ସମୁଦ୍ରରେ ୪ ଘଣ୍ଟା ପହଁରି ପରିବାରକୁ ବଞ୍ଚାଇଲେ ୧୩ ବର୍ଷର ବାଳକ

Tapas Ranjan Nanda Picture
Published On

ଅଷ୍ଟ୍ରେଲିଆର ଜଣେ ୧୩ ବର୍ଷୀୟ ବାଳକ ନିଜର ଅଦମ୍ୟ ସାହସ ବଳରେ ପୂରା ପରିବାରକୁ ମୃତ୍ୟୁ ମୁଖରୁ ବଞ୍ଚାଇ ପାରିଛନ୍ତି। ସମୁଦ୍ର ମଝିରେ ଫସି ରହିଥିବା ନିଜ ମା’ ଏବଂ ଦୁଇ ସାନ ଭାଇଭଉଣୀଙ୍କ ଜୀବନ ବଞ୍ଚାଇବା ପାଇଁ ଏହି ବାଳକ ଜଣକ ଦୀର୍ଘ ୪ ଘଣ୍ଟା ଧରି ସମୁଦ୍ରରେ ପହଁରି କୂଳରେ ପହଞ୍ଚିଥିଲେ ଏବଂ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ପୋଲିସ୍ ସୂଚନା ଅନୁଯାୟୀ, ପର୍ଥରୁ ଏହି ପରିବାର ଛୁଟି କାଟିବାକୁ ଆସିଥିଲେ। ଶୁକ୍ରବାର ଦିନ ସେମାନେ କାୟାକ୍ ଏବଂ ପ୍ୟାଡଲ୍ ବୋର୍ଡ ସାହାଯ୍ୟରେ ସମୁଦ୍ରକୁ ଯାଇଥିଲେ। କିନ୍ତୁ ହଠାତ୍ ପାଗ ଖରାପ ହେବା ସହ ପ୍ରବଳ ପବନ ଯୋଗୁଁ ସେମାନେ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ପରିବାରର ସୁରକ୍ଷା ପାଇଁ ମା’ ଜୋଆନ୍ ଆପେଲବି (୪୭) ଏକ କଠିନ ନିଷ୍ପତ୍ତି ନେଇ ନିଜ ବଡ଼ ପୁଅ ଅଷ୍ଟିନ୍ ଆପେଲବିଙ୍କୁ ସାହାଯ୍ୟ ଆଣିବା ପାଇଁ କୂଳକୁ ପଠାଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଅଷ୍ଟିନ୍ ପ୍ରଥମେ ଏକ କାୟାକ୍‌ରେ କୂଳକୁ ଫେରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେଥିରେ ପାଣି ପଶିଯିବାରୁ ସେ ତାକୁ ଛାଡ଼ି ଦେଇଥିଲେ। ଏପରିକି ପହଁରିବାରେ ଅସୁବିଧା ହେଉଥିବାରୁ ସେ ନିଜର ଲାଇଫ୍ ଜ୍ୟାକେଟ୍ ମଧ୍ୟ କାଢ଼ି ଦେଇଥିଲେ। ପ୍ରାୟ ୪ କିଲୋମିଟର ଦୂରତା ଅତିକ୍ରମ କରି ସନ୍ଧ୍ୟା ୬ଟା ବେଳେ ସେ କୂଳରେ ପହଞ୍ଚି ତୁରନ୍ତ ସାହାଯ୍ୟ ମାଗିଥିଲେ। ଅଷ୍ଟିନ୍ କହିଛନ୍ତି ଯେ, "ଲହଡ଼ି ବହୁତ ବଡ଼ ଥିଲା, କିନ୍ତୁ ମୁଁ କେବଳ ପହଁରିବା କଥା ଚିନ୍ତା କରୁଥିଲି।"

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଅଷ୍ଟିନ୍ ଖବର ଦେବା ପରେ ଉଦ୍ଧାରକାରୀ ଦଳ ହେଲିକପ୍ଟର ଯୋଗେ ତଲାସୀ ଆରମ୍ଭ କରିଥିଲେ। ରାତି ପ୍ରାୟ ୮:୩୦ ସମୟରେ ମା’ ଏବଂ ଅନ୍ୟ ଦୁଇ ପିଲା (୧୨ ବର୍ଷର ଭାଇ ବ୍ୟୁ ଏବଂ ୮ ବର୍ଷର ଭଉଣୀ ଗ୍ରେସ୍)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସେତେବେଳକୁ ସେମାନେ କୂଳରୁ ପ୍ରାୟ ୧୪ କିଲୋମିଟର ଦୂରକୁ ଭାସି ଯାଇଥିଲେ। ପୋଲିସ୍ ଇନ୍ସପେକ୍ଟର ଜେମ୍ସ ବ୍ରାଡଲି ଅଷ୍ଟିନ୍‌ଙ୍କ ସାହସିକତାକୁ ପ୍ରଶଂସା କରି କହିଛନ୍ତି ଯେ, ତାଙ୍କ ଦୃଢ଼ ମନୋବଳ ଯୋଗୁଁ ଆଜି ତାଙ୍କ ପରିବାର ଜୀବିତ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର