୧୦ ବର୍ଷରୁ ଅଧିକ ଜେଲ କାଟିଥିବା ବନ୍ଦୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣ

The Sakala Picture
Published On

ନୂଆଦିଲ୍ଲୀ : ଆଜୀବନ ଜେଲଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତି ନେଇ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ବୟାନ ଜାରି କରିଛନ୍ତି। ଆଜୀବନ ଜେଲ ଦଣ୍ଡିତ କୌଣସି ଅପରାଧୀ ଯଦି ୧୦ ବର୍ଷରୁ ୧୪ ବର୍ଷ ବନ୍ଦୀ ଜୀବନ କାଟି ସାରିଛନ୍ତି ତେବେ ଏକ ସଂସ୍କାରମୂଳକ ଆଭିମୁଖ୍ୟ ନେଇ ସେମାନଙ୍କୁ ମୁକ୍ତ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ନେଇ ସରକାର ଏବଂ ନିମ୍ନ କୋର୍ଟ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସହିତ ଏକ ସଂସ୍କାରାଭିମୁଖୀ ମନୋବୃତ୍ତି ନେଇ […]

ନୂଆଦିଲ୍ଲୀ : ଆଜୀବନ ଜେଲଦଣ୍ଡ ଭୋଗୁଥିବା କଏଦୀଙ୍କୁ ମୁକ୍ତି ନେଇ ଶୁକ୍ରବାର ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ବୟାନ ଜାରି କରିଛନ୍ତି। ଆଜୀବନ ଜେଲ ଦଣ୍ଡିତ କୌଣସି ଅପରାଧୀ ଯଦି ୧୦ ବର୍ଷରୁ ୧୪ ବର୍ଷ ବନ୍ଦୀ ଜୀବନ କାଟି ସାରିଛନ୍ତି ତେବେ ଏକ ସଂସ୍କାରମୂଳକ ଆଭିମୁଖ୍ୟ ନେଇ ସେମାନଙ୍କୁ ମୁକ୍ତ କରାଯିବା ଉଚିତ ବୋଲି କୋର୍ଟ କହିଛନ୍ତି। ନେଇ ସରକାର ଏବଂ ନିମ୍ନ କୋର୍ଟ ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ସହିତ ଏକ ସଂସ୍କାରାଭିମୁଖୀ ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ କହିଛନ୍ତି। ୧୦ ବର୍ଷରୁ ଅଧିକ ଜେଲ କାଟିଥିବା ପ୍ରାୟ ୧୦ ଜଣ କଏଦୀଙ୍କୁ ଜାମିନ ଦେବା ଅବସରରେ ଶୁଣାଣି କରି ଜଷ୍ଟିସ ସଞ୍ଜୟ କିଷାନ କୌଇ ଏବଂ ଜଷ୍ଟିସ ଏମ ଏମ ସନ୍ଦେଶ କହିଛନ୍ତି ଯେ, ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଗରିବ ଏବଂ ଦୁର୍ବଳ ଶ୍ରେଣୀର କଏଦୀ ଜେଲ ମଧ୍ୟରେ ବର୍ଷ ବର୍ଷ ଧରି ସଢୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କିନ୍ତୁ ଅନେକ ସ୍ଥଳରେ ଧନୀ ଏବଂ ପ୍ରଭାବଶାଳୀ କଏଦୀମାନଙ୍କୁ ଜାମିନ ମିଳିଯାଉଛି । ସେମାନେ ଜାମିନ ପାଇବା ପରେ ଦେଶ ଛାଡି ଅନ୍ୟତ୍ର ଫେରାର ହୋଇଯାଉଛନ୍ତି । ଉତ୍ତରପ୍ରଦେଶରେ ୧୦ ବର୍ଷରୁ ଅଧିକ ବନ୍ଦୀ ଜୀବନ କାଟି ସାରିଥିବା ପ୍ରାୟ ୨୦ ରୁ ଅଧିକ କଏଦୀ ଜାମିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲା ବେଳେ ବିଗତ କିଛି ବର୍ଷ ଧରି ସେମାନଙ୍କ ଆବେଦନ ବିଚାରାଧୀନ ଅବସ୍ଥାରେ ପଡି ରହିଛି । ଏହି ପ୍ରସଙ୍ଗରେ ଶୁଣାଣି କରି କୋର୍ଟ ଏଭଳି ରାୟ ପ୍ରକାଶ କରିବା ସହିତ ତ୍ବରିତ ପଦ୍ଧତିରେ ସେହି ଆବେଦନ ଉପରେ ବିଚାର କରିବାକୁ ହାଇକୋର୍ଟଙ୍କୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର