ବିଜେପିକୁ ମହାରାଷ୍ଟ୍ର ଚିନ୍ତା, ସହଯୋଗୀଙ୍କ ସହ ଆସନ ଭାଗବଣ୍ଟା ଅଡୁଆ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର କ୍ଷମତାସୀନ ଏନ୍ଡିଏକୁ ପ୍ରଚଣ୍ଡ ଧକ୍କା ଲାଗିବା ପରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅାରମ୍ଭ ହୋଇଛି ମାନସମନ୍ଥନ। ଏନ୍ଡିଏକୁ ଆଶାଠାରୁ ଯଥେଷ୍ଟ କମ୍ ସିଟ୍ ମିଳିଥିବାରୁ ବିଜେପିର ଦୁଇ ସହଯୋଗୀ ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ୍) ପରିବର୍ତ୍ତିତ ପରିସ୍ଥିତିରେ ଅଧିକ ଆସନ ଦାବି କରିବା ଆରମ୍ଭ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବୀସ୍ ନିଜ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଯଦିଓ ବିଜେପି […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର କ୍ଷମତାସୀନ ଏନ୍ଡିଏକୁ ପ୍ରଚଣ୍ଡ ଧକ୍କା ଲାଗିବା ପରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଅାରମ୍ଭ ହୋଇଛି ମାନସମନ୍ଥନ। ଏନ୍ଡିଏକୁ ଆଶାଠାରୁ ଯଥେଷ୍ଟ କମ୍ ସିଟ୍ ମିଳିଥିବାରୁ ବିଜେପିର ଦୁଇ ସହଯୋଗୀ ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ୍) ପରିବର୍ତ୍ତିତ ପରିସ୍ଥିତିରେ ଅଧିକ ଆସନ ଦାବି କରିବା ଆରମ୍ଭ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବୀସ୍ ନିଜ ପଦରୁ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଯଦିଓ ବିଜେପି ଶୀର୍ଷ ନେତୃତ୍ବ ଫଡ଼ନାବୀସ୍ଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି; ତଥାପି ତାଙ୍କର ସ୍ଥିତି ଦୁର୍ବଳ ହୋଇଥିବା କୁହାଯାଉଛି। ଏପରିକି, ବିଜେପି ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ କାହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରୋଜେକ୍ଟ କରିବ ନାହିଁ ବୋଲି ମଧ୍ୟ ସୂଚନା ମିଳିଛି। ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଆସନ ମଧ୍ୟରୁ ବିଜେପି ମାତ୍ର ୯ଟି ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଶିବସେନା ୭ ଓ ଏନ୍ସିପି ଗୋଟିଏ ଆସନରେ ବିଜୟୀ ହୋଇଛି। ଅବଶିଷ୍ଟ ୩୧ ଆସନ ଇଣ୍ଡି ମେଣ୍ଟ ସପକ୍ଷରେ ଯାଇଛି। ତେଣୁ ଆଗାମୀ ନିର୍ବାଚନ ବିଜେପି ଓ ଏହାର ସହଯୋଗୀଙ୍କ ପାଇଁ ଅଗ୍ନି ପରୀକ୍ଷା ସମ ହୋଇଛି।
ଅକ୍ଟୋବରରେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ନିମନ୍ତେ ନିର୍ବାଚନ ହେବ। ସମ୍ପ୍ରତି ମହାରାଷ୍ଟ୍ର ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ସର୍ବାଧିକ ରହିଛନ୍ତି। ମାତ୍ର ମେଣ୍ଟର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ବୈଠକ ପୂର୍ବରୁ ଶିବସେନା (ସିନ୍ଧେ) ୧୦୦ ଆସନ ଦାବି କରିଛି। ଶିବସେନା ନେତା ରାମଦାସ କଦମ୍ କହିଛନ୍ତି ଯେ ଶିବସେନା ୧୦୦ ଆସନରେ ଲଢ଼ିବ ଓ ୯୦ ଆସନରେ ବିଜୟୀ ହେବ। ରାମଦାସ କଦମ୍ ଶିବସେନା (ସିନ୍ଧେ) ଗୋଷ୍ଠୀର ବଡ଼ ନେତା। ତେଣୁ ତାଙ୍କ କଥାର ଗୁରୁତ୍ବ ରହିଛି। ସେହିପରି ସିନ୍ଧେ ସରକାରର ମନ୍ତ୍ରୀ ଛଗନ ଭୁଜବଳ ମଧ୍ୟ ଏହା ପୂର୍ବରୁ ତାଙ୍କ ଦଳ ଅନ୍ୟୂନ ୮୦ରୁ ୯୦ ଆସନରେ ଲଢ଼ିବ ବୋଲି କହି ବିଜେପିର ଶିରପୀଡ଼ା ବଢ଼ାଇ ଦେଇଥିଲେ, ଏବେ ରାମଦାସ କଦମ୍ କେବଳ ତାହାର ପୁନରାବୃତ୍ତି କରିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଥିଲା। ୧୬୪ ଆସନରେ ବିଜେପି ପ୍ରତିଦ୍ବନ୍ଦ୍ବିତା କରି ୧୦୫ଟି ଆସନରେ ବିଜୟୀ ହୋଇଥିଲା ଓ ଶିବସେନା ୧୨୬ ଆସନରେ ଲଢ଼ି ୫୬ ଟି ଅାସନରେ ବିଜୟୀ ହୋଇଥିଲା। ମାତ୍ର ବର୍ତ୍ତମାନ ସ୍ଥିତିରେ ରାଜନୈତିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ଭିନ୍ନ। ଶିବସେନାର ବିଭାଜିତ ଗୋଷ୍ଠୀ ଓ ଏନ୍ସିପିର ଅଜିତ୍ ଗୋଷ୍ଠୀ ବିଜେପି ସହ ରହିଛନ୍ତି। ଏହି ଦୁଇ ସହଯୋଗୀ ଏବେ ବିଜେପି ପାଇଁ ଶିରପୀଡ଼ା ପାଲଟିଛନ୍ତି। ଦୁଇ ସହଯୋଗୀଙ୍କୁ ସେମାନଙ୍କ ମନମୁତାବକ ଆସନ ଦେବା ପରେ ବିଜେପି ଭାଗରେ ୧୦୦ରୁ କମ୍ ଆସନ ପଡ଼ିବାର ସମ୍ଭାବନା ରହିଛି, ଯାହାକୁ ବିଜେପି ନେତୃତ୍ବ ଗ୍ରହଣ କରିବାକୁ ରାଜି ନୁହେଁ। ପୁନଶ୍ଚ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସହ ହାତ ମିଳାଇଥିବା ରାଜ ଠାକ୍ରେଙ୍କ ନବନିର୍ମାଣ ସେନା ଓ ରାମଦାସ ଅଠାୱାଲେଙ୍କ ଆର୍ପିଆଇକୁ ନେଇ ସାଥିରେ ଚାଲିବାକୁ ପଡ଼ିବ; ଯାହା ହିଁ ବିଜେପି ଶୀର୍ଷ ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।