ହେଟ୍ ସ୍ପିଚ୍ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

The Sakala Picture
Published On

ନୂଆଦିଲ୍ଲୀ : ହେଟସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍। ତେବେ କୋର୍ଟ ଆଜି ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।କେବଳ ଆଜମ୍ ଖାନ ନୁହଁନ୍ତି ସମାନ ମାମଲାରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି […]

ନୂଆଦିଲ୍ଲୀ : ହେଟସ୍ପିଚ୍‌ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଉତ୍ତରପ୍ରଦେଶର ରାମପୁରରେ ଘୃଣା ଓ ଉସକାଇଲା ଭଳି ଭାଷଣ ଦେଇଥିଲେ ଆଜମ ଖାନ୍। ତେବେ କୋର୍ଟ ଆଜି ତାଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି।କେବଳ ଆଜମ୍ ଖାନ ନୁହଁନ୍ତି ସମାନ ମାମଲାରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ୩ ଜଣଙ୍କ ଉପରେ ୨ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

୨୦୧୯ରେ ଆଜମଖାନ୍‌ଙ୍କ ବିରୋଧରେ ହେଟ ସ୍ପିଚ ଅଭିଯୋଗ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଦେଇଥିବା ଆପତ୍ତିଜନକ ବୟାନ ପାଇଁ ଆଜମ ଖାନ୍‌ଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୧୯ ଏପ୍ରିଲ ୭ ତାରିଖରେ ରାମପୁରର ମହମ୍ମଦ ଆଜାମ ଖାନ ତାଙ୍କ ନିର୍ବାଚନ ସଭାରେ ଭାଷଣ ଦେବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କର ଏହି ଭାଷଣ ବିରୋଧ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିଜେପି ନେତା ଅଜୟ ସକ୍‌ସେନା ଏହାକୁ ନେଇ ଆଜମ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏଥିସହ ଆଜମ ଖାନ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗର ଭିଡିଓ ଟିମ୍ ଇନ୍‌ଚାର୍ଜ ଦ୍ୱାରା ଏକ ଏଫ୍‌ଆଇର୍ ମଧ୍ୟ ରୁଜୁ କରାଯାଇଥିଲା। ଆଜି ଏହି ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ଆଜାମ ଖାନଙ୍କ ବିରୋଧରେ ହେଟ୍ ସ୍ପିଚ୍ ଦେବା ଓ ଘୃଣା ସୃଷ୍ଟି କରାଇବା ଭଳି ଗୁରୁତର ମାମଲା ରୁଜୁ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ଏହି ମାମଲାରେ କୋର୍ଟ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ଆଜମ ଖାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତକ୍ରାଳୀନ ଜିଲ୍ଲା ଅଧିକାରୀ ଆଂଜନେୟ କୁମାର ସିଂଙ୍କ ବିରୋଧରେ ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା ।ଆଜମ୍ ଖାନଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଥିଲା ସେଥିରେ ୩ ବର୍ଷ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଏବେ ଆଜମ୍ ଖାନଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ଚୋରି ସମେତ ମୋଟ ୯୦ ଟି ମାମଲା ଚାଲିଛି।ଏହି ମାମଲା ମଧ୍ୟରେ ଚୋରି ଓ ଦୁର୍ନୀତି ଆଦି ରହିଛି। ଏକ ଠକେଇ ମାମଲାରେ ପୂର୍ବରୁ ସେ ଚଳିତ ବର୍ଷ ସୁପ୍ରିମକୋର୍ଟରୁ ବେଲ ପାଇଥିଲେ। ୨୦୨୨ ମେ ୨୦ରେ ସେ ଜେଲରୁ ମୁକୁଲିଥିଲା। ଦୀର୍ଘ ୨୭ ମାସ ହେଲା ସେ ଜେଲରେ ଥିଲେ। ତାଙ୍କ ନାଁରେ ୮୮ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ସବୁ ମାମଲାରେ ତାଙ୍କୁ ଜାମିନ ମିଳିଥିଲା।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର