ୟୁରୋପ ପାଇଁ ମୁକେଶ ଅମ୍ବାନୀ ସାହାରା

The Sakala Picture
Published On

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ବରେ ଏକ ଶକ୍ତି ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ସମୟରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ବରେ ଶକ୍ତି ଯୋଗାଣ ବ୍ୟାହତ ହେଉଛି। ଏଭଳି ସମୟରେ ଯୁଦ୍ଧ ପ୍ରଭାବରେ ଶକ୍ତି ସଙ୍କଟ ସହ ଯୁଝୁଥିବା ୟୂରୋପ ପାଇଁ ମୁକେଶ ଅମ୍ବାନୀ ସାହାରା ପାଲଟିଛନ୍ତି। ଏପରିକି ବିଶ୍ବର ସର୍ବବୃହତ ତୈଳ […]

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ବରେ ଏକ ଶକ୍ତି ସଙ୍କଟ ସୃଷ୍ଟି କରିଛି । ଏହି ସଙ୍କଟ ସମୟରେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ବରେ ଶକ୍ତି ଯୋଗାଣ ବ୍ୟାହତ ହେଉଛି। ଏଭଳି ସମୟରେ ଯୁଦ୍ଧ ପ୍ରଭାବରେ ଶକ୍ତି ସଙ୍କଟ ସହ ଯୁଝୁଥିବା ୟୂରୋପ ପାଇଁ ମୁକେଶ ଅମ୍ବାନୀ ସାହାରା ପାଲଟିଛନ୍ତି। ଏପରିକି ବିଶ୍ବର ସର୍ବବୃହତ ତୈଳ ବିଶୋଧନକାରୀ କମ୍ପ୍ଲେକ୍ସକୁ ଖୋଜୁଥିବା ଜିନିଷ ମିଳିଯାଇଛି। ଡିଜେଲର ବର୍ଦ୍ଧିତ ଚାହିଦାରୁ ଲାଭ ଉଠାଇବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜାମନଗରସ୍ଥିତ ଅଶୋଧ ତୈଳ ପ୍ରକ୍ରିୟାକରଣ ୟୁନିଟ୍‌ରେ କାମ ଜୋରସୋରରେ ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ସମ୍ପ୍ରତି ମରାମତି କାର୍ଯ୍ୟ କରାଯାଉଥିବା ଜାମନଗର ରିଫାଇନାରିରେ ସେସବୁ କାର୍ଯ୍ୟକୁ ବନ୍ଦ କରାଯାଇ କ୍ରୁଡ୍ ପ୍ରୋସେସିଂ ବା ଅଶୋଧିତ ତୈଳର ପ୍ରକ୍ରିୟାକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। କାରଣ ୟୁରୋପର ଶକ୍ତି ଅଭାବ ପୂରଣ କରିବାକୁ ରିଲାଏନ୍ସ ସେଠାକୁ ଡିଜେଲ ପଠାଇବ। ରିଲାଏନ୍ସର ଜାମନଗର ତୈଳ ପ୍ରକ୍ରିୟାକରଣ ୟୁନିଟ୍ ଗୁଜରାଟ ଉପକୂଳରେ ଅବସ୍ଥିତ। ଏହି ରିଫାଇନାରୀ କମ୍ପ୍ଲେକ୍ସରେ ରହିଥିବା ଦୁଇଟି ବିଶୋଧନକାରୀ ପ୍ଲାଣ୍ଟ ମାଧ୍ୟମରେ ଦୈନିକ ୧୩.୬ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରାଯାଇପାରିବ। ଏହି କମ୍ପ୍ଲେକ୍ସ ଇନ୍ଧନ ରପ୍ତାନି କରିବାରେ ସକ୍ଷମ। ଏଠାରୁ ଦୈନିକ ୭୦୪,୦୦୦ ବ୍ୟାରେଲ ତୈଳ ରପ୍ତାନି କ୍ଷମତା ରହିଛି। ଏହାର କ୍ଷମତାର ପ୍ରାୟ ୭୫ ପ୍ରତିଶତ ଜାନୁଆରୀରେ ବ୍ୟବହୃତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ରୁଷ ଯୁକ୍ରେନ ଯୁଦ୍ଧ ସଙ୍କଟ ପରେ ୟୁରୋପରେ ଇନ୍ଧନର ମୂଲ୍ୟ ଆକାଶଛୁଆଁ ହୋଇଛି। ଏଭଳି ପରିସ୍ଥିତିରେ କେତେକ ଏସୀୟ ରିଫାଇନାରୀ ବିଦେଶକୁ ଡିଜେଲ ପଠାଇବାକୁ ଚାହୁଁଛନ୍ତି। ରିଲାଏନ୍ସ ପରି କେତେକ ପ୍ରୋସେସର୍ ଏହି ତଥାକଥିତ ମଧ୍ୟସ୍ଥତା କାରବାରର ଉଠାଇବାକୁ ଭଲ ସ୍ଥିତିରେ ଅଛନ୍ତି। ଏକ ସୂତ୍ରରୁ ପ୍ରକାଶ ଯେ, ରିଲାଏନ୍ସ ଏହାର ଜାମନଗର ଭିତ୍ତିକ ଅଶୋଧୂ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟରୁ ତିନିମାସ ପାଇଁ ବନ୍ଦ କରିବାକୁ ଯୋଜନା କରିଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତୈଳ ମନ୍ତ୍ରାଳୟ କହିବାନୁଯାୟୀ, ଏହି ରପ୍ତାନି କେନ୍ଦ୍ରିତ ୟୁନିଟ୍ ଜାନୁଆରୀରେ ଏହାର କ୍ଷମତାର ମାତ୍ର ୭୪୭ ପ୍ରତିଶତ କାମ କରିଛି। ଏହାପୂର୍ବରୁ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓଏନ୍‌ଜିସି ବିଦେଶ ଲିମିଟେଡ୍ କହିଛି ଯେ, ରୁଷିଆର ଶାଖାଲିନ୍ – ୧ ପ୍ରକଳ୍ପରୁ ଉତ୍ପାଦିତ ଅଶୋଧ ତୈଳ ବିକ୍ରିରେ କମ୍ପାନୀ କୌଣସି ଆହ୍ବାନର ସମ୍ମୁଖୀନ ହେଉନାହିଁ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର