ପୁତିନଙ୍କ ସହ କଥା ହେଲେ ମୋଦୀ : ହିଂସା ଛାଡି ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ପୁତିନଙ୍କୁ କଲେ ଅପିଲ

The Sakala Picture
Published On

ନୂଆଦିଲ୍ଲୀ :  ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ରୁଷ-ୟୁକ୍ରେନ ସାମ୍ପ୍ରତିକ ସ୍ଥିତି ବିଷୟରେ ରାଷ୍ଟ୍ରପତି ପୁତିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଋଷ ଏବଂ ନାଟୋ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ମତଭେଦକୁ କେବଳ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ପୁତିନଙ୍କୁ କହିଛନ୍ତି । […]

ନୂଆଦିଲ୍ଲୀ :  ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତିରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଆଲୋଚନା ୨୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ରୁଷ-ୟୁକ୍ରେନ ସାମ୍ପ୍ରତିକ ସ୍ଥିତି ବିଷୟରେ ରାଷ୍ଟ୍ରପତି ପୁତିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଋଷ ଏବଂ ନାଟୋ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ମତଭେଦକୁ କେବଳ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ପାଇଁ ପୁତିନଙ୍କୁ କହିଛନ୍ତି । ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ହିଂସାକୁ ବନ୍ଦ କରି କୂଟନୈତିକ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ଏହା ସହିତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକ, ବିଶେଷକରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ପୁତିନଙ୍କୁ ଅବଗତ କରାଇଛନ୍ତି । ସେମାନଙ୍କୁ ନିରାପଦ ଭାବେ ଭାରତକୁ ଫେରାଇ ଆଣିବାକୁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ସୂଚନା ଦେଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା ଦୁଇଦେଶ ମଧ୍ୟରେ ଥିବା ସମସ୍ତ ସମସ୍ୟାକୁ ରାଷ୍ଟ୍ରଦୂତ ଓ କୂଟନୈତିକ ଅଧିକାରୀଙ୍କ ଦ୍ବାରା ନିୟମିତ ଯୋଗାଯୋଗରେ ରହି ସମାଧାନ କରିବାକୁ ସହମତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

ଏହା ପୂର୍ବରୁ ୟୁକ୍ରେନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ କମିଟିର ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ବାହାର କରିବା ଲାଗି ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, କ୍ୟାବିନେଟ ସଚିବ ଏବଂ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା (ଏନଏସଏ) ଅଜିତ ଡୋଭାଲ ଉପସ୍ଥିତ ଥିଲେ। ବୈଠକ ପରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି ଯେ ୟୁକ୍ରେନ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବିକଳ୍ପ ମାର୍ଗ ଉପରେ ଚର୍ଚ୍ଚା କରାଯାଇଥିଲା। ଏଥିପାଇଁ ସରକାର ଯଥାସମ୍ଭବ ପ୍ରୟାସ କରିବେ। ଭାରତୀୟ ନାଗରିକଙ୍କୁ ପୋଲାଣ୍ଡ ମାର୍ଗ ଦେଇ ଅଣାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏଥିଲାଗି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ନିଜର ପୋଲାଣ୍ଡ, ରୋମାନିଆ, ସ୍ଲୋଭାକିଆ ଏବଂ ହଙ୍ଗେରୀ ସମକକ୍ଷଙ୍କ ସହ ଆଲୋଚନା କରିବେ। ବୈଠକରେ ନାଗରିକଙ୍କ ସୁରକ୍ଷିତ ଉଦ୍ଧାରକୁ ପ୍ରଧାନମନ୍ତ୍ରୀ ପ୍ରାଧାନ୍ୟ ଦେଇଥିଲେ। ସେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଅନଲାଇନ କ୍ଲାସ କରିବା ପାଇଁ ଭାରତ ସରକାର ୟୁକ୍ରେନର ସମସ୍ତ ୟୁନିଭର୍ସିଟିକୁ ଅନୁରୋଧ କରୁଛନ୍ତି। କିଛି ସମୟ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ କଥାହେବେ ବୋଲି ବୈଦେଶିକ ସଚିବ କହିଛନ୍ତି। ୟୁକ୍ରେନରେଥିବା ଭାରତୀୟ ନାଗରିକଙ୍କ ପଞ୍ଜିକରଣ କରାଯାଉଛି। ସେଠାରେ ପ୍ରାୟ ୨୦ ହଜାର ନାଗରିକ ଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ୪ ହଜାର ଭାରତୀୟ ୟୁକ୍ରେନରୁ ଫେରିଲେଣି। ଦିଲ୍ଲୀ ନିୟନ୍ତ୍ରଣ କକ୍ଷକୁ ୯୮୦ କଲ ଏବଂ ୩୫୦ ଇମେଲ ଆସିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ଉପରେ ପଡିବାକୁ ଥିବା ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଉଭୟ ରାଷ୍ଟ୍ର ସହ ଭାରତର ଭଲ ସମ୍ବନ୍ଧ ରହିଛି। ଭାରତ ୨ ରାଷ୍ଟ୍ରଠାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଛି। ଏହି ସଙ୍କଟ ଦ୍ବାରା ଦେଶର ପ୍ରତିରକ୍ଷା କ୍ରୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ପ୍ରସଙ୍ଗରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର