‘ନିଜ ବିଫଳତା ପାଇଁ ନେହେରୁଙ୍କୁ ଦାୟୀ କରନି’; କିଛି ଏପରି କହି ମୋଦିଙ୍କୁ ଟାର୍ଗେଟ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

The Sakala Picture
Published On

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ରର ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, […]

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ବିଜେପି ମଧ୍ୟରେ ଲାଗି ରହିଥିବା ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅର୍ଥନୈତିଜ୍ଞ ଡ. ମନମୋହନ ସିଂହ । ପଞ୍ଜାବ ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କେନ୍ଦ୍ରର ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଦେଶବାସୀ ଆର୍ଥିକ ଦୁରାବସ୍ଥା, ବେରୋଜଗାରୀ, ଦରଦାମ ବୃଦ୍ଧି ଆଦି ସମସ୍ୟା ଭୋଗୁଛନ୍ତି ।ମନମୋହନ କହିଛନ୍ତି ଯେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବିଜେପି ଏବେ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଲୋକଙ୍କ ସମସ୍ୟା ପାଇଁ ଦାୟୀ କରୁଛି। ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଞ୍ଜାବୀରେ ଏକ ଭିଡିଓ ବାର୍ତ୍ତାରେ ମନମୋହନ ସିଂ କହିଛନ୍ତି ଯେ ଗୋଟିଏ ପଟେ ଲୋକମାନେ ଦରବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟ ପଟେ ନିଜ ଭୁଲକୁ ସ୍ୱୀକାର ଏବଂ ମାର୍ଜନା କରିବା ପରିବର୍ତ୍ତେ ସାଢେ଼ ସାତ ବର୍ଷ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସବୁ ସମସ୍ୟା ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛି |

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ପଞ୍ଜାବ ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ କୃଷକ ଆନ୍ଦୋଳନ, ବୈଦେଶିକ ନୀତି, ଦରଦାମ୍ ବୃଦ୍ଧି ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ କଂଗ୍ରେସ କେବେ ବି ଦେଶକୁ ଭାଗ କରି ନାହିଁ ଏବଂ ସତ୍ୟକୁ ଲୁଚାଇ ନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର