ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’

The Sakala Picture
Published On

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’। ରୋଡ ଶୋ’ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଭ୍ରମଣ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ । ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ପାଇଛି ଆମ ଆଦମୀ ପାର୍ଟି । ମୋଟ ୧୧୭ ଆସନ ମଧ୍ୟରୁ ୯୨ଟି ଆସନରେ ବିଜୟ ଲାଭ କରିଛି ଆପ୍ […]

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’। ରୋଡ ଶୋ’ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଭ୍ରମଣ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ । ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ପାଇଛି ଆମ ଆଦମୀ ପାର୍ଟି । ମୋଟ ୧୧୭ ଆସନ ମଧ୍ୟରୁ ୯୨ଟି ଆସନରେ ବିଜୟ ଲାଭ କରିଛି ଆପ୍ । ସରକାର ଗଠନ ପୂର୍ବରୁ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରଯାଇଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଆଜି ଅମୃତସରରେ ଶକ୍ତି ପ୍ରଦର୍ଶନ କରିଛି ଆପ୍ । ଆଜି ଆୟୋଜିତ ହୋଇଥିବା ରୋଡ ଶୋ’ରେ ଅରବିନ୍ଦ କେଜରିଓ୍ୱାଲ ଓ ଭଗଓ୍ୱନ୍ତ ମାନଙ୍କ ସମେତ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ଆସନ୍ତା ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ୱନ୍ତ ମାନ । ସହିଦ ଭଗତ ସିଂହଙ୍କ ଗାଁରେ ହେବ ଶପଥ ଗ୍ରହଣ ଉତ୍ସବ ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

13 Mar 2022 By The Sakala

ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମେଗା ରୋଡ୍‌ ଶୋ’। ରୋଡ ଶୋ’ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନଙ୍କ ସହ ସ୍ୱର୍ଣ୍ଣ ମନ୍ଦିର ପରିଭ୍ରମଣ କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ । ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ପାଇଛି ଆମ ଆଦମୀ ପାର୍ଟି । ମୋଟ ୧୧୭ ଆସନ ମଧ୍ୟରୁ ୯୨ଟି ଆସନରେ ବିଜୟ ଲାଭ କରିଛି ଆପ୍ । ସରକାର ଗଠନ ପୂର୍ବରୁ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରଯାଇଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଆଜି ଅମୃତସରରେ ଶକ୍ତି ପ୍ରଦର୍ଶନ କରିଛି ଆପ୍ । ଆଜି ଆୟୋଜିତ ହୋଇଥିବା ରୋଡ ଶୋ’ରେ ଅରବିନ୍ଦ କେଜରିଓ୍ୱାଲ ଓ ଭଗଓ୍ୱନ୍ତ ମାନଙ୍କ ସମେତ ଦଳର ଅନେକ ନେତା ସାମିଲ ହୋଇଛନ୍ତି । ଆସନ୍ତା ୧୬ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ୱନ୍ତ ମାନ । ସହିଦ ଭଗତ ସିଂହଙ୍କ ଗାଁରେ ହେବ ଶପଥ ଗ୍ରହଣ ଉତ୍ସବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର