ୟୁକ୍ରେନର ସମର୍ଥକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲା ଋଷିଆ, ବ୍ରିଟିଶ ବିମାନ ବ୍ୟବହାର କରିପାରିବେନି ଋଷର ବାୟୁସୀମା

The Sakala Picture
Published On

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସମର୍ଥକ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷ। ଶୁକ୍ରବାର ବ୍ରିଟିଶ ଏୟାରଲାଇନ୍ସର ବିମାନଗୁଡ଼ିକୁ ଋଷରେ ଅବତରଣ କରିବାକୁ ବାରଣ କରିବା ସହ ବ୍ରିଟେନକୁ ଋଷ ଏୟାର ସ୍ପେସ୍ (ବାୟୁସୀମା) ବ୍ୟବହାର କରିବାକୁ ମଧ୍ୟ ବାରଣ କରିଛି ଋଷ । ଋଷର ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ସକାଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଫୋନ୍‌ […]

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସମର୍ଥକ ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷ। ଶୁକ୍ରବାର ବ୍ରିଟିଶ ଏୟାରଲାଇନ୍ସର ବିମାନଗୁଡ଼ିକୁ ଋଷରେ ଅବତରଣ କରିବାକୁ ବାରଣ କରିବା ସହ ବ୍ରିଟେନକୁ ଋଷ ଏୟାର ସ୍ପେସ୍ (ବାୟୁସୀମା) ବ୍ୟବହାର କରିବାକୁ ମଧ୍ୟ ବାରଣ କରିଛି ଋଷ । ଋଷର ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରକ ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଜି ସକାଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଫୋନ୍‌ କରି ସହାୟତା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହା ସହ ବ୍ରିଟେନ ଋଷ ଉପରେ କିଛି କଟକଣା ଲଗାଇଥିଲା। ଯାହାର ଜବାବରେ ଋଷ ଏହି ପଦକ୍ଷେପ ନେଇଛି। ଋଷର ପ୍ରତିବନ୍ଧକ ବ୍ରିଟିଶ ବିମାନ ସେବାରେ ଅସୁବିଧାକୁ ଆହୁରି ବଢାଇବ। ଋଷର ପ୍ରତିବନ୍ଧକ ହେତୁ ବ୍ରିଟିଶ ଏୟାରଲାଇନ୍ସର ବିମାନ ଆଉ ଋଷର କୌଣସି  ବିମାନ ବନ୍ଦରରେ ଅବତରଣ କରିପାରିବ ନାହିଁ କିମ୍ବା ଋଷର ବାୟୁସୀମାର ବ୍ୟବହାର କରିପାରିବ ନାହିଁ। ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରୁଥିବାବେଳେ ପୁଟିନ ଚେତାବନୀ ଦେଇଛନ୍ତି ଯେ କୌଣସ ଦେଶ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ, ନଚେତ୍ ଆମେ କଠୋର ଶିକ୍ଷା ଦେବାକୁ ପଛେଇବୁ ନାହିଁ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଦୁଇଟି ୟୁକ୍ରେନ ସହରକୁ ସ୍ବାଧୀନ ଦେଶ ଭାବରେ ଋଷ ରାଷ୍ଟ୍ରପତି ପୁଟିନ ଘୋଷଣା କରିବା ପରେ ବ୍ରିଟେନ ସମେତ ଅନେକ ଦେଶ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଥିଲେ। ଗୁରୁବାର ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଘୋଷଣା କରିଛନ୍ତି ଯେ ସେ ଦେଶରେ ଏରୋଫ୍ଲୋଟ୍ ଉପରେ ପ୍ରତିବନ୍ଧକ ଲଗାଇବେ। ଏରୋଫ୍ଲୋଟ୍ ହେଉଛି ଋଷିଆର ଏୟାରଲାଇନ୍ସ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

ବ୍ରିଟେନର ହାଉସ ଅଫ୍ କମନ୍ସରେ ଉପସ୍ଥାପିତ ହୋଇଥିବା ଅର୍ଥନତୌକ ପ୍ରତିବନ୍ଧକଗୁଡିକର ସବୁଠାରୁ ବଡ ଏବଂ କଠୋର ପ୍ରତିବନ୍ଧକ ହେଉଛି ଋଷର ମାଲିକାନାରେ ଥିବା ବ୍ୟାଙ୍କ VTBକୁ ସମ୍ପୁର୍ଣ୍ଣ ସମ୍ପତ୍ତିକୁ ଫ୍ରିଜ୍ କରିବା ଏବଂ ବ୍ରିଟେନକୁ ଋଷିଆ ବ୍ୟାଙ୍କରେ ଆର୍ଥିକ କାରବାର ବନ୍ଦ କରିବା।  ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଘୋଷଣା କରିଛନ୍ତି ଯେ ସେ ଋଷର ପାଞ୍ଚଟି ବ୍ୟାଙ୍କ ଉପରେ କଟକଣା ଲାଗୁ କରିବେ। ଜନସନ କହିଛନ୍ତି ଯେ ଏହି ବାଣିଜ୍ୟିକ ପ୍ରତିବନ୍ଧକ ଆଗାମୀ ବର୍ଷ ପାଇଁ ଋଷର ସାମରିକ, ଶିଳ୍ପ ଏବଂ ବୌଷୟିକ ଦକ୍ଷତାକୁ ବାଧା ଦେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର