ଋଷ ଓ ୟୁକ୍ରେନ ମହାଯୁଦ୍ଧ: ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ବସିବ ଦ୍ବିତୀୟ ବୈଠକ, ୟୁକ୍ରେନର ଗୁଇନ୍ଦା ପ୍ରତିଷ୍ଠାନ ଉପରେ ହୋଇପାରେ ହମଲା

The Sakala Picture
Published On

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ମଧ୍ଯରେ ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ବୈଠକ ବସିବା ପାଇଁ ଯାଉଛି। ସୂଚନା ଅନୁଯାୟୀ, ବେଲାରୁଷ ସୀମାନ୍ତ ଗୋମେଲ ସହରରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶାନ୍ତି ବୈଠକ ବସିବ। ଗତକାଲି ଏହି ସ୍ଥାନରେ ଉଭୟ ଦେଶର ପ୍ରତିନିଧିମାନେ ପ୍ରାୟ ୫ ଘଣ୍ଟା ଧରି […]

କିଭ୍‌: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଏହି ଯୁଦ୍ଧ ମଧ୍ଯରେ ଆସନ୍ତାକାଲି ପୁଣି ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ବୈଠକ ବସିବା ପାଇଁ ଯାଉଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସୂଚନା ଅନୁଯାୟୀ, ବେଲାରୁଷ ସୀମାନ୍ତ ଗୋମେଲ ସହରରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶାନ୍ତି ବୈଠକ ବସିବ। ଗତକାଲି ଏହି ସ୍ଥାନରେ ଉଭୟ ଦେଶର ପ୍ରତିନିଧିମାନେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା କରିଥିଲେ। କିନ୍ତୁ କୌଣସି ପ୍ରକାରର ସୁଫଳ ମିଳି ନଥିଲା। ଅନ୍ୟପକ୍ଷରେ ୟୁକ୍ରେନର କିଭ ଓ ଖାରକିଭରେ ମିସାଇଲ ମାଡ଼ ପୂର୍ବଭଳି ଅବ୍ୟାହତ ରହିଛି। ଏବେ ରୁଷ ସୈନ୍ୟ କିଭ୍‌ରେ ଥିବା ୟୁକ୍ରେନ ଗୁଇନ୍ଦା ଭିତ୍ତିଭୂମିକୁ ଟାର୍ଗେଟ କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସେଠାରୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି। ସେହିପରି ଏହାପୂର୍ବରୁ କିଭ୍‌ରେ ରୁଷ ଆଜି ସବୁଠାରୁ ବଡ଼ ହମଲା କରିବାର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଭାରତୀୟ ଦୂତାବାସ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ କିଭ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ୟୁକ୍ରେନ ମିଡିଆ ପକ୍ଷରୁ ଜଣାପଡ଼ିଛି ଯେ, ଖାରକିଭରେ ମିସାଇଲ ମାଡ଼ ହେଉଥିବାରୁ ଉକ୍ତ ଅଞ୍ଚଳରେ କର୍ଫ୍ଯୁ ଲଗାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର