ଖସିଲା ସଂକ୍ରମଣ, ବିଦେଶ ଫେରନ୍ତାଙ୍କ ପାଇଁ କୋହଳ ହେଲା କରୋନା କଟକଣା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ଯା କମିବାରେ ଲାଗିଛି। ସଂକ୍ରମଣ ଖସୁଥିବାରୁ କେନ୍ଦ୍ର ସରକାର ବିଦେଶ ଫେରନ୍ତାଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନରେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ହଟାଇ ଦିଆଯାଇଛି । ଏହି ନୂଆ ନିୟମ ଫେବ୍ରୁଆରୀ ୧୪ ତାରିଖରୁ ଲାଗୁ ହେବ । ନୂଆ ଗାଇଡଲାଇନ୍ ଅନୁଯାୟୀ, କେହି ବିଦେଶରୁ ଆସିଲେ ୧୪ ଦିନ ଯାଏ ନିଜେ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । କୋଭିଡର କୌଣସି […]

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ଯା କମିବାରେ ଲାଗିଛି। ସଂକ୍ରମଣ ଖସୁଥିବାରୁ କେନ୍ଦ୍ର ସରକାର ବିଦେଶ ଫେରନ୍ତାଙ୍କ ଲାଗି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନରେ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ହଟାଇ ଦିଆଯାଇଛି । ଏହି ନୂଆ ନିୟମ ଫେବ୍ରୁଆରୀ ୧୪ ତାରିଖରୁ ଲାଗୁ ହେବ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ନୂଆ ଗାଇଡଲାଇନ୍ ଅନୁଯାୟୀ, କେହି ବିଦେଶରୁ ଆସିଲେ ୧୪ ଦିନ ଯାଏ ନିଜେ ନିଜ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । କୋଭିଡର କୌଣସି ଲକ୍ଷଣ ଦେଖାଗଲେ ନିଜକୁ ଆଇସୋଲେଟ୍ କରିବେ । ଏଥିସହ ପୂର୍ବରୁ ଓମିକ୍ରନ୍ ବିପଦକୁ ଦେଖି ବିଭିନ୍ନ ଦେଶ ପାଇଁ ସରକାର ଜାରି କରିଥିବା ଆଟ ରିସ୍କ ଟ୍ୟାଗକୁ ମଧ୍ୟ ହଟାଇ ଦିଆଯାଇଛି । ଏଥିସହ ୮୨ଟି ଦେଶରୁ ଆସୁଥିବା ଯାତ୍ରୀ ଯାତ୍ରାର ୭୨ ଘଣ୍ଟା ମଧ୍ୟରେ କୋଭିଡ୍ ଆରଟିପିସିଆର୍ ନେଗେଟିଭ୍ ପ୍ରମାଣପତ୍ର ସହ ୨ ଡୋଜ୍ ଟିକା ନେଇଥିବା ସାର୍ଟିଫିକେଟ୍ ଅପଲୋଡ୍ କରିବେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର