ମାର୍ଚ୍ଚ ମାସରେ ବନ୍ଦ ରହିବ ୧୧ ଦିନ ବ୍ଯାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ ରହିବ ବନ୍ଦ…

The Sakala Picture
Published On

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଭାରତରେ ବ୍ୟାଙ୍କଗୁଡ଼ିକ ପାଖାପାଖି ୧୧ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ମାର୍ଚ୍ଚ ୧୧ରେ ମହାଶିବରାତ୍ରି ଏବଂ ୨୯ରେ ହୋଲି ଉତ୍ସବ ପାଳିତ ହେବ । ଫଳରେ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ମାର୍ଚ୍ଚରେ ମୋଟ ୪ଟି ରବିବାର ପଡୁଛି । ମାର୍ଚ୍ଚ ୧୩ ଓ ୨୭ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ମାର୍ଚ୍ଚ ୧୫ ଓ ୧୬ […]

ନୂଆଦିଲ୍ଲୀ: ମାର୍ଚ୍ଚ ମାସରେ ଭାରତରେ ବ୍ୟାଙ୍କଗୁଡ଼ିକ ପାଖାପାଖି ୧୧ ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ସୂଚନା ମୁତାବକ, ମାର୍ଚ୍ଚ ୧୧ରେ ମହାଶିବରାତ୍ରି ଏବଂ ୨୯ରେ ହୋଲି ଉତ୍ସବ ପାଳିତ ହେବ । ଫଳରେ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ । ଏହାବ୍ୟତୀତ ମାର୍ଚ୍ଚରେ ମୋଟ ୪ଟି ରବିବାର ପଡୁଛି । ମାର୍ଚ୍ଚ ୧୩ ଓ ୨୭ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ମାର୍ଚ୍ଚ ୧୫ ଓ ୧୬ ତାରିଖରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବାକୁ ଯାଉଛି । ଧର୍ମଘଟ ଯୋଗୁ ବ୍ୟାଙ୍କଗୁଡ଼ିକ ଲଗାତର ୪ ଦିନ ବନ୍ଦ ରହିବ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ ସଂଘଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି । ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଓ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଘରୋଇକରଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ମାର୍ଚ୍ଚ ୧୩ ଦ୍ୱିତୀୟ ଶନିବାର ହୋଇଥିବା ବେଳେ ମାର୍ଚ୍ଚ ୧୪ ରବିବାର । ଅର୍ଥାତ୍‌ ଆସନ୍ତା ମାସରେ ଯଦି ଧର୍ମଘଟ କରାଯାଏ, ତେବେ ମାର୍ଚ୍ଚ ୧୩ରୁ ୧୬ ତାରିଖ ପର୍ଯ୍ଯନ୍ତ ବ୍ୟାଙ୍କଗୁଡ଼ିକରେ କାରବାର ବନ୍ଦ ରହିବ । ମାର୍ଚ୍ଚ ୩୦ରେ ‘ଭାଇଦୁଜ୍‌’ ପର୍ବ ପାଳନ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ ।

ମାର୍ଚ୍ଚ ମାସରେ ବ୍ଯାଙ୍କ ବନ୍ଦ ରହୁଥିବା ଦିନ ଗୁଡିକ ହେଲା- 

ମାର୍ଚ୍ଚ ୫-: ଚାପର୍ କୁଟ୍ ପାଳନ କରିବାକୁ ମିଜୋରାମରେ ଛୁଟିଦିନ

ମାର୍ଚ୍ଚ ୭: ରବିବାର

ମାର୍ଚ୍ଚ ୧୧: ମହାଶିବତ୍ରୀ 

ମାର୍ଚ୍ଚ ୧୪: ରବିବାର 

ମାର୍ଚ୍ଚ ୨୨ : ବିହାର ଦିବସ 

ମାର୍ଚ୍ଚ ୧୩: ଦ୍ୱିତୀୟ ଶନିବାର 

ମାର୍ଚ୍ଚ ୧୪: ରବିବାର 

ମାର୍ଚ୍ଚ ୨୧: ରବିବାର 

ମାର୍ଚ୍ଚ ୨୭ : ଚତୁର୍ଥ ଶନିବାର 

ମାର୍ଚ୍ଚ ୨୮: ରବିବାର

ମାର୍ଚ୍ଚ ୨୧ : Dhuleti / Yaosang ଦ୍ୱିତୀୟ ଦିନ 

ମାର୍ଚ୍ଚ ୩୦: ହୋଲି 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର