ବିହାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶଙ୍କ ପୁଅ ନିଶାନ୍ତ ଏବଂ ଅନ୍ୟ ୩୧ ନେତା

Madhusudan Das Picture
Published On

ବିହାର: ସଂପ୍ରସାରଣ ହେଲା ବିହାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ । ମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର । ପାଟଣାର ଐତିହାସିକ ଗାନ୍ଧୀ ମଇଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ସମେତ ଏନଡିଏ ମେଣ୍ଟର ୩୧ ଜଣ ନେତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ଥିଲେ। ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନୈନ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ରାଜ୍ୟସଭାକୁ ଯିବା ପରେ ତାଙ୍କ ପୁଅ ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ଜଣେ ଇଞ୍ଜିନିୟରିଂ ସ୍ନାତକ ନିଶାନ୍ତ ପ୍ରଥମେ କୌଣସି ରାଜନୈତିକ ପଦବୀ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଜଣେ ସାଧାରଣ କର୍ମୀ ଭାବରେ କାମ କରିବାକୁ ଚାହୁଁଥିଲେ। ତେବେ ଜେଡିୟୁ ନେତା ଓ କର୍ମୀଙ୍କ ବାରମ୍ବାର ଦାବି ପରେ ସେ ସରକାରରେ ସାମିଲ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଜେଡିୟୁ କୋଟାରୁ ଶ୍ୱେତା ଗୁପ୍ତା ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ବେଳେ ଦାମୋଦର ରାୱତ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ସେହିପରି ବିଜେପି ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ସମେତ କେଦାର ଗୁପ୍ତା, ମିଥିଲେଶ ତିୱାରୀ, ନୀତୀଶ ମିଶ୍ର, ପ୍ରମୋଦ ଚନ୍ଦ୍ରବଂଶୀ ଆଦି ଶପଥ ନେଇଛନ୍ତି। ଅନ୍ୟପକ୍ଷରେ, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ମୁଖ୍ୟ ଉପେନ୍ଦ୍ର କୁଶବାହାଙ୍କ ପୁଅ ଦୀପକ ପ୍ରକାଶ ମଧ୍ୟ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ ଆସନରୁ ରେକର୍ଡ ୨୦୨ଟି ଆସନ ଜିତିଥିଲା। ଏହି ନିର୍ବାଚନରେ ବିଜେପି ସର୍ବାଧିକ ୮୯ ସିଟ୍ ଜିତିଥିବା ବେଳେ ଜେଡିୟୁ ୮୫ ସିଟ୍ ଏବଂ ଏଲଜେପି (ରାମବିଳାସ) ୧୯ ସିଟ୍ ଜିତିଥିଲା। ମହାମେଣ୍ଟ ମାତ୍ର ୩୫ଟି ଆସନରେ ସୀମିତ ରହିଥିଲା। ଏହା ପରେ ଗତ ମାସରେ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଗୁରୁବାରର ଏହି ସମ୍ପ୍ରସାରଣ ପରେ ତାଙ୍କ ମନ୍ତ୍ରିମଣ୍ଡଳ ଏକ ପୂର୍ଣ୍ଣାଙ୍ଗ ରୂପ ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର