ଇଣ୍ଡି ମେଣ୍ଟରୁ ଅଲଗା ହେଲେ କେଜ୍ରିୱାଲ

The Sakala Picture
Published On

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଆମ ଆଦମୀ ପାର୍ଟି (ଆପ୍‌‌) ବିରୋଧୀ ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ନୂଆ କଥା ନୁହଁ। ଲୋକସଭା ନିର୍ବାଚନ ପରେ ଆପ୍‌‌ ଇଣ୍ଡିଆ ମେଣ୍ଟରୁ ପ୍ରାୟତଃ ଅଲଗା ହୋଇସାରିଥିଲା। କେବଳ ଔପଚାରିକ ଘୋଷଣା ବାକିଥିଲା। ଦିଲ୍ଲୀ ନିର୍ବାଚନ ହାରିବା ପରେ ଆପ୍‌‌ ଇଣ୍ଡିଆ ମେଣ୍ଟ ସହ ରହିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିକଟରେ […]

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଆମ ଆଦମୀ ପାର୍ଟି (ଆପ୍‌‌) ବିରୋଧୀ ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ନୂଆ କଥା ନୁହଁ। ଲୋକସଭା ନିର୍ବାଚନ ପରେ ଆପ୍‌‌ ଇଣ୍ଡିଆ ମେଣ୍ଟରୁ ପ୍ରାୟତଃ ଅଲଗା ହୋଇସାରିଥିଲା। କେବଳ ଔପଚାରିକ ଘୋଷଣା ବାକିଥିଲା। ଦିଲ୍ଲୀ ନିର୍ବାଚନ ହାରିବା ପରେ ଆପ୍‌‌ ଇଣ୍ଡିଆ ମେଣ୍ଟ ସହ ରହିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିକଟରେ ହୋଇଥିବା ବିଧାନସଭା ଉପ- ନିର୍ବାଚନରେ ଆପ୍‌‌ ଗୁଜରାଟ ଓ ପଞ୍ଜାବରେ ଭଲ ପ୍ରଦର୍ଶନ କରିଥିଲା। ଫଳରେ ଆପ୍‌ ଏବେ ନିଶ୍ଚିହ୍ନ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି। ଗୁଜରାଟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆପ୍‌ ଆଶାବାଦୀ ଅଛି। କଂଗ୍ରେସ ସହ ନିର୍ବାଚନ ଲଢିଲେ ଆପ୍‌‌ ବେଶି ଲାଭବାନ ହେବ ନାହିଁ ବୋଲି ହୃଦୟଙ୍ଗମ କରିଛି। ତେଣୁ ଆପ୍‌‌ ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଏହି ମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ପରେ ଆମେ ଦିଲ୍ଲୀ ଓ ହରିୟାଣାରେ ଏକାକି ନିର୍ବାଚନ ଲଢିଥିଲୁ ବୋଲି ସଞ୍ଜୟ କହିଛନ୍ତି। ଏହିକ୍ରମରେ ସେ କଂଗ୍ରେସ ପାର୍ଟିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବାରେ ବିଫଳ ହୋଇଛି। ଲୋକସଭା ନିର୍ବାଚନ ପରେ କଂଗ୍ରେସ ଇଣ୍ଡିଆ ମେଣ୍ଟର କୌଣସି ବୈଠକ ଡାକିନାହିଁ। ତେଣୁ ଏହା ଏକ ପିଲା ଖେଳ ନୁହେଁ ବୋଲି ସେ କହିଛନ୍ତି। ଏବେ ଆପ୍‌‌ ଏକାକୀ ନିର୍ବାଚନ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

19 Jul 2025 By The Sakala

ଇଣ୍ଡି ମେଣ୍ଟରୁ ଅଲଗା ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଆମ ଆଦମୀ ପାର୍ଟି (ଆପ୍‌‌) ବିରୋଧୀ ଇଣ୍ଡିଆ ମେଣ୍ଟରୁ ଅଲଗା ହୋଇଛି। ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ ଏହା କୌଣସି ନୂଆ କଥା ନୁହଁ। ଲୋକସଭା ନିର୍ବାଚନ ପରେ ଆପ୍‌‌ ଇଣ୍ଡିଆ ମେଣ୍ଟରୁ ପ୍ରାୟତଃ ଅଲଗା ହୋଇସାରିଥିଲା। କେବଳ ଔପଚାରିକ ଘୋଷଣା ବାକିଥିଲା। ଦିଲ୍ଲୀ ନିର୍ବାଚନ ହାରିବା ପରେ ଆପ୍‌‌ ଇଣ୍ଡିଆ ମେଣ୍ଟ ସହ ରହିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ନିକଟରେ ହୋଇଥିବା ବିଧାନସଭା ଉପ- ନିର୍ବାଚନରେ ଆପ୍‌‌ ଗୁଜରାଟ ଓ ପଞ୍ଜାବରେ ଭଲ ପ୍ରଦର୍ଶନ କରିଥିଲା। ଫଳରେ ଆପ୍‌ ଏବେ ନିଶ୍ଚିହ୍ନ ହୋଇନାହିଁ ବୋଲି ସ୍ପଷ୍ଟ ହୋଇଛି। ଗୁଜରାଟ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆପ୍‌ ଆଶାବାଦୀ ଅଛି। କଂଗ୍ରେସ ସହ ନିର୍ବାଚନ ଲଢିଲେ ଆପ୍‌‌ ବେଶି ଲାଭବାନ ହେବ ନାହିଁ ବୋଲି ହୃଦୟଙ୍ଗମ କରିଛି। ତେଣୁ ଆପ୍‌‌ ଇଣ୍ଡିଆ ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛି। ଏହି ମେଣ୍ଟ କେବଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା। ଏହା ପରେ ଆମେ ଦିଲ୍ଲୀ ଓ ହରିୟାଣାରେ ଏକାକି ନିର୍ବାଚନ ଲଢିଥିଲୁ ବୋଲି ସଞ୍ଜୟ କହିଛନ୍ତି। ଏହିକ୍ରମରେ ସେ କଂଗ୍ରେସ ପାର୍ଟିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବାରେ ବିଫଳ ହୋଇଛି। ଲୋକସଭା ନିର୍ବାଚନ ପରେ କଂଗ୍ରେସ ଇଣ୍ଡିଆ ମେଣ୍ଟର କୌଣସି ବୈଠକ ଡାକିନାହିଁ। ତେଣୁ ଏହା ଏକ ପିଲା ଖେଳ ନୁହେଁ ବୋଲି ସେ କହିଛନ୍ତି। ଏବେ ଆପ୍‌‌ ଏକାକୀ ନିର୍ବାଚନ ଲଢିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର