ଲେଖକ ସଲମାନ ରୁସଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ, ସଭାରେ ଭାଷଣ ଦେଉଥିବା ସମୟରେ ଛୁରାମାଡ

The Sakala Picture
Published On

ନୂଆଦିଲ୍ଲୀ : ଲେଖକ ସଲମାନ ରୁସଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ଆମେରିକାର ନ୍ୟୁୟର୍କର ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କୁ ଏକାଧିକ ଥର ଛୁରୀମାଡ କରିଥିବା ଜଣାପଡିଛି। ଏହା ପରେ ସଲମାନ ରୁସଦି ଚଟାଣରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା […]

ନୂଆଦିଲ୍ଲୀ : ଲେଖକ ସଲମାନ ରୁସଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଆଜି ଆମେରିକାର ନ୍ୟୁୟର୍କର ଏକ ସଭାରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଉଠି ତାଙ୍କୁ ଏକାଧିକ ଥର ଛୁରୀମାଡ କରିଥିବା ଜଣାପଡିଛି। ଏହା ପରେ ସଲମାନ ରୁସଦି ଚଟାଣରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ

ବୁକର ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚଉତାକା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲେ । ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢି ତାହାକୁ କାବୁ କରି ପୁଲିସ ହାତରେ ଦେଇଥିଲେ । ଆକ୍ରମାଣକାରୀଙ୍କୁ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ: ମହାକାଶରେ ରହସ୍ୟମୟ ଭାବେ ନଷ୍ଟ ହେଲା ଚୀନ୍ ସାଟେଲାଇଟ୍: ଆମେରିକୀୟ ସେନା ଉପରେ ଇରାନର ଆକ୍ରମଣ ସହ ରହିଛି କି ଲିଙ୍କ୍?

ଭାରତୀୟ ବଂଶୋଦ୍ଭବ ସଲମାନ ରୁସଦି ୧୯୮୧ରେ ଭାରତର ବିଭାଜନ ଉପରେ ପର୍ଯ୍ୟବେଶିତ ଉପନ୍ୟାସ ମିଡନାଇଟ୍ସ ଚିଲଡ୍ରେନ ଲେଖି ଲୋକପ୍ରିୟ ହୋଇଥିଲେ । ଏହାପରେ ଇଂରାଜୀ ପୁସ୍ତକ ସାଟାନିକ ଭର୍ସେସ ଲେଖିବା ପରେ ତାହାକୁ ଇସଲାମିକ ଜଗତରେ ତୀବ୍ର ବିରୋଧ କରାଯାଇଥିଲା ।ତାଙ୍କ ବହି ‘ଦି ସାଟାନିକ ଭର୍ସେସ’ ପାଇଁ ୧୯୮୦ ମସିହାରେ ରସିଦଙ୍କକୁ ହତ୍ୟା ଧମକ ଦିଆଯାଇଥିଲ। ଇସଲାମ ବିରୋଧୀ ଦର୍ଶାଇ ଏହି ବହିକୁ ୧୯୮୮ରୁ ଇରାନରେ ନିଷଦ୍ଧ କରାଯାଇଛି। ୧୯୮୯ରେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଖୋମିନି ତାଙ୍କ ହତ୍ୟା ପାଇଁ ଫତୱା ଜାରି କରିଥିଲେ । ୨୦୧୨ରେ ଇରାନର ଏକ ଧାର୍ମିକ ସଂସ୍ଥା ରୁସଦିଙ୍କୁ ଯିଏ ହତ୍ୟା କରିବ ତାଙ୍କୁ ୨.୮ ନିୟୁତ ଡଲାର ଦିଆଯିବ ବୋଲି ଘୋଷଣା କରିଥିଲା । ପରେ ଏହି ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରାଯାଇଥିଲା । ସେ ଭାରତୀୟ ବଂଶୋଦ୍ଭବ ହୋଇଥିବା ବେଳେ ବ୍ରିଟେନ୍‌ ନାଗରିକ ଅଟନ୍ତି ଏବଂ ଦୀର୍ଘ ୨୦ ବର୍ଷ ହେଲା ରସିଦ୍‌ ଆମେରିକାରେ ରହି ଆସୁଛନ୍ତି।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର