ବିହାର ମଦ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି, ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ

The Sakala Picture
Published On

ପାଟନା:  ବିହାରର ସାରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୬୧ ରେ ପହଞ୍ଚିଛି।  ଗୁରୁତର ଅସୁସ୍ଥ ଲୋକଙ୍କ ଚିକିତ୍ସା କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ବିହାର ରାଜନୀତିରେ କାଦୁଅ ପିଙ୍ଗା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ବହୀନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ […]

ପାଟନା:  ବିହାରର ସାରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୬୧ ରେ ପହଞ୍ଚିଛି।  ଗୁରୁତର ଅସୁସ୍ଥ ଲୋକଙ୍କ ଚିକିତ୍ସା କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ବିହାର ରାଜନୀତିରେ କାଦୁଅ ପିଙ୍ଗା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ବହୀନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୨୬ ଜଣ ଚୋରା ମଦ ବେପାରୀଙ୍କୁ ଧରାଯାଇଥିଲା ବେଳେ ମୋଟ ୪୦୦୦ ଲିଟର ଦେଶୀମଦ ଜବତ କରାଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀରେ ଭାରତ ଆସୁଥିବା ଜାହାଜ ଉପରକୁ ଗୁଳିମାଡ଼ ସହ ଜାହାଜକୁ ନିଜ କବ୍‌ଜାକୁ ନେଲା IRGC

ଉଲ୍ଲେଖଯୋଗ୍ୟ ଯେ,ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି।ତେବେ ଆଜି ମୃତକଙ୍କ ପରିବାର ପ୍ରତି ସମ୍ଭାବ୍ୟ କ୍ଷତିପୂରଣ ସମ୍ପର୍କରେ ତାଙ୍କୁ ପଚରା ଯାଇଥିଲା ବେଳେ ଏହାର ଉତ୍ତରରେ ସେ କହିଛନ୍ତି, ‘ଗତଥର ଯେତେବେଳେ କିଛି ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ ସେତେବେଳେ ମଧ୍ୟ କ୍ଷତିପୂରଣ ଦେବା ପ୍ରସଙ୍ଗ ଉଠିଥିଲା। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ଯଦି କେହି ମଦ ପିଇବେ, ତ’ହେଲେ ସେମାନେ ପ୍ରାଣ ହରାଇବେ। ଉଦାହରଣ ଭାବେ ଆପଣ ସବୁ କିଛି ଦେଖୁଛନ୍ତି। ବିହାରରେ ମଦ ବ୍ୟାନ ହୋଇଛି। ଆଇନକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ସତର୍କ କରାଯାଉଛି। ମଦ ଶରୀର ପାଇଁ କେତେ କ୍ଷତିକାରକ ସେ ସମ୍ପର୍କିିତ ରିସର୍ଚ୍ଚ ରିପୋର୍ଟ ମଧ୍ୟ ସମସ୍ତଙ୍କ ଘରକୁ ପଠାଯାଇଛି। ଏହାସତ୍ତ୍ବେ କିଛି ଲୋକ ମଦ ପିଉଛନ୍ତି ଓ ବ୍ୟବସାୟ କରୁଛନ୍ତି। ତେଣୁ ମଦ ପିଇଲେ ମରିବା ଏକପ୍ରକାର ନିଶ୍ଚିତ ବୋଲି ନୀତୀଶ କହିଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

16 Dec 2022 By The Sakala

ବିହାର ମଦ ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି, ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ

ପାଟନା:  ବିହାରର ସାରନ ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁଜନିତ ଘଟଣାରେ ମୃତ୍ୟୁସଂଖ୍ୟା ୬୧ ରେ ପହଞ୍ଚିଛି।  ଗୁରୁତର ଅସୁସ୍ଥ ଲୋକଙ୍କ ଚିକିତ୍ସା କରାଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ଇତିମଧ୍ୟରେ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ବିହାର ରାଜନୀତିରେ କାଦୁଅ ପିଙ୍ଗା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ବହୀନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଟିମ୍‌ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୨୬ ଜଣ ଚୋରା ମଦ ବେପାରୀଙ୍କୁ ଧରାଯାଇଥିଲା ବେଳେ ମୋଟ ୪୦୦୦ ଲିଟର ଦେଶୀମଦ ଜବତ କରାଯାଇଥିବା କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ,ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି।ତେବେ ଆଜି ମୃତକଙ୍କ ପରିବାର ପ୍ରତି ସମ୍ଭାବ୍ୟ କ୍ଷତିପୂରଣ ସମ୍ପର୍କରେ ତାଙ୍କୁ ପଚରା ଯାଇଥିଲା ବେଳେ ଏହାର ଉତ୍ତରରେ ସେ କହିଛନ୍ତି, ‘ଗତଥର ଯେତେବେଳେ କିଛି ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ ସେତେବେଳେ ମଧ୍ୟ କ୍ଷତିପୂରଣ ଦେବା ପ୍ରସଙ୍ଗ ଉଠିଥିଲା। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ଯଦି କେହି ମଦ ପିଇବେ, ତ’ହେଲେ ସେମାନେ ପ୍ରାଣ ହରାଇବେ। ଉଦାହରଣ ଭାବେ ଆପଣ ସବୁ କିଛି ଦେଖୁଛନ୍ତି। ବିହାରରେ ମଦ ବ୍ୟାନ ହୋଇଛି। ଆଇନକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ସତର୍କ କରାଯାଉଛି। ମଦ ଶରୀର ପାଇଁ କେତେ କ୍ଷତିକାରକ ସେ ସମ୍ପର୍କିିତ ରିସର୍ଚ୍ଚ ରିପୋର୍ଟ ମଧ୍ୟ ସମସ୍ତଙ୍କ ଘରକୁ ପଠାଯାଇଛି। ଏହାସତ୍ତ୍ବେ କିଛି ଲୋକ ମଦ ପିଉଛନ୍ତି ଓ ବ୍ୟବସାୟ କରୁଛନ୍ତି। ତେଣୁ ମଦ ପିଇଲେ ମରିବା ଏକପ୍ରକାର ନିଶ୍ଚିତ ବୋଲି ନୀତୀଶ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର