ଋଷ ସୈନିକଙ୍କୁ ଜେଲେନସ୍କିଙ୍କ ଚେତାବନୀ : ରୁଷ ସୈନ୍ୟଙ୍କ ଶବରେ ୟୁକ୍ରେନ ଘୋଡ଼େଇହେବାକୁ ଚାହୁଁ ନାହିଁ, ତୁରନ୍ତ ଘରକୁ ଯାଅ

The Sakala Picture
Published On

କିଭ୍‌ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଥିବା ବେଳେ ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ଯୁଦ୍ଧରେ ୟୁକ୍ରେନ୍‌ ବିପୁଳ କ୍ଷତି ହୋଇଥିବା ବେଳେ ବହୁ ଧନଜୀବନ ମଧ୍ୟ ନଷ୍ଠ ହେଲାଣି।ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି […]

କିଭ୍‌ : ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୮ମ ଦିନରେ ପହଞ୍ଚିଥିବା ବେଳେ ୠଷର ପ୍ରଚଣ୍ଡ ଆକ୍ରମଣର ଜବାବ ଦେଉଛି ୟୁକ୍ରେନ । ଯୁଦ୍ଧରେ ୟୁକ୍ରେନ୍‌ ବିପୁଳ କ୍ଷତି ହୋଇଥିବା ବେଳେ ବହୁ ଧନଜୀବନ ମଧ୍ୟ ନଷ୍ଠ ହେଲାଣି।ୟୁକ୍ରେନର ଅନେକ ସହର ଧ୍ବଂସ ହୋଇଯାଇଥିଲେ ବି ମୁଣ୍ଡ ନୁଆଁଇବାକୁ ରାଜି ନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି। ଏତେ ସଂଖ୍ୟକ ସୈନ୍ୟ ଓ ନାଗରିକଙ୍କୁ ହରାଇବା ପରେ ବି ଭୋଲୋଦିମିର୍‌ ଜେଲେନସ୍କି ଋଷ ସେନାକୁ ଚେତାବନୀ ଦେଇଚାଲିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଋଷ ସେନାଙ୍କୁ ଚେତାବନୀ ଦେବା ସହ କହିଛନ୍ତି,ୠଷ ସେନା ଯଦି ବଞ୍ଚିବାକୁ ଚାହୁଁଛି ତେବେ ଏବେଠୁ ଘରକୁ ଫେରି ଯାଆନ୍ତୁ । ଆଉ ଜେଲେନସ୍କିଙ୍କ ଏଭଳି ଚେତାବନୀ କେଉଁଠି ନା କେଉଁଠି ଦର୍ଶାଉଛି ଯେ, ୟୁକ୍ରେନ ଏବେ ବିଭିନ୍ନ ଦେଶ ଠାରୁ ସହାୟତା ପାଇବା ପରେ ଆହୁରି ଶକ୍ତିଶାଳୀ ହୋଇଛି । ଏହାପୂର୍ବରୁ ଜେଲେନସ୍କି କହିଥିଲେ, ୟୁକ୍ରେନକୁ କେହି ହରାଇ ପାରିବେ ନାହିଁ । ଋଷ ଯେତେ ଅସ୍ତ୍ରଶସ୍ତ୍ର ଠୁଳ କଲେ ବି ୟୁକ୍ରେନଠାରୁ ବିଜୟୀ ହୋଇପାରିବନି । ଋଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ୟୁକ୍ରେନବାସୀଙ୍କୁ ଏପରି ଆଶ୍ୱାସନା ଦେଇଛନ୍ତି ଜେଲେନସ୍କି । ଋଷ ସେନାକୁ କଡ଼ା ଜବାବ ଦିଆଯିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।ୠଷର ୩୦ ଯୁଦ୍ଧ ବିମାନ ଓ ୩୧ଟି ହେଲିକପ୍ଟର ମାରି ଖସାଇ ଦେଇଥିବା ଜେଲେନସ୍କି ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଯୁଦ୍ଧରେ ପ୍ରାୟ ୯,୦୦୦ ରୁଷୀୟ ଯବାନଙ୍କର ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ ଏହି ସଂଖ୍ୟା ଆହୁରି ବଢ଼ୁ ମୁଁ ଚାହୁଁନାହିଁ। ୟୁକ୍ରେନ ମାଟି ଋଷର ଯବାନଙ୍କ ମୃତଦେହରେ ଭର୍ତ୍ତି ହେଉ ବୋଲି ମୁଁ ଚାହୁଁନାହିଁ। ତୁରନ୍ତ ଘରକୁ ଯାଅ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ଅନ୍ୟପଟେ ମହାଯୁଦ୍ଧରେ ଋଷ ସେନାକୁ ମଧ୍ୟ ମୁହିଁତୋଡ ଜବାବ ଦେଉଛନ୍ତି ୟୁକ୍ରେନର ସାଧାରଣ ଲୋକ। ଋଷର ଯୁଦ୍ଧ ଗାଡିଗୁଡିକ ଉପରକୁ ପେଟ୍ରୋଲ ବମ୍‌ ପକାଉଥିବା ବେଳେ ଋଷିଆ ସେନାର ବାଟ ଓଗାଳିବାକୁ ରାସ୍ତାକୁ ଆସିଛନ୍ତି ୟୁକ୍ରେନବାସୀ । ହାତରେ ବ୍ୟାନର ପୋଷ୍ଟର ଧରି ଋଷିଆ ବିରୋଧରେ ଏମାନେ ନାରାବାଜି କରିଛନ୍ତି । ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନର ସାଧାରଣ ଲୋକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଆହ୍ୱାନ ଦେବା ସହ ସେମାନଙ୍କ ହାତରେ ହତିଆର ଦେଇଥିଲେ । ଫଳରେ ସାଧାରଣ ଲୋକ ବି ଯୁଦ୍ଧକୁ ଓହ୍ଳାଇ ଆସିଛନ୍ତି । ଏବେ ଯେଉଁମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ରହିଛି ସେମାନେ ଋଷିଆ ସେନା ସହିତ ଯୁଦ୍ଧ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଯାହା ପାଖରେ ହତିଆର ନାହିଁ ସେମାନେ ମଧ୍ୟ ବିରୋଧ ଜାରି ରଖିଛନ୍ତି । ହାତରେ ବ୍ୟାନର ପୋଷ୍ଟର ଧରି ରୁଷିଆ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଳାଇ ଆସି ନାରାବାଜି କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର