ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଏଫଆଇଆର ରୁଜୁ ପାଇଁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେଜ୍ରିୱାଲ ଅନ୍ୟ ରାଜନୀତିକ ଦଳଗୁଡ଼ିକ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ବିପକ୍ଷ ପାର୍ଟି ଅକାଳୀ ଦଳର ଅଭିଯୋଗ ପରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଅକାଳୀ ଦଳର […]
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ପଞ୍ଜାବ ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ କେଜ୍ରିୱାଲ ଅନ୍ୟ ରାଜନୀତିକ ଦଳଗୁଡ଼ିକ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି। ବିପକ୍ଷ ପାର୍ଟି ଅକାଳୀ ଦଳର ଅଭିଯୋଗ ପରେ ତାଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ କୁହାଯାଇଛି। ଅକାଳୀ ଦଳର ଉପାଧ୍ୟକ୍ଷଙ୍କ ଦ୍ୱାରା ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଭିଡିଓ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଆମ ଆଦମୀ ପାର୍ଟିର ଏକ ଭିଡିଓ ଜାରି କରାଯାଇଥିଲା। ଯେଉଁଥିରେ ବିରୋଧୀ ଦଳର ନେତାଙ୍କ ଉପରେ ଆପତ୍ତିଜନକ ଭାଷଣ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି ।