ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ଭୋଟିଂ...

Deviprasad Mohanty Picture
Published On

ପାଟନା: ବିହାର ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି। ସକାଳ ୭ଟାରୁ ଏହି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରେ ଶେଷ ହେବ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଏହି ପର୍ଯ୍ୟାୟରେ ୨୦ ଜିଲ୍ଲାର ୩.୭ କୋଟି ଭୋଟର ୧୨୨ ଆସନର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।  ୨୪୩ ଆସନ ବିଶିଷ୍ଟ ବିହାରରେ କିଏ ପରବର୍ତ୍ତୀ ସରକାର ଗଠନ କରୁଛି ତାହା ଏହି ପର୍ଯ୍ୟାୟ ନିର୍ବାଚନରୁ ସ୍ଥିର ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ମୋଟ ୧୩୦୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୬ ମହିଳା ସାମିଲ ଅଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ସମାପ୍ତ କରିବା ପାଇଁ ୪ ଲକ୍ଷରୁ ଊର୍ଦ୍ଧ୍ବ ସୁରକ୍ଷାବାହିନୀ ନିୟୋଜିତ କରାଯାଇଛି। ୪୫, ୩୯୯ ବୁଥ୍‌ ପ୍ରତିଷ୍ଠା ହୋଇଛି। ଏହି ପର୍ଯ୍ୟାୟରେ ମୁସଲିମ ବହୁଳ ସୀମାଞ୍ଚଳ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ କ୍ଷେତ୍ର ପାଲଟି ଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ପୂର୍ଣ୍ଣିଆ, ଅରରିଆ, କଟିହାର ଏବଂ କିଶନଗଞ୍ଜର ୨୪ ବିଧାନସଭା କ୍ଷେତ୍ରକୁ ବ୍ୟାପିଥିବା ଏହି ଅଞ୍ଚଳ ସରକାର ଗଠନ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରେ। ଆରଜେଡି ନେତୃତ୍ବାଧୀନ କଂଗ୍ରେସ ଏଠାରେ ମଜବୁତ ସ୍ଥିତିରେ ଥିବାବେଳେ ଚଳିତ ଥର ଏଆଇଏମଆଇଏମ ଏବଂ ଜନସୁରାଜ ଏହି ମହାମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିଛି। ମୁସଲମାନ ଏବଂ ଯାଦବଙ୍କ ବହୁଳ ଏହି କ୍ଷେତ୍ରରେ ଏନ୍‌ଡିଏ ବ୍ୟାକ୍‌ଫୁଟରେ ଅଛି। ଗତ ନିର୍ବାଚନରେ ସୀମାଞ୍ଚଳର ୫ ଆସନରେ ଏଆଇଏମଆଇଏମ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ଚଳିତ ଥର ଅଧିକ ଆସନରେ ଜିତିବାକୁ ଏହି ଦଳ ଆଶାବାଦୀ ରହିଛି। କିନ୍ତୁ ଜନସୁରାଜ ଏଥିରେ କିଛି ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ସୂଚନାେଯାଗ୍ୟ ଯେ, ଗତ ୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ  ମତଦାନରେ ୬୫ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ଏଥିରେ ମହିଳାମାନେ  ଅଧିକ ସଂଖ୍ୟାରେ ଭୋଟ୍ ଦେଇଥିଲେ।  ଏମାନଙ୍କ ଭୋଟ୍ ନୂଆ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର