୩୬ଟି ଦେଶର ବିମାନକୁ ନିଜର ଏୟାର ସ୍ପେସ୍‌ରେ ଉଡିବା ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ

The Sakala Picture
Published On

ନୂଆଦିଲ୍ଲୀ: ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୬ଟି ଦେଶର ବିମାନ ଉପରେ କଟକଣା ଲଗାଇଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏପରି ପଦକ୍ଷେପ ନେଇଛି ରୁଷ । ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ନିଷ୍ପତି ଅନୁଯାୟୀ ବ୍ରିଟେନ୍ ଓ ଜର୍ମାନୀ ସହ ୩୬ଟି ଦେଶର ବିମାନ ଆଉ ରୁଷ ଆକାଶ ପଥରେ ଚଳାଚଳ କରିପାରିବ ନାହିଁ । ଯଦି ବିଶେଷ କିମ୍ବା […]

ନୂଆଦିଲ୍ଲୀ: ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ୩୬ଟି ଦେଶର ବିମାନ ଉପରେ କଟକଣା ଲଗାଇଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ରୁଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏପରି ପଦକ୍ଷେପ ନେଇଛି ରୁଷ । ରୁଷ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ନିଷ୍ପତି ଅନୁଯାୟୀ ବ୍ରିଟେନ୍ ଓ ଜର୍ମାନୀ ସହ ୩୬ଟି ଦେଶର ବିମାନ ଆଉ ରୁଷ ଆକାଶ ପଥରେ ଚଳାଚଳ କରିପାରିବ ନାହିଁ । ଯଦି ବିଶେଷ କିମ୍ବା ଜରୁରି ପରିସ୍ଥିତିରେ ସେମାନେ ବିମାନ ଚଳାଚଳ କରିବାକୁ ଚାହାନ୍ତି ସେଥିପାଇଁ ରୁଷ ବେସାମରିକ ବିମାନ ଚଳାଚଳ ସଂସ୍ଥା କିମ୍ବା ବିଦେଶ ମନ୍ତ୍ରଣାଳୟ ଠାରୁ ଅନୁମତି ନେବାକୁ ପଡିବ। ଏସବୁ ଦେଶ ମଧ୍ୟରେ ଅଛି ଅଷ୍ଟ୍ରିଆ, ଆଲବାନିଆ, ଆଙ୍ଗୁଇଲା, ବେଲ୍‌ଜିୟମ, ବୁଲଗେରିଆ, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, ବ୍ରିଟେନ, ହଙ୍ଗେରୀ, ଜର୍ମାନୀ, ଗ୍ରୀବାଲତାର, ଗ୍ରୀସ୍‌, ଡେନମାର୍କ, ଜର୍ସି, ଆୟର୍ଲାଣ୍ଡ, ଆଇସ୍‌ଲାଣ୍ଡ, ସ୍ପେନ, ଇଟାଲୀ, କାନାଡା, ସାଇପ୍ରସ୍‌, ଲାଟଭିଆ, ଲିଥୁଆନିଆ, ଲକ୍‌ଜେମବର୍ଗ, ମାଲଟା, ନେଦରଲାଣ୍ଡ, ନରୱେ, ପୋଲାଣ୍ଡ, ପର୍ତ୍ତୁଗାଲ, ରୋମାନିଆ, ସ୍ଲୋଭାକିଆ, ସ୍ଲୋଭେନିଆ, ଫିନଲାଣ୍ଡ, ଫ୍ରାନ୍ସ, କ୍ରୋଏସିଆ, ଚେକ୍‌ ଗଣରାଜ୍ୟ, ସ୍ୱିଡେନ ଏବଂ ଏସ୍ତୋନିଆ ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର