ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ବିସ୍ଫୋରଣ: ୮ ମୃତ, ୭ ଗୁରୁତର

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାର ଆର୍‌କେ ଶାଖା ସେକ୍ସସନରେ ସକାଳ ୧୦ଟାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୩ ଜଣ ଫସି ରହି ଯାଇଥିଲେ। […]

ମୁମ୍ବାଇ: ମହାରାଷ୍ଟ୍ରର ଭଣ୍ଡାରାରେ ଭୀଷଣ ଅଗ୍ନିକାଣ୍ଡ । ଏକ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ୨୦୧୮ ମାନହାନି ମାମଲା: ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଥିବା କାରଖାନାର ଆର୍‌କେ ଶାଖା ସେକ୍ସସନରେ ସକାଳ ୧୦ଟାରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କାରଖାନାର ଛାତ ଭୁଶୁଡ଼ି ପଡ଼ିଥିଲା। ଏଥିରେ ୧୩ ଜଣ ଫସି ରହି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୧୦ ଜଣ ଫସି ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି। କାରଖାନାରେ ଛାତ ଭୁଶୁଡିବା ପରେ ଜେସିବି ସାହାଯ୍ୟରେ ଏସବୁ ସଫା କରା ଯାଇଛି। ଭଣ୍ଡାରା ଜିଲ୍ଲାର ଜବାହାର ନଗର କାରାଖନାରେ ବିସ୍ଫୋରଣ ଖବର ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

 

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର