ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ

Madhusudan Das Picture
Published On

ମହାରାଷ୍ଟ୍ର: ପଞ୍ଚଭୂତରେ ବିଲୀନ ହେଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅଜିତ ପାୱାରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିନ ୧୧ଟା ସମୟରେ ଅଜିତ ପାୱାରଙ୍କ ରାଜନୈତିକ ଗଡ଼ ବାରାମତିର ବିଦ୍ୟା ପ୍ରତିଷ୍ଠାନ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଦୁଇ ପୁଅ ପାର୍ଥ, ଜୟ ଦେଇଛନ୍ତି ମୁଖାଗ୍ନି । ଶେଷକୃତ୍ୟ ସମୟରେ ବାରାମତି ପାଲଟିଥିଲା ଜନସମୁଦ୍ର । ଅଜିତ ଦାଦାଙ୍କୁ ହରାଇ ଝୁରୁଛନ୍ତି ସମର୍ଥକ । ୬୬ ବର୍ଷ ବୟସରେ ତାଙ୍କ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ନୀତିନ ନବୀନ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଅନେକ ବରିଷ୍ଠ ନେତା ଅନ୍ତିମ ସଂସ୍କାର ପାଇଁ ପହଞ୍ଚିଥିଲେ ।

ଆହୁରି ପଢ଼ନ୍ତୁ: କେଉଁ କାରଣ ପାଇଁ ଦୁର୍ଘଟଣାଗସ୍ତ ହେଲା ଅଜିତ ପାୱାରଙ୍କ ବିମାନ...କୁହୁଡ଼ି ନା ଅନ୍ୟ କିଛି କାରଣ ?

ସୂଚନାଯୋଗ୍ୟ, ଗତକାଲି ଜାନୁଆରୀ ୨୮ ତାରିଖରେ ମହାରାଷ୍ଟ୍ରର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ହଠାତ୍ ମୃତ୍ୟୁ ହୋଇଥିଲା । ବିମାନଟି ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅଜିତ ପାୱାର, ପାଇଲଟ୍ କ୍ୟାପ୍ଟେନ୍ ସୁମିତ କପୁର, ସହ-ପାଇଲଟ୍ ଶାମ୍ଭବୀ ପାଠକ, ବିମାନ ପରିଚାରିକା ପିଙ୍କି ମାଲି ଏବଂ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଦୀପ ଯାଦବଙ୍କ ମୃତ୍ୟୁ ହୋଇଥିଲା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା AAIB ଦୁର୍ଘଟଣାର ତଦନ୍ତ କରୁଛି । 

ଆହୁରି ପଢ଼ନ୍ତୁ: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ‘ମଦର ଅଫ୍ ଅଲ୍’ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp