ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା, ଗୁଜରାଟ ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

The Sakala Picture
Published On

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । […]

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ ।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକ ମାଧ୍ୟମରେ ଭଗବଦ୍ ଗୀତା ଶିକ୍ଷାଲାଭ କରିବେ। ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

08 Feb 2024 By The Sakala

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପଢାଯିବ ଭଗବତ ଗୀତା, ଗୁଜରାଟ ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଗୁଜରାଟ: ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା । ଗୁଜରାଟରେ ଆସନ୍ତା ଜୁନରୁ ସରକାରୀ ସ୍କୁଲରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭଗବତ ଗୀତା ପଢାଯିବ । ଏନେଇ ରାଜ୍ୟ ବିଧାନସଭା ବୁଧବାର ଏକ ପ୍ରସ୍ତାବ କରିଛି । ବିରୋଧୀ ପାର୍ଟି ଆମ ଆଦମୀ ପାର୍ଟି (ଆପ୍) ଏହି ପ୍ରସ୍ତାବକୁ ସମର୍ଥନ କରିଛି । ଅନ୍ୟପଟେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ଯେ ବିଜେପି ସରକାର କେବଳ ଲୋକପ୍ରିୟତା ପାଇବା ପାଇଁ ଏପରି କରୁଛି । ତେବେ ଭୋଟିଂ ବେଳେ ପାର୍ଟି ଏହାର ସମର୍ଥନ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ମାର୍ଚ୍ଚରେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ଜିତୁ ବାଘାନୀ ବିଧାନସଭାରେ ଘୋଷଣା କରିଥିଲେ ଯେ ସ୍କୁଲ ଛାତ୍ରଛାତ୍ରୀ ଗୀତା ଏବଂ ଏହାର ଶ୍ଲୋକ ଜାଣିବା ଦରକାର । ଏହାପରେ ୨୦୨୨ ମାର୍ଚ୍ଚ ୧୭ରେ ଏକ ସରକାରୀ ପ୍ରସ୍ତାବ ଜାରି କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ୨୦୨୨-୨୩ ଶିକ୍ଷା ବର୍ଷରୁ ଷଷ୍ଠରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଗୀତାର ମୂଲ୍ୟ ଏବଂ ସିଦ୍ଧାନ୍ତକୁ ଅବଗତ କରାଯିବ ।

ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା କାହାଣୀ ଏବଂ ପଠନ ଆକାରରେ ଶିକ୍ଷା ଦିଆଯିବ। ସେହିପରି ନବମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କର ପ୍ରଥମ ଭାଷା ପାଠ୍ୟ ପୁସ୍ତକ ମାଧ୍ୟମରେ ଭଗବଦ୍ ଗୀତା ଶିକ୍ଷାଲାଭ କରିବେ। ଭଗବଦ୍ ଗୀତାର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ମନେପକାଇ ମନ୍ତ୍ରୀ ପାନଶେରିଆ ପୂର୍ବେ ସାଧୁ ତଥା ପାଶ୍ଚାତ୍ୟ ଚିନ୍ତକମାନଙ୍କ ଉପରେ ଏହାର ପ୍ରଭାବ କିପରି ଥିଲା ଓ ଏହାର ଅନନ୍ତକାଳୀନ ପ୍ରାସଙ୍ଗିକତାକୁ ଦର୍ଶାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର