ପୁଲିସ-ମାଫିଆ ଗୁଳି ବିନିମୟ: ବିଜେପି ନେତାଙ୍କ ପତ୍ନୀ ମୃତ

The Sakala Picture
Published On

ଡେରାଡୁନ୍‌: ଉତ୍ତରଖଣ୍ଡରେ ଅଭାବନୀୟ ଘଟଣା । ପୁଲିସ ଗୁଳିରେ ବିଜେପି ନେତା ପତ୍ନୀଙ୍କ ମୃତ୍ଯୁ ଘଟିଛି।  ଜଣେ ଖଣି ମାଫିଆକୁ ଧରିବା ବେଳେ ଏହି ଅଘଟଣ ଘଟିଛି।  ପୁଲସ୍‌ ଓ ଖଣି ମାଫିଆଙ୍କ ଗୁଳି ବିନିମୟରେ ଯେଉଁ ମହିଳାଙ୍କ ଜୀବନ ଯାଇଛି ସେ ହେଉଛନ୍ତି ବିଜେପି ନେତା ଗୁରୁତାଜ୍‌ ବୁଲାରଙ୍କ ପତ୍ନୀ ଗୁରୁପ୍ରୀତ କୌର୍‌। ଏହି ଗୁଳି ବିନିମୟ ବେଳେ ଉତ୍ତରପ୍ରଦେଶ ମୋରାବାଦ୍‌ର ୫ ଜଣ ପୁଲିସ୍‌ କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖଣି ମାଫିଆ […]

ଡେରାଡୁନ୍‌: ଉତ୍ତରଖଣ୍ଡରେ ଅଭାବନୀୟ ଘଟଣା । ପୁଲିସ ଗୁଳିରେ ବିଜେପି ନେତା ପତ୍ନୀଙ୍କ ମୃତ୍ଯୁ ଘଟିଛି।  ଜଣେ ଖଣି ମାଫିଆକୁ ଧରିବା ବେଳେ ଏହି ଅଘଟଣ ଘଟିଛି।  ପୁଲସ୍‌ ଓ ଖଣି ମାଫିଆଙ୍କ ଗୁଳି ବିନିମୟରେ ଯେଉଁ ମହିଳାଙ୍କ ଜୀବନ ଯାଇଛି ସେ ହେଉଛନ୍ତି ବିଜେପି ନେତା ଗୁରୁତାଜ୍‌ ବୁଲାରଙ୍କ ପତ୍ନୀ ଗୁରୁପ୍ରୀତ କୌର୍‌। ଏହି ଗୁଳି ବିନିମୟ ବେଳେ ଉତ୍ତରପ୍ରଦେଶ ମୋରାବାଦ୍‌ର ୫ ଜଣ ପୁଲିସ୍‌ କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ହର୍ମୁଜ୍ ପ୍ରଣାଳୀରେ ନିଜେ ବିଛାଇଥିବା ମାଇନ୍ସ ଖୋଜି ପାଉନାହିଁ ଇରାନ: ଆମେରିକାର ବଡ଼ ଦାବି

ସୂଚନା ଅନୁଯାୟୀ, ଖଣି ମାଫିଆ ଜାଫର୍‌କୁ ଧରିବା ପାଇଁ ମୋରାବାଦ୍‌ ପୁଲିସ୍‌ ଉତ୍ତରଖଣ୍ଡର ଜଶପୁରରେ ପହଞ୍ଚି ଗୁଳି ଚଳାଇବା ପରେ ଏପରି ଘଟଣା ଘଟିଥିଲା।  ଜାଫର୍‌ଙ୍କ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ସେ ଗୁରୁତାଜ୍‌ ବୁଲାରଙ୍କ ଘରେ ଲୁଚି ରହିଥିବା ପୁଲିସ୍‌ ସନ୍ଦେହ କରୁଥିଲା। ସେଥିପାଇଁ ୟୁପି ପୁଲିସ୍‌ ତାକୁ ଖୋଜିବାକୁ ଜଶପୁରରେ ପହଞ୍ଚିଥିଲା। ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏପରିକି ଉତ୍ତରାଖଣ୍ଡରେ ୟୁପି ପୁଲିସ୍‌ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଚୁକ୍ତି ବିଫଳ ହେଲେ ଆରମ୍ଭ ହେବ ‘ସୁଟିଂ’: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଚେତାବନୀ

ମୋରାବାଦ୍‌ର ବରିଷ୍ଠ ପୁଲିସ ସାଲାବ ମଥୁର କହିଛନ୍ତି, ଜାଫର୍‌ ହେଉଛି ଜଣେ ଏପରି ଅପରାଧୀ, ଯାହାକୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା। ସେ ଭରତପୁର ଗ୍ରାମରୁ ଖସି ପଳାଇବା ପରେ ପୁଲିସ୍‌ ଖୋଜିବା ଆରମ୍ଭ କରିଥିଲା। ଆମ ପୁଲିସ୍ ଟିମ୍‌‌ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ଧକ ରଖି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇଥିଲା। ଟିମ୍‌ରୁ ୫ ଜଣ ପୁଲିସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ବଡ଼ ରାୟ: ୪୦ ବର୍ଷର ସ୍ୱାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ରହିବେ ୧୯ ବର୍ଷୀୟା ପତ୍ନୀ

13 Oct 2022 By The Sakala

ପୁଲିସ-ମାଫିଆ ଗୁଳି ବିନିମୟ: ବିଜେପି ନେତାଙ୍କ ପତ୍ନୀ ମୃତ

ଡେରାଡୁନ୍‌: ଉତ୍ତରଖଣ୍ଡରେ ଅଭାବନୀୟ ଘଟଣା । ପୁଲିସ ଗୁଳିରେ ବିଜେପି ନେତା ପତ୍ନୀଙ୍କ ମୃତ୍ଯୁ ଘଟିଛି।  ଜଣେ ଖଣି ମାଫିଆକୁ ଧରିବା ବେଳେ ଏହି ଅଘଟଣ ଘଟିଛି।  ପୁଲସ୍‌ ଓ ଖଣି ମାଫିଆଙ୍କ ଗୁଳି ବିନିମୟରେ ଯେଉଁ ମହିଳାଙ୍କ ଜୀବନ ଯାଇଛି ସେ ହେଉଛନ୍ତି ବିଜେପି ନେତା ଗୁରୁତାଜ୍‌ ବୁଲାରଙ୍କ ପତ୍ନୀ ଗୁରୁପ୍ରୀତ କୌର୍‌। ଏହି ଗୁଳି ବିନିମୟ ବେଳେ ଉତ୍ତରପ୍ରଦେଶ ମୋରାବାଦ୍‌ର ୫ ଜଣ ପୁଲିସ୍‌ କ୍ଷତାକ୍ତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଖଣି ମାଫିଆ ଜାଫର୍‌କୁ ଧରିବା ପାଇଁ ମୋରାବାଦ୍‌ ପୁଲିସ୍‌ ଉତ୍ତରଖଣ୍ଡର ଜଶପୁରରେ ପହଞ୍ଚି ଗୁଳି ଚଳାଇବା ପରେ ଏପରି ଘଟଣା ଘଟିଥିଲା।  ଜାଫର୍‌ଙ୍କ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିବା ବେଳେ ସେ ଗୁରୁତାଜ୍‌ ବୁଲାରଙ୍କ ଘରେ ଲୁଚି ରହିଥିବା ପୁଲିସ୍‌ ସନ୍ଦେହ କରୁଥିଲା। ସେଥିପାଇଁ ୟୁପି ପୁଲିସ୍‌ ତାକୁ ଖୋଜିବାକୁ ଜଶପୁରରେ ପହଞ୍ଚିଥିଲା। ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏପରିକି ଉତ୍ତରାଖଣ୍ଡରେ ୟୁପି ପୁଲିସ୍‌ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ମୋରାବାଦ୍‌ର ବରିଷ୍ଠ ପୁଲିସ ସାଲାବ ମଥୁର କହିଛନ୍ତି, ଜାଫର୍‌ ହେଉଛି ଜଣେ ଏପରି ଅପରାଧୀ, ଯାହାକୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା। ସେ ଭରତପୁର ଗ୍ରାମରୁ ଖସି ପଳାଇବା ପରେ ପୁଲିସ୍‌ ଖୋଜିବା ଆରମ୍ଭ କରିଥିଲା। ଆମ ପୁଲିସ୍ ଟିମ୍‌‌ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ଧକ ରଖି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇଥିଲା। ଟିମ୍‌ରୁ ୫ ଜଣ ପୁଲିସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର