‘ଯଦି ୟୁକ୍ରେନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଛାଡ଼ି ଦେବେ ତ ଆମେ ଆଲୋଚନା କରିବୁ’, ଯୁଦ୍ଧର ଦ୍ୱିତୀୟ ଦିନରେ କିଛି ଏପରି ପ୍ରସ୍ତାବ ରଖିଲା ଋଷ

The Sakala Picture
Published On

ମସ୍କୋ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଗତ ଦୁଇ ଦିନ ଧରି ଚାଲିଛି । ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଦ୍ୱିତୀୟ ଦିନରେ ରୁଷର ସେନା ୟୁକ୍ରେନର ରାଜଧାନୀ କ୍ବିବ୍‌ରେ ପହଞ୍ଚିଛି । ଆଉ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତି ତେବେ ଆମେ ଆଲୋଚନା ପାଇଁ […]

ମସ୍କୋ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଗତ ଦୁଇ ଦିନ ଧରି ଚାଲିଛି । ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଦ୍ୱିତୀୟ ଦିନରେ ରୁଷର ସେନା ୟୁକ୍ରେନର ରାଜଧାନୀ କ୍ବିବ୍‌ରେ ପହଞ୍ଚିଛି । ଆଉ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ୟୁକ୍ରେନ ସେନା ଆତ୍ମସମର୍ପଣ କରନ୍ତି ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ। ଏଥି ସହିତ ସେ କହିଛନ୍ତି ଯେ ରୁଷ ୟୁକ୍ରେନକୁ “ଅତ୍ୟାଚାରରୁ ମୁକ୍ତ କରିବାକୁ” ଚାହୁଁଛି ଯାହା ଦ୍ବାରା ୟୁକ୍ରେନର ଲୋକମାନେ ସେମାନଙ୍କର ଭବିଷ୍ୟତ ନିର୍ଣ୍ଣୟ କରିପାରିବେ। ବୈଦେଶିକ ମନ୍ତ୍ରୀ ଲାଭ୍ରୋଭ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ରୁଷ ଚୁପ୍ ରହିପାରିବ ନାହିଁ। ୟୁକ୍ରେନ ସରକାରଙ୍କୁ ଗଣତାନ୍ତ୍ରିକ ସରକାର ଭାବେ ମାନ୍ୟତା ଦେବା ପାଇଁ ଆମେ ବର୍ତ୍ତମାନ କୌଣସି କାରଣ ଦେଖୁନାହୁଁ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଗୁରୁବାର ଠାରୁ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ ପରେ ଋଷ ବଡ଼ ପ୍ରସ୍ତାବ ଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନ୍ ଶୀଘ୍ର ଏହି ପ୍ରସ୍ତାବରେ ରାଜି ହେବ ନାହିଁ । ତେବେ ଋଷର ଏହି ପ୍ରସ୍ତାବ ଉପରେ ଏଯାଏ ୟୁକ୍ରେନ୍ କୌଣସି ମତ ରଖିନାହିଁ । ସେପଟେ ଯୁଦ୍ଧର ଦ୍ୱିତୀୟ ଦିନରେ ରୁଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭରେ ପହଞ୍ଚିଛନ୍ତି। ରୁଷୀୟ ଯୁଦ୍ଧ ଟ୍ୟାଙ୍କ୍ ପ୍ରବେଶକୁ ରୋକିବା ପାଇଁ ଟେଟ୍ରିଭ ନଦୀ ଉପରେ ଥିବା ପୋଲକୁ ୟୁକ୍ରେନ ସୈନ୍ୟବାହିନୀ ଉଡ଼ାଇ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷୀୟ ସେନା ଉତ୍ତର-ପୂର୍ବ ଏବଂ ପୂର୍ବ ଦେଇ ୟୁକ୍ରେନର ରାଜଧାନୀ କିଭ୍ ଆଡକୁ ମୁହାଁଉଛି । ସାମରିକ ଅପରେସନରୁ ବଞ୍ଚିବା ପାଇଁ ୟୁକ୍ରେନ ସରକାର ନିଜ ନାଗରିକଙ୍କୁ ଘରେ ରହିବାକୁ କହିଛନ୍ତି । ରୁଷ ଉପରେ ଚାପ ବଢାଇବା ପାଇଁ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେଂସ୍କି ୟୁରୋପୀୟ ସଂଘକୁ କଠୋର କଟକଣା ଲାଗୁ କରିବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଋଷ ସେନା ୟୁକ୍ରେନର ଜନବସତି ଅଞ୍ଚଳରେ କୌଣସି ଆକ୍ରମଣ କରି ନାହିଁ । ଏପରିକି ୟୁକ୍ରେନରେ ଥିବା ଭିତ୍ତିଭୂମି ମଧ୍ୟ ନଷ୍ଟ କରାଯାଉ ନାହିଁ । ଅନ୍ୟପଟେ ଋଷର ଆକ୍ରମଣକୁ ବିରୋଧ ଆରମ୍ଭ ହୋଇଛି । ଖୋଦ୍ ଋଷ ନାଗରିକ ରାସ୍ତାରେ ପୁଟିନଙ୍କ ଆକ୍ରମଣ ନୀତିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର