ଜେଲ୍‌ରୁ କେଜ୍ରିୱାଲଙ୍କ ଚିଠି : ଜେଲ୍ ପ୍ରଶାସନ ମିଛ କହୁଛନ୍ତି, ‘ମୁଁ ପ୍ରତିଦିନ ଇନ୍‌ସୁଲିନ୍ ମାଗୁଛି’……

The Sakala Picture
Published On

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଥିପାଇଁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ତେବେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇଛନ୍ତି […]

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଥିପାଇଁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ତେବେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇଛନ୍ତି କେଜ୍ରିୱାଲ୍‌।

ଆହୁରି ପଢ଼ନ୍ତୁ: ନାସିକ କୋର୍ଟରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦାହରଣ: ଟିସିଏସ୍ କର୍ମଚାରୀ ନିଦା ଖାନଙ୍କୁ ମିଳିଲା ଜାମିନ

ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ତଥ୍ୟ ଦିଆଯାଉଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।ଅସନ୍ତୋଷ ଝାଡ଼ି କେଜ୍ରିୱାଲ କହିଛନ୍ତି, ମୁଁ ମଧୁମେହ ରୋଗୀ, ମୋତେ ଇନସୁଲିନ ଦରକାର। ମୋର ଶର୍କରା ସ୍ତର ୨୫୦ରୁ ୩୨୦ ମଧ୍ୟରେ ରହୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ରାଜନୈତିକ ଚାପ କାରଣରୁ ଜେଲ୍ ପ୍ରଶାସନ ମୋ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ଡାଟା ଦେଉଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଦ୍ରିନାଥ ଧାମ ଦାନ ଅର୍ଥ ଚୋରି ମାମଲା: ମନ୍ଦିର କମିଟିର ନିଲମ୍ବିତ କର୍ମଚାରୀ ପ୍ରମୋଦ ନୌଟିୟାଲ ଗିରଫ

ସୂଚନା ମୁତାବକ, ‘ତିହାର ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ‘ଅରବିନ୍ଦ କେଜ୍ରିୱାଲ କେବେ ବି ଇନସୁଲିନ ଦେବାକୁ କହିନାହାନ୍ତି । ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏମ୍ସ ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ । ଏଭଳି ବୟାନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଛନ୍ତି। କେଜ୍ରିୱାଲ ଚିଠିରେ ଜେଲ ଅଧୀକ୍ଷକଙ୍କୁ ଜଣାଇଛନ୍ତି ଯେ, ତିହାର ଜେଲ ପ୍ରଶାସନ ମିଛ କହୁଛି । ମୋତେ ଇନ୍ସୁଲିନ ଦିଆଯାଉନାହିଁ । ମୁଁ ଖବରକାଗଜରେ ତିହାର ଜେଲ ପ୍ରଶାସନର ବିବୃତ୍ତି ପଢିଛି। ଏହାକୁ ପଢିବା ପରେ ମୋତେ ଶକ୍ତ ଧକ୍କା ଲାଗିଛି । କାରଣ ଜେଲ ପ୍ରଶାସନ ମୋତେ ନେଇ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଦେହରେ ରକ୍ତ ଶର୍କରା ସ୍ତର ଅଧିକ ରହୁଥିବାରୁ ମୁଁ ଇନ୍ସୁଲିନ ଦେବାକୁ କେବେଠୁ ଅନୁରୋଧ କରିଆସୁଛି । ହେଲେ ଜେଲ ପ୍ରଶାସନ ଇନ୍ସୁଲିନ ନଦେଇ ବି ସବୁ ସୁବିଧା ଦିଆଯାଉଥିବା ନେଇ ଦାବି କରୁଛି।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ମଧ୍ୟରେ ପୁଣି ଭୀଷଣ ଯୁଦ୍ଧ: ବାହାରିନ, କୁଏତ ଏବଂ ଜୋର୍ଡାନରେ ମିସାଇଲ୍ ବର୍ଷା

22 Apr 2024 By The Sakala

ଜେଲ୍‌ରୁ କେଜ୍ରିୱାଲଙ୍କ ଚିଠି : ଜେଲ୍ ପ୍ରଶାସନ ମିଛ କହୁଛନ୍ତି, ‘ମୁଁ ପ୍ରତିଦିନ ଇନ୍‌ସୁଲିନ୍ ମାଗୁଛି’……

ନୂଆଦିଲ୍ଲୀ : ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ଥିବା ସମସ୍ତ ଅପରାଧିକ ମାମଲାରେ ସ୍ବତନ୍ତ୍ର ଅନ୍ତରୀଣ ଜାମିନ ଦାବି କରିଥିବା ଜନସ୍ବାର୍ଥ ମାମଲାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନ ଓ ଜଷ୍ଟିସ ମନମିତ୍ ପ୍ରୀତମ ସିଂହ ଅରୋରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଏଥିପାଇଁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। ତେବେ ଜାମିନ ଆବେଦନ ଖାରଜ ହେବା ପରେ ଜେଲ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇଛନ୍ତି କେଜ୍ରିୱାଲ୍‌।

ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ତଥ୍ୟ ଦିଆଯାଉଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।ଅସନ୍ତୋଷ ଝାଡ଼ି କେଜ୍ରିୱାଲ କହିଛନ୍ତି, ମୁଁ ମଧୁମେହ ରୋଗୀ, ମୋତେ ଇନସୁଲିନ ଦରକାର। ମୋର ଶର୍କରା ସ୍ତର ୨୫୦ରୁ ୩୨୦ ମଧ୍ୟରେ ରହୁଛି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ। ରାଜନୈତିକ ଚାପ କାରଣରୁ ଜେଲ୍ ପ୍ରଶାସନ ମୋ ସ୍ୱାସ୍ଥ୍ୟ ବାବଦରେ ଭୁଲ୍ ଡାଟା ଦେଉଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି।

ସୂଚନା ମୁତାବକ, ‘ତିହାର ଜେଲ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ‘ଅରବିନ୍ଦ କେଜ୍ରିୱାଲ କେବେ ବି ଇନସୁଲିନ ଦେବାକୁ କହିନାହାନ୍ତି । ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏମ୍ସ ଡାକ୍ତର ନିଶ୍ଚିତ କରିଛନ୍ତି ଯେ ଚିନ୍ତା କରିବାର କିଛି ନାହିଁ । ଏଭଳି ବୟାନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ଅଧୀକ୍ଷକଙ୍କୁ ଏକ ଚିଠି ଲେଖିଛନ୍ତି। କେଜ୍ରିୱାଲ ଚିଠିରେ ଜେଲ ଅଧୀକ୍ଷକଙ୍କୁ ଜଣାଇଛନ୍ତି ଯେ, ତିହାର ଜେଲ ପ୍ରଶାସନ ମିଛ କହୁଛି । ମୋତେ ଇନ୍ସୁଲିନ ଦିଆଯାଉନାହିଁ । ମୁଁ ଖବରକାଗଜରେ ତିହାର ଜେଲ ପ୍ରଶାସନର ବିବୃତ୍ତି ପଢିଛି। ଏହାକୁ ପଢିବା ପରେ ମୋତେ ଶକ୍ତ ଧକ୍କା ଲାଗିଛି । କାରଣ ଜେଲ ପ୍ରଶାସନ ମୋତେ ନେଇ ଯେଉଁ ବିବୃତ୍ତି ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ଦେହରେ ରକ୍ତ ଶର୍କରା ସ୍ତର ଅଧିକ ରହୁଥିବାରୁ ମୁଁ ଇନ୍ସୁଲିନ ଦେବାକୁ କେବେଠୁ ଅନୁରୋଧ କରିଆସୁଛି । ହେଲେ ଜେଲ ପ୍ରଶାସନ ଇନ୍ସୁଲିନ ନଦେଇ ବି ସବୁ ସୁବିଧା ଦିଆଯାଉଥିବା ନେଇ ଦାବି କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର