରିସଙ୍କ ହାଉସ ପାର୍ଟିକୁ ପାର୍ଟିଗେଟ ସ୍କାଣ୍ଡାଲ ବୋଲି କୁହାଯାଉଥିଲା। ସମଗ୍ର ଦେଶରେ କୋଭିଡ ଲକ୍‌ଡାଉନ ଓ ଶକ୍ତ କଡକଣା ଜାରି ରହିଥିବା ବେଳେ ତାକୁ ଉଲ୍ଲଂଘନ କରି ଜନସନ ପାର୍ଟି କରିଥିବା ଅଭିଯୋଗ ହୋଇଥିଲା।

ଏପରିକି ଥରେ ନୁହେଁ, ବରଂ ୧୨ଥର ସେ ପାର୍ଟି କରିଥିଲେ। ଲଣ୍ଡନସ୍ଥିତ ତାଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାସଭବନ ସମେତ ଏହାର ବଗିଚା ଓ ଅନ୍ୟାନ୍ୟ ସରକାରୀ ବଙ୍ଗଳାରେ ଏହି ପାର୍ଟି କରାଯାଇଥିଲା। ଏଥିପାଇଁ ଜନସନ୍ ସମାଲୋଚନାର ପାତ୍ର ହୋଇଥିଲେ । ପରେ ସେ କ୍ଷମା ମାଗିଥିଲେ। କିନ୍ତୁ ଏହି ମାମଲା ଥଣ୍ଡା ପଡ଼ିନଥିଲା ଏବଂ ତାଙ୍କ ଦଳ ବ୍ୟତୀତ ବହୁ ସାଂସଦ ବୋରିସ୍ ଜନସନଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଚାପ ପକାଇଥିଲେ । ତାଙ୍କ ଦଳର କିଛି ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଅନ୍ୟପଟେ ଏହି ମାମଲାକୁ ନେଇ ଦୀର୍ଘ ଦିନ ହେବ ତଦନ୍ତ ଜାରି ରହିଥିଲା। ଏପରିକି ଜନ୍‌ସନ୍‌ ଓ ତାଙ୍କ ପତ୍ନୀଙ୍କୁ ଜରିମାନା ମଧ୍ୟ ଲଗାଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ନିଜ ଦଳର କିଛି ସାଂସଦ ଏବଂ ବିରୋଧୀ ସାଂସଦ ତାଙ୍କୁ ବିରୋଧ କରିଥିଲେ। ଯାହା ଫଳରେ କଞ୍ଜରଭେଟିଭ ପାର୍ଟି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। କିନ୍ତୁ ବିରୋଧୀଙ୍କୁ ଚକମା ଦେଇ ବୋରିସ ମୋଟ ୨୧୧ ରୁ ୧୪୮ ସାଂସଦଙ୍କ ସମର୍ଥନ ପାଇ ବିଜୟୀ ହୋଇଛନ୍ତି । କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ ଜନସନଙ୍କ ବିରୋଧରେ ବଢୁଥିବା ଅସନ୍ତୋଷରୁ ସ୍ପଷ୍ଟ ସଙ୍କେତ ମିଳିଛି ‌ ଯେ ଦଳ ଭିତରେ ତାଙ୍କ ପତିଆରା ହ୍ରାସ ପାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର