କନ୍ୟା ନ ମିଳିବାରୁ ମାଟ୍ରିମୋନିକୁ ୬୦ ହଜାର ଜରିମାନା

The Sakala Picture
Published On

ନୂଆଦିଲ୍ଲୀ: ଜଣେ ହତାଧିକାରୀଙ୍କୁ ମନ ପସନ୍ଦର କନ୍ୟା ନ ମିଳିବାରୁ ଏକ ମାଟ୍ରିମୋନି ପୋର୍ଟାଲ ଉପରେ ବେଙ୍ଗାଲୁରୁ ଖାଉଟି ଅଦାଲତ ୬୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। କନ୍ୟା ଖୋଜିବା ଲାଗି ଏହି ପୋର୍ଟାଲ ମାଧ୍ୟମରେ ଜଣେ ବ୍ୟକ୍ତି ଆବଶ୍ୟକ ଫି ’ଜମା କରିଥିଲା ବେଳେ ୪୫ ଦିନ ମଧ୍ୟରେ କନ୍ୟା ଖୋଜି ଦିଆଯିବ ବୋଲି ଉକ୍ତ ପୋର୍ଟାଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସଂପୃକ୍ତ ବ୍ୟକ୍ତି ଅଦାଲତର ଆଶ୍ରୟ ନେଇଥିଲେ। […]

ନୂଆଦିଲ୍ଲୀ: ଜଣେ ହତାଧିକାରୀଙ୍କୁ ମନ ପସନ୍ଦର କନ୍ୟା ନ ମିଳିବାରୁ ଏକ ମାଟ୍ରିମୋନି ପୋର୍ଟାଲ ଉପରେ ବେଙ୍ଗାଲୁରୁ ଖାଉଟି ଅଦାଲତ ୬୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। କନ୍ୟା ଖୋଜିବା ଲାଗି ଏହି ପୋର୍ଟାଲ ମାଧ୍ୟମରେ ଜଣେ ବ୍ୟକ୍ତି ଆବଶ୍ୟକ ଫି ’ଜମା କରିଥିଲା ବେଳେ ୪୫ ଦିନ ମଧ୍ୟରେ କନ୍ୟା ଖୋଜି ଦିଆଯିବ ବୋଲି ଉକ୍ତ ପୋର୍ଟାଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସଂପୃକ୍ତ ବ୍ୟକ୍ତି ଅଦାଲତର ଆଶ୍ରୟ ନେଇଥିଲେ। ବେଙ୍ଗାଲୁରୁର ବିଜୟ କୁମାର କେ.ଏସ୍ ତାଙ୍କ ପୁଅ ବାଲାଜୀଙ୍କ ପାଇଁ କନ୍ୟା ଖୋଜିବାକୁ ଦିଲମିଲ ମାଟ୍ରିମୋନି ପୋର୍ଟାଲ ସହିତ ଯୋଗାଯୋଗ କରିଥିଲେ। କନ୍ୟା ଯୋଗାଡ ପାଇଁ ଏହି ମାଟ୍ରିମୋନି ତାଙ୍କୁ ୩୦,୦୦୦ ଟଙ୍କା ମାଗିଥିଲା। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ମାଟ୍ରିମୋନି ସାଇଟରେ କନ୍ୟା ନ ମିଳିବାରୁ ବିଜୟ କୁମାର ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ମାଟ୍ରିମୋନିଆଲ ସଂସ୍ଥାର କର୍ମଚାରୀମାନେ ବିଜୟଙ୍କୁ ଅସଦାଚରଣ କରିବା ସହ ଅଶାଳୀନ ଭାଷା କହି ଅଫିସରୁ ତଡି ଦେଇଥିଲେ। ଏହା ପରେ ବିଜୟ କୁମାର ଅଦାଲତର କୋର୍ଟର ଦ୍ବାରସ୍ଥ ହେବା ସହ ଉକ୍ତ ମାଟ୍ରିମୋନିକୁ ନୋଟିସ୍ ପଠାଇଥିଲେ। ଖାଉଟି ଅଦାଲତ ବିଜୟ ଫି ବାବଦକୁ ଦେଇଥିବା ୩୦,୦୦୦ ଟଙ୍କା ସହିତ ୬୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ସୀମା ପାର କରୁଛି ଆମେରିକା! ଜାଣନ୍ତୁ କ'ଣ ଏହି ଜେନେଭା କନଭେନସନ୍ ଯାହାର ଖୋଲାଖୋଲି ଉଲ୍ଲଂଘନ ହେଉଛି

05 Nov 2024 By The Sakala

କନ୍ୟା ନ ମିଳିବାରୁ ମାଟ୍ରିମୋନିକୁ ୬୦ ହଜାର ଜରିମାନା

ନୂଆଦିଲ୍ଲୀ: ଜଣେ ହତାଧିକାରୀଙ୍କୁ ମନ ପସନ୍ଦର କନ୍ୟା ନ ମିଳିବାରୁ ଏକ ମାଟ୍ରିମୋନି ପୋର୍ଟାଲ ଉପରେ ବେଙ୍ଗାଲୁରୁ ଖାଉଟି ଅଦାଲତ ୬୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। କନ୍ୟା ଖୋଜିବା ଲାଗି ଏହି ପୋର୍ଟାଲ ମାଧ୍ୟମରେ ଜଣେ ବ୍ୟକ୍ତି ଆବଶ୍ୟକ ଫି ’ଜମା କରିଥିଲା ବେଳେ ୪୫ ଦିନ ମଧ୍ୟରେ କନ୍ୟା ଖୋଜି ଦିଆଯିବ ବୋଲି ଉକ୍ତ ପୋର୍ଟାଲ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପୂରଣ ନ ହେବାରୁ ସଂପୃକ୍ତ ବ୍ୟକ୍ତି ଅଦାଲତର ଆଶ୍ରୟ ନେଇଥିଲେ। ବେଙ୍ଗାଲୁରୁର ବିଜୟ କୁମାର କେ.ଏସ୍ ତାଙ୍କ ପୁଅ ବାଲାଜୀଙ୍କ ପାଇଁ କନ୍ୟା ଖୋଜିବାକୁ ଦିଲମିଲ ମାଟ୍ରିମୋନି ପୋର୍ଟାଲ ସହିତ ଯୋଗାଯୋଗ କରିଥିଲେ। କନ୍ୟା ଯୋଗାଡ ପାଇଁ ଏହି ମାଟ୍ରିମୋନି ତାଙ୍କୁ ୩୦,୦୦୦ ଟଙ୍କା ମାଗିଥିଲା। କିନ୍ତୁ ପ୍ରତିଶ୍ରୁତି ଅନୁସାରେ ମାଟ୍ରିମୋନି ସାଇଟରେ କନ୍ୟା ନ ମିଳିବାରୁ ବିଜୟ କୁମାର ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ। ହେଲେ ମାଟ୍ରିମୋନିଆଲ ସଂସ୍ଥାର କର୍ମଚାରୀମାନେ ବିଜୟଙ୍କୁ ଅସଦାଚରଣ କରିବା ସହ ଅଶାଳୀନ ଭାଷା କହି ଅଫିସରୁ ତଡି ଦେଇଥିଲେ। ଏହା ପରେ ବିଜୟ କୁମାର ଅଦାଲତର କୋର୍ଟର ଦ୍ବାରସ୍ଥ ହେବା ସହ ଉକ୍ତ ମାଟ୍ରିମୋନିକୁ ନୋଟିସ୍ ପଠାଇଥିଲେ। ଖାଉଟି ଅଦାଲତ ବିଜୟ ଫି ବାବଦକୁ ଦେଇଥିବା ୩୦,୦୦୦ ଟଙ୍କା ସହିତ ୬୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର