ଆଧାର ସଂଯୋଗ ନହେଲେ ଏପ୍ରିଲ ୧ରୁ ଅଚଳ ହୋଇଯିବ ପାନ୍‌

The Sakala Picture
Published On

ନୂଆଦିଲ୍ଲୀ: ପାନ ନମ୍ବର ସହିତ ଆଧାର କାର୍ଡ ସଂଯୋଗ ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ପୂର୍ବରୁ ଏହି ଅବଧିକୁ କେନ୍ଦ୍ର ସରକାର ବହୁବାର ବୃଦ୍ଧି କରିଥିଲା ବେଳେ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ଏହାପରେ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର-ପାନ ସଂଯୋଗ ଅବଧି ବୃଦ୍ଧି କରାନଯାଏ ତେବେ ଏପ୍ରିଲ ୧ ରୁ ଆଧାର ଅଣ ସଂଯୋଜିତ ପାନ ନମ୍ବର ଅଚଳ ହୋଇଯିବ […]

ନୂଆଦିଲ୍ଲୀ: ପାନ ନମ୍ବର ସହିତ ଆଧାର କାର୍ଡ ସଂଯୋଗ ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ପୂର୍ବରୁ ଏହି ଅବଧିକୁ କେନ୍ଦ୍ର ସରକାର ବହୁବାର ବୃଦ୍ଧି କରିଥିଲା ବେଳେ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ଏହାପରେ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର-ପାନ ସଂଯୋଗ ଅବଧି ବୃଦ୍ଧି କରାନଯାଏ ତେବେ ଏପ୍ରିଲ ୧ ରୁ ଆଧାର ଅଣ ସଂଯୋଜିତ ପାନ ନମ୍ବର ଅଚଳ ହୋଇଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଜଣେ ବ୍ୟକ୍ତି କୌଣସି ଆର୍ଥିକ କାରବାର କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥିଲା ବେଳେ ଆବଶ୍ୟକ ସ୍ଥଳେ ପାନ ନମ୍ବର ଦେଇନପାରିଲେ ଆୟକର ଆଇନ ଧାରା ୨୭୨ ବି ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଜମାଖାତା ଖୋଲିବା, ବ୍ୟାଙ୍କରେ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଅର୍ଥ କାରବାର କରିବା କିମ୍ବା ମ୍ୟୁଚୁଆଲ ଫଣ୍ଡ ଓ ଶେୟାର କିଣିବା କ୍ଷେତ୍ରରେ ପାନ୍‌ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

22 Mar 2021 By The Sakala

ଆଧାର ସଂଯୋଗ ନହେଲେ ଏପ୍ରିଲ ୧ରୁ ଅଚଳ ହୋଇଯିବ ପାନ୍‌

ନୂଆଦିଲ୍ଲୀ: ପାନ ନମ୍ବର ସହିତ ଆଧାର କାର୍ଡ ସଂଯୋଗ ଅବଧି ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି। ପୂର୍ବରୁ ଏହି ଅବଧିକୁ କେନ୍ଦ୍ର ସରକାର ବହୁବାର ବୃଦ୍ଧି କରିଥିଲା ବେଳେ ପାନ ସହ ଆଧାର ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ରହିଛି। ଏହାପରେ ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଧାର-ପାନ ସଂଯୋଗ ଅବଧି ବୃଦ୍ଧି କରାନଯାଏ ତେବେ ଏପ୍ରିଲ ୧ ରୁ ଆଧାର ଅଣ ସଂଯୋଜିତ ପାନ ନମ୍ବର ଅଚଳ ହୋଇଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଜଣେ ବ୍ୟକ୍ତି କୌଣସି ଆର୍ଥିକ କାରବାର କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥିଲା ବେଳେ ଆବଶ୍ୟକ ସ୍ଥଳେ ପାନ ନମ୍ବର ଦେଇନପାରିଲେ ଆୟକର ଆଇନ ଧାରା ୨୭୨ ବି ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଜମାଖାତା ଖୋଲିବା, ବ୍ୟାଙ୍କରେ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଅର୍ଥ କାରବାର କରିବା କିମ୍ବା ମ୍ୟୁଚୁଆଲ ଫଣ୍ଡ ଓ ଶେୟାର କିଣିବା କ୍ଷେତ୍ରରେ ପାନ୍‌ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି।

https://www.thesakala.in/national-international/link-pan-card-with-aadhaar-card-last-date-31-march-2021/article-901
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର