ବିହାରର ମୁଜାଫରପୁରରେ ଅଭାବନୀୟ ଘଟଣା: ଡଙ୍ଗା ଓଲଟି ୧୪ ନିଖୋଜ ୨୦ ଉଦ୍ଧାର

The Sakala Picture
Published On

ମୁଜାଫରପୁର : ଆଜି ବିହାର ରାଜ୍ୟର ମୁଜାଫର୍‌ପୁର ଜିଲ୍ଲାରେ ପ୍ରବାହିତ ବାଗମତୀ ନଦୀରେ ୩୪ ଜଣ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ମଧୁରପଟ୍ଟି ନିକଟରେ ଓଲଟି ପଡ଼ି ବୁଡ଼ିଯିବାରୁ ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ଗାୟଘାଟ ଏବଂ ବେନିବାଦ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ କହିଛନ୍ତି […]

ମୁଜାଫରପୁର : ଆଜି ବିହାର ରାଜ୍ୟର ମୁଜାଫର୍‌ପୁର ଜିଲ୍ଲାରେ ପ୍ରବାହିତ ବାଗମତୀ ନଦୀରେ ୩୪ ଜଣ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ମଧୁରପଟ୍ଟି ନିକଟରେ ଓଲଟି ପଡ଼ି ବୁଡ଼ିଯିବାରୁ ୧୪ ଜଣ ଛାତ୍ରଛାତ୍ରୀ ନିଖୋଜ ହୋଇଛନ୍ତି। ଏଭଳି ଭୟଙ୍କର ଦୁର୍ଘଟଣାରେ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଧାର ହୋଇଥିବା ଜଣା ପଡ଼ିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଗାୟଘାଟ ଏବଂ ବେନିବାଦ ପୋଲିସ ସହିତ ଏସଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ କହିଛନ୍ତି ଯେ, ପ୍ରତ୍ୟେକ ଦିନ ଭଳି ଗୁରୁବାର ପିଲାମାନେ ଏକ ଡଙ୍ଗାରେ ସ୍କୁଲ ଯାଉଥିଲେ। ଡଙ୍ଗାରେ ୩୪ରୁ ଅଧିକ ପିଲା ଥିଲେ। ପ୍ରବଳ ସ୍ରୋତ ଯୋଗୁ ଡଙ୍ଗା ଭାରସାମ୍ୟ ହରାଇ ନଦୀରେ ଓଲଟି ପଡିଥିଲା। ଦୁର୍ଘଟଣା ପରେ ଡଙ୍ଗାରେ ଥିବା ପିଲାମାନେ ଚିତ୍କାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକତ୍ରିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର