ସତର୍କ ରୁହନ୍ତୁ ଗ୍ରାହକ, ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ କେବଳ ଦୁଇଦିନ କାର୍ଯ୍ୟ କରିବ ବ୍ୟାଙ୍କ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ଆସନ୍ତା ଏପ୍ରିଲ ମାସ ୪ ତାରିଖ ମଧ୍ୟରେ ବ୍ୟାଙ୍କ ମାତ୍ର ଦୁଇଦିନ କାର୍ଯ୍ୟ କରିବ। ଅର୍ଥାତ୍‌ ଆଠ ଦିନରେ ବ୍ୟାଙ୍କ କେବଳ ଦୁଇ ଦିନ କାର୍ଯ୍ୟ କରିବ। ବିଭିନ୍ନ କାରଣରୁ ଛୁଟି ଦିବସକୁ ନେଇ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଏଥିନେଇ ଗ୍ରାହକମାନଙ୍କୁ ଆଗୁଆ ସତର୍କ କରାଯାଇଛି। ଯଦି ଗ୍ରାହକମାନଙ୍କ କିଛି ଜରୁରୀ କାର୍ଯ୍ୟ କିମ୍ବା ଦେଣନେଣ ଥାଏ ତେବେ ଏହାକୁ ପୂର୍ବରୁ କରାଇନେବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା […]

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ଆସନ୍ତା ଏପ୍ରିଲ ମାସ ୪ ତାରିଖ ମଧ୍ୟରେ ବ୍ୟାଙ୍କ ମାତ୍ର ଦୁଇଦିନ କାର୍ଯ୍ୟ କରିବ। ଅର୍ଥାତ୍‌ ଆଠ ଦିନରେ ବ୍ୟାଙ୍କ କେବଳ ଦୁଇ ଦିନ କାର୍ଯ୍ୟ କରିବ। ବିଭିନ୍ନ କାରଣରୁ ଛୁଟି ଦିବସକୁ ନେଇ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଏଥିନେଇ ଗ୍ରାହକମାନଙ୍କୁ ଆଗୁଆ ସତର୍କ କରାଯାଇଛି। ଯଦି ଗ୍ରାହକମାନଙ୍କ କିଛି ଜରୁରୀ କାର୍ଯ୍ୟ କିମ୍ବା ଦେଣନେଣ ଥାଏ ତେବେ ଏହାକୁ ପୂର୍ବରୁ କରାଇନେବାକୁ ପରାମର୍ଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଚଳିତମାସ ୨୭ ତାରିଖରୁ ୨୯ ପର୍ଯ୍ୟନ୍ତ ବ୍ୟାଙ୍କ ଲଗାତର ତିନିଦିନ ପାଇଁ ବନ୍ଦ ରହିବ। ୨୭ ତାରିଖ ମାସର ଚତୁର୍ଥ ଶନିବାର ଭାବେ ବ୍ୟାଙ୍କ ବନ୍ଦ ରହିବାକୁ ଥିବା ବେଳେ ଏହାପରଦିନ ରବିବାର। ଏହା ପରଦିନ ଅର୍ଥାତ ୨୯ ତାରିଖରୁ ହୋଲି ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏହା ପରଦିନ ଅର୍ଥାତ ମାର୍ଚ୍ଚ ୩୦ ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି ତାଲିକାରେ ରହିଥିବା ବେଳେ ଦେଶର କେତେକ ସ୍ଥାନରେ ବ୍ୟାଙ୍କ ଖୋଲିପାରେ ଏବଂ ଆଉ କେତେକ ସ୍ଥାନରେ ବନ୍ଦ ମଧ୍ୟ ହୋଇପାରେ। ସେହିପରି ମାର୍ଚ୍ଚ ୩୧ ତାରିଖରେ କୌଣସି ଛୁଟି ଦିବସ ନଥିବା ଏବଂ ବ୍ୟାଙ୍କ ଖୋଲା ରହିବା ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷର ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଏହି ଦିନରେ ଗ୍ରାହକମାନେ ସେମାନଙ୍କ ନିୟମିତ କାରବାର କରିପାରିବେ ନାହିଁ। ସେହିପରି ଏପ୍ରିଲ ୧ ତାରିଖରେ ମଧ୍ୟ ବ୍ୟାଙ୍କର ବାର୍ଷିକ ’ ଆକାଉଣ୍ଟ କ୍ଲୋଜିଂ’ ପାଇଁ ଗ୍ରାହକମାନେ କାରବାର କରିବା ସମ୍ଭବ ହେବ ନାହିଁ। ଏହାପରେ ଏପ୍ରିଲ ୨ ତାରିଖରେ ଗୁଡ୍‌ ଫ୍ରାଇଡେ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହା ପରଦିନ ଅର୍ଥାତ ଏପ୍ରିଲ ୩ ତାରିଖ ଶନିବାର ବ୍ୟାଙ୍କ କାର୍ଯ୍ୟ କରିବ। ପୁଣି ଏପ୍ରିଲ ୪ ରବିବାର ବ୍ୟାଙ୍କ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏପ୍ରିଲ ମାସରେ ୧୪ ଦିନ ବ୍ୟାଙ୍କ ଛୁଟି: ରିଜର୍ଭ ବ୍ୟାଙ୍କ ଛୁଟି ଦିବସ ଅନୁସାରେ ଆସନ୍ତା ଏପ୍ରିଲ ମାସରେ ବ୍ୟାଙ୍କର ସର୍ବାଧିକ ଛୁଟି ଦିବସ ରହିବା ସହିତ ଦେଶର ବିଭିନ୍ନ ଭାଗରେ ବ୍ୟାଙ୍କ ବନ୍ଦ ରହିବ। ଏହିମାସରେ ୪ଟି ରବିବାର ଏବଂ ଦୁଇଟି ଶନିବାର ବ୍ୟତୀତ ମାସର ପ୍ରଥମ ଦିନ(ଏପ୍ରିଲ ୧) ବାର୍ଷିକ ଆକାଉଣ୍ଟ କ୍ଲୋଜିଂ ଦିବସ,ଏପ୍ରିଲ ୨ ରେ ଗୁଡ୍‌ ଫ୍ରାଇଡେ , ଏପ୍ରିଲ ୧୩ରେ ବୈଶାଖୀ/ନବରାତ୍ର, ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକର ଜୟନ୍ତୀ/ବିଷୁ ଏବଂ ଏପ୍ରିଲ ୨୧ରେ ରାମନବମୀ ପାଇଁ ବ୍ୟାଙ୍କ ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର