ବର୍ଷକରେ ନକଲି ନୋଟ୍‌ କାରବାର ୩ ଗୁଣ ବଢ଼ିଛି

The Sakala Picture
Published On

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା। ତେବେ କୌତୂହଳର ବିଷୟ ହେଉଛି, ଜାଲିଆତି କମ୍‌ କରିବା ଲାଗି ସରକାର ପୁରୁଣା ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ […]

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା। ତେବେ କୌତୂହଳର ବିଷୟ ହେଉଛି, ଜାଲିଆତି କମ୍‌ କରିବା ଲାଗି ସରକାର ପୁରୁଣା ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ ଜାରି କରୁଥିବାବେଳେ ନୂଆ ସିରିଜ୍‌ ନୋଟ୍‌ର ଅଧିକ ନକଲ କରାଯାଉଥିବା ଜଣାଯାଇଛି। ବିଗତ ବର୍ଷକ ମଧ୍ୟରେ ଦେଶରେ ନକଲି ନୋଟ୍‌ କାରବାର ୩ ଗୁଣ ବୃଦ୍ଧି ପାଇଛି। ତେବେ ୨୦୦ ଟଙ୍କିଆ ନୋଟ୍‌ କ୍ଷେତ୍ରରେ ନକଲ ମାତ୍ରା ୧୫୧% ବୃଦ୍ଧି ଘଟିଥିବାବେଳେ ୫୦୦ ଟଙ୍କିଆ ନୋଟ୍‌ରେ ଏହା ୩୭% ବଢ଼ିଯାଇଛି। ୨୦୨୦ରେ ଦେଶରେ ମୋଟ ୮,୩୪,୯୪୭ ଲକ୍ଷ ନକଲି ନୋଟ୍‌ ଜବତ କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ୨୮୦ % ଅଧିକ। ୨୦୧୬ ନୋଟ୍‌ବନ୍ଦୀ ପରେ ପ୍ରଥମ ଥର ପାଇଁ ଦେଶରେ ନକଲି ନୋଟ୍‌ ସଂଖ୍ୟାରେ ଏଭଳି ବୃଦ୍ଧି ହୋଇଛି। ନୂଆ ନୋଟ୍‌ ଛାପିବା ସମୟରେ କେନ୍ଦ୍ର ସରକାର ପୂର୍ବ ନୋଟ୍‌ ତୁଳନାରେ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ନୋଟ୍‌ ବଜାରକୁ ଛାଡିବାକୁ ଯାଉଥିବା କହିଥିଲେ। ତେବେ ବର୍ତ୍ତମାନ ଏହି ନୂଆ ସିରିଜ୍‌ର ନୋଟ୍‌ଗୁଡିକୁ ଅପରାଧିମାନେ ଅଧିକ ଟାର୍ଗେଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଯାହା ଫଳରେ ନୂଆ ସିରିଜ୍‌ର ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଜାଲିଆତି କରାଯାଇଥିବା ଜଣାଯାଇଛି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ,୨୦୧୮ରେ ୨,୬୧,୮୬୦ ଖଣ୍ଡ ଏବଂ ୨୦୧୯ରେ ୨,୧୯,୯୩୮ ଖଣ୍ଡ ନକଲି ନୋଟ୍‌ ଜବତ କରାଯାଇଛି। ନକଲି ନୋଟ୍‌ ସଂଖ୍ୟାରେ ଅଚାନକ ଏଭଳି ବୃଦ୍ଧି ଦେଶର ସୁରକ୍ଷା ଏଜେନ୍ସି ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଚିନ୍ତା ବଢ଼ାଇଦେଇଛି। ଯଦିବା ଆର୍‌ବିଆଇ ବାରମ୍ବାର ନୂଆ ନୋଟ୍‌ରେ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆପଣାଇଥିବା କଥା କହୁଛି ଜବତ ନୋଟ୍‌ ସଂଖ୍ୟାରେ ବୃଦ୍ଧି ଏହାର ବିପରୀତ କଥା ଦର୍ଶାଉଛି।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆ ସଙ୍କଟ ଏବଂ ହରମୁଜ୍ ପ୍ରଣାଳୀ ଅବରୋଧ: ଆସନ୍ତା ସପ୍ତାହରେ ହେଡ୍ସ ଅଫ୍ ମିଶନ୍ ସମ୍ମିଳନୀରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

25 Mar 2021 By The Sakala

ବର୍ଷକରେ ନକଲି ନୋଟ୍‌ କାରବାର ୩ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮ ଲକ୍ଷରୁ ଅଧିକ ନକଲି ନୋଟ୍‌ ଜବତ କରାଯାଇଥିଲା। ତେବେ କୌତୂହଳର ବିଷୟ ହେଉଛି, ଜାଲିଆତି କମ୍‌ କରିବା ଲାଗି ସରକାର ପୁରୁଣା ନୋଟ୍‌ ସ୍ଥାନରେ ନୂଆ ନୋଟ୍‌ ଜାରି କରୁଥିବାବେଳେ ନୂଆ ସିରିଜ୍‌ ନୋଟ୍‌ର ଅଧିକ ନକଲ କରାଯାଉଥିବା ଜଣାଯାଇଛି। ବିଗତ ବର୍ଷକ ମଧ୍ୟରେ ଦେଶରେ ନକଲି ନୋଟ୍‌ କାରବାର ୩ ଗୁଣ ବୃଦ୍ଧି ପାଇଛି। ତେବେ ୨୦୦ ଟଙ୍କିଆ ନୋଟ୍‌ କ୍ଷେତ୍ରରେ ନକଲ ମାତ୍ରା ୧୫୧% ବୃଦ୍ଧି ଘଟିଥିବାବେଳେ ୫୦୦ ଟଙ୍କିଆ ନୋଟ୍‌ରେ ଏହା ୩୭% ବଢ଼ିଯାଇଛି। ୨୦୨୦ରେ ଦେଶରେ ମୋଟ ୮,୩୪,୯୪୭ ଲକ୍ଷ ନକଲି ନୋଟ୍‌ ଜବତ କରାଯାଇଛି। ୨୦୧୯ ତୁଳନାରେ ଏହି ସଂଖ୍ୟା ୨୮୦ % ଅଧିକ। ୨୦୧୬ ନୋଟ୍‌ବନ୍ଦୀ ପରେ ପ୍ରଥମ ଥର ପାଇଁ ଦେଶରେ ନକଲି ନୋଟ୍‌ ସଂଖ୍ୟାରେ ଏଭଳି ବୃଦ୍ଧି ହୋଇଛି। ନୂଆ ନୋଟ୍‌ ଛାପିବା ସମୟରେ କେନ୍ଦ୍ର ସରକାର ପୂର୍ବ ନୋଟ୍‌ ତୁଳନାରେ ଅଧିକ ବୈଶିଷ୍ଟ୍ୟପୂର୍ଣ୍ଣ ନୋଟ୍‌ ବଜାରକୁ ଛାଡିବାକୁ ଯାଉଥିବା କହିଥିଲେ। ତେବେ ବର୍ତ୍ତମାନ ଏହି ନୂଆ ସିରିଜ୍‌ର ନୋଟ୍‌ଗୁଡିକୁ ଅପରାଧିମାନେ ଅଧିକ ଟାର୍ଗେଟ୍‌ କରିଛନ୍ତି।

ଯାହା ଫଳରେ ନୂଆ ସିରିଜ୍‌ର ୨୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଜାଲିଆତି କରାଯାଇଥିବା ଜଣାଯାଇଛି। ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ରେକର୍ଡ ଅନୁଯାୟୀ,୨୦୧୮ରେ ୨,୬୧,୮୬୦ ଖଣ୍ଡ ଏବଂ ୨୦୧୯ରେ ୨,୧୯,୯୩୮ ଖଣ୍ଡ ନକଲି ନୋଟ୍‌ ଜବତ କରାଯାଇଛି। ନକଲି ନୋଟ୍‌ ସଂଖ୍ୟାରେ ଅଚାନକ ଏଭଳି ବୃଦ୍ଧି ଦେଶର ସୁରକ୍ଷା ଏଜେନ୍ସି ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଚିନ୍ତା ବଢ଼ାଇଦେଇଛି। ଯଦିବା ଆର୍‌ବିଆଇ ବାରମ୍ବାର ନୂଆ ନୋଟ୍‌ରେ ସ୍ବତନ୍ତ୍ର ବୈଶିଷ୍ଟ୍ୟ ଆପଣାଇଥିବା କଥା କହୁଛି ଜବତ ନୋଟ୍‌ ସଂଖ୍ୟାରେ ବୃଦ୍ଧି ଏହାର ବିପରୀତ କଥା ଦର୍ଶାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର