ଘମାଘୋଟ ଯୁଦ୍ଧ : ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କଲା ଋଷ, ୟୁକ୍ରେନ ଖସାଇଲା ଋଷର ୫ ଯୁଦ୍ଧ ବିମାନ

The Sakala Picture
Published On

ନୂଆଦିଲ୍ଲୀ : ସମଗ୍ର ୟୁକ୍ରେନ୍‌ରେ ରୁଷ୍‌ ସେନା ବୋମା ଏବଂ କ୍ଷେପଣାସ୍ତ୍ର ବର୍ଷଣ ଜାରି ରଖିଛି। ୟୁକ୍ରେନ ଓ ରୁଷ ବିରୋଧରେ ଘମାଘୋଟ ଲଢ଼େଇ ମଧ୍ୟରେ ଋଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଉପରେ ହମଲା କରୁଛନ୍ତି। ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିବାର କ୍ଷମତା ରଖିଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା ରୁଷ ପଡ଼ୋଶୀ ୟୁକ୍ରେନ ସୈନ୍ୟଙ୍କ ଏୟାରବେସ ଓ ପ୍ରତିଷ୍ଠାନ ଉଡ଼ାଇ ଦେଇଛି। ୟୁକ୍ରେନର କେନ୍ଦ୍ରୀୟ ମିଲିଟାରୀ କମାଣ୍ଡର ରିପୋର୍ଟ ଅନୁଯାୟୀ, ରୁଷ ପକ୍ଷରୁ କିଭ ବୋରୟସ୍ପିଲ, ନିକୋଲାଭ, କ୍ରାମାଟୋରସ୍କ, […]

ନୂଆଦିଲ୍ଲୀ : ସମଗ୍ର ୟୁକ୍ରେନ୍‌ରେ ରୁଷ୍‌ ସେନା ବୋମା ଏବଂ କ୍ଷେପଣାସ୍ତ୍ର ବର୍ଷଣ ଜାରି ରଖିଛି। ୟୁକ୍ରେନ ଓ ରୁଷ ବିରୋଧରେ ଘମାଘୋଟ ଲଢ଼େଇ ମଧ୍ୟରେ ଋଷ ସେନା ୟୁକ୍ରେନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଉପରେ ହମଲା କରୁଛନ୍ତି। ନିର୍ଦ୍ଦିଷ୍ଟ ଟାର୍ଗେଟକୁ ହିଟ୍‌ କରିବାର କ୍ଷମତା ରଖିଥିବା ଅସ୍ତ୍ରଶସ୍ତ୍ର ଦ୍ୱାରା ରୁଷ ପଡ଼ୋଶୀ ୟୁକ୍ରେନ ସୈନ୍ୟଙ୍କ ଏୟାରବେସ ଓ ପ୍ରତିଷ୍ଠାନ ଉଡ଼ାଇ ଦେଇଛି। ୟୁକ୍ରେନର କେନ୍ଦ୍ରୀୟ ମିଲିଟାରୀ କମାଣ୍ଡର ରିପୋର୍ଟ ଅନୁଯାୟୀ, ରୁଷ ପକ୍ଷରୁ କିଭ ବୋରୟସ୍ପିଲ, ନିକୋଲାଭ, କ୍ରାମାଟୋରସ୍କ, ଖେରସନ, ଖାରକିଭ ମିଲିଟାରୀ ଏୟାରପୋର୍ଟରେ ବୋମା ମାଡ଼ କରିଛି।ଭ୍ଲାଦିମିର ପୁଟିନଙ୍କ ସେନା ୟୁକ୍ରେନର ମିସାଇଲ୍ ଡିଫେନ୍ସ ସିଷ୍ଟମକୁ କବଜା କରି ଧ୍ୱଂସ କରିଥିବା ଦାବି କରୁଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ରୁଷ ପକ୍ଷରୁ ୟୁକ୍ରେନର ସାମରିକ ଭିତ୍ତିଭୂମି ଉପରେ ହମଲା କରାଯାଉଛି । ଅନ୍ୟପଟେ ଏହି ହମଲା ଯୋଗୁ ୟୁକ୍ରେନ୍‍ରେ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ବିମାନ ଚଳାଚଳ ବନ୍ଦ ହେବା ସହ ସାମାରିକ ଭିତ୍ତିଭୂମି, ଏୟାର ଡିଫେନ୍ସ ସିଷ୍ଟମ, ମିଲିଟାରୀ ଏୟାରଫିଲ୍ଡ ଓ ସେନା ବାହିନୀ ବ୍ୟବହାର କରୁଥିବା ବିମାନବନ୍ଦର ଗୁଡ଼ିକୁ ଅଚଳ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଅନ୍ୟପଟେ ଋଷ ପକ୍ଷରୁ ପ୍ରଥମେ ଆକ୍ରମଣ ପରେ ଏବେ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ପଇଁତରା ମାରୁଥିବା ବେଳେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ସେନା । ଲୁହାନସ୍କରେ ଗୋଟିଏ ହେଲିକପ୍ଟରକୁ ଆକାଶପଥରେ ନଷ୍ଟ କରାଯାଇଥିବା ନେଇ ଦାବି କରିଛି ୟୁକ୍ରେନ ସେନା ।ବୋରିସପିଲ, ଓଡୋରନୋମ, କୁଲବାକିନୋମୁ, ଚୁଗ୍ୟୁଏଭ, କ୍ରାମାଟୋରସ୍କ, କ୍ରୋନୋ ବାଇଭିଟସ, ଏବଂ ଓଡର ବିମାନ ବନ୍ଦର ଏବଂ ଘାଟିରୁ ବାଲିଷ୍ଟିକ ଆକ୍ରମଣ କରିଛି ୟୁକ୍ରେନ ସେନା । ୟୁକ୍ରେନ ସେନା ମୁଖ୍ୟ ନିଜେ ଯୁଦ୍ଧ ପରିଚାଳନା କରୁଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସାମରିକ ତଥା ସୀମା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓଡେଶାରେ ଋଷ ସେନାର ଜୋରଦାର ଉପସ୍ଥିତିକୁ ଅସ୍ୱିକାର କରିଛି ୟୁକ୍ରେନ । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଋଷ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସାରା ବିଶ୍ୱକୁ ନିବେଦନ କରିଛନ୍ତି । ନଚେତ୍ ୟୁରୋପ ସହ ସାରା ବିଶ୍ୱ ଭୟଙ୍କର ପରିଣତି ଭୋଗିବ ବୋଲି ସେ କହିଛନ୍ତି । ଏଭଳି ଭୟାବହ ସ୍ଥିତି ଭିତରେ ଋଷ ବିରୋଧରେ ନାଟୋ ଦେଶ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ନର୍ଥ ଆଣ୍ଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ ପକ୍ଷରୁ ଋଷ ବିରୋଧରେ ଏହି ଯୁଦ୍ଧଂ ଦେହି ଡାକରା ଦିଆଯାଇଛି । ନାଟୋରେ ଅଛନ୍ତି ଆମେରିକା, ଫ୍ରାନ୍ସ, କାନାଡା, ବିଟ୍ରେନ ସମେତ ୩୦ ଦେଶ । ତେଣୁ ଏହା ଏବେ ଋଷ ପାଇଁ ଅଡୁଆ ସୃଷ୍ଟି କରିଛି । ମୁଖତଃ ନାଟୋରେ ୟୁକ୍ରେନର ସାମିଲ ହେବାକୁ ନେଇ ବିବାବ ଆରମ୍ଭ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର