ଋଷ ଏବଂ ନାଟୋ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ଶୀତଳ ଯୁଦ୍ଧ

The Sakala Picture
Published On

ନୂଆଦିଲ୍ଲୀ: ସୋଭିଏତ ସଂଘ ୧୯୯୨ରେ ଭାଙ୍ଗିଯିବା ପରେ ଆମେରିକା ଏବଂ ତାହାର ୟୁରୋପୀୟ ସହଯୋଗୀଙ୍କ ସାମିରକ ମେଣ୍ଟ ନାଟୋର ଗୁରୁତ୍ବ ହ୍ରାସ ପାଇଥିଲା। ଆଗାମୀ ଦିନରେ ୟୁରୋପ ବାହାରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏହି ସଂଗଠନ ଅସ୍ତିତ୍ବ ହରାଇବ ବୋଲି ଭୂ-ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି। ଏହା ମଧ୍ୟରେ ୨୦୧୪ରେ ଋଷ କ୍ରିମିଆକୁ କବ୍‌ଜା କରିଥିଲା। ଏହି ସମୟରେ କ୍ଷମତା ସନ୍ତୁଳନ ଲାଗି ନାଟୋର ଆବଶ୍ୟକତା ଅନୁଭୂତ ହୋଇଥିଲା। ଏବେ ୟୁକ୍ରେନ ସୀମାରେ ଋଷ […]

ନୂଆଦିଲ୍ଲୀ: ସୋଭିଏତ ସଂଘ ୧୯୯୨ରେ ଭାଙ୍ଗିଯିବା ପରେ ଆମେରିକା ଏବଂ ତାହାର ୟୁରୋପୀୟ ସହଯୋଗୀଙ୍କ ସାମିରକ ମେଣ୍ଟ ନାଟୋର ଗୁରୁତ୍ବ ହ୍ରାସ ପାଇଥିଲା। ଆଗାମୀ ଦିନରେ ୟୁରୋପ ବାହାରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଏହି ସଂଗଠନ ଅସ୍ତିତ୍ବ ହରାଇବ ବୋଲି ଭୂ-ରାଜନୈତିକ ବିଶେଷଜ୍ଞମାନେ ଦାବି କରିଛନ୍ତି। ଏହା ମଧ୍ୟରେ ୨୦୧୪ରେ ଋଷ କ୍ରିମିଆକୁ କବ୍‌ଜା କରିଥିଲା। ଏହି ସମୟରେ କ୍ଷମତା ସନ୍ତୁଳନ ଲାଗି ନାଟୋର ଆବଶ୍ୟକତା ଅନୁଭୂତ ହୋଇଥିଲା। ଏବେ ୟୁକ୍ରେନ ସୀମାରେ ଋଷ ୧.୫ ଲକ୍ଷ ସୈନ୍ୟ ମୁତୟନ କରିଥିବାରୁ ନାଟୋର ଭୂମିକା ଅଧିକ ବୃଦ୍ଧି ପାଇଛି। ଏଥିସହିତ ନୂଆ ଶୀତଳ ଯୁଦ୍ଧ ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଆମେରିକାର ବରିଷ୍ଠ ଗୁଇନ୍ଦା ଅଧିକାରୀ ଆଣ୍ଡ୍ରିଆ କେଣ୍ଡଲ-ଟେଲର କହିଛନ୍ତି ଯେ ଆଫଗାନିସ୍ତାନରେ ତାଲିବାନ କବ୍‌ଜା ଏବଂ ଅଷ୍ଟ୍ରେଲିଆ ବୁଡାଜାହଜ ଚୁକ୍ତିରେ ଫ୍ରାନ୍ସର ଅପମାନ ଯୋଗୁଁ ସ୍ଥିତି ବଦଳି ଯାଇଛି। ନାଟୋର ଅନେକ ଦୋଷ ଦୁର୍ବଳତା ରହିଥିବା ଅନୁଭବ କରାଯାଇଥିଲା। ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। କିନ୍ତୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆକ୍ରାମକ ନୀତି ଏବଂ ଧମକ ଯୋଗୁଁ ନାଟୋ ୧୯୯୨ର ସ୍ଥିତିକୁ ପୁଣିଥରେ ଫେରିଆସିଛି। ଚଳିତ ସପ୍ତାହରେ ସଂଗଠନର ୩୦ ସଦସ୍ୟ ରାଷ୍ଟ୍ର ଏକାଠି ବୈଠକ କରି ନାଟୋକୁ ନୂଆ ଜୀବନ ଦେଇଛନ୍ତି। ସେମାନେ ଋଷ୍‌ ମୁକବିଲା ପାଇଁ ପ୍ରସ୍ତୁତ ଥିବା କହିଥିଲେ। ସ୍ବିଡେନର ସିକ୍ୟୁରିଟି ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନର ମୁଖ୍ୟ ଅନ୍ନା ୱିଜଲ୍ୟାଣ୍ଡରଙ୍କ ଅନୁଯାୟୀ ଋଷକୁ ଅଟକାଇବା ନାଟୋର ଡିଏନଏରେ ରହିଛି। କାରଣ ଏହି ଦେଶ ୟୁରୋପୀୟ ରାଷ୍ଟ୍ରର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ। ସେଣ୍ଟର ଫର ୟୁରୋପିଆନ ରିଫର୍ମର ସୁରକ୍ଷା ବିଶେଷଜ୍ଞ ସୋଫିଆ ବେସ୍ଚ କହିଛନ୍ତି ଯେ ନାଟୋର ସହଯୋଗୀମାନେ ମିଶି ଏହାକୁ ସୃଷ୍ଟି କରିଛନ୍ତି। ଏହି ସଂଗଠନର ମହତ୍ତ୍ବ କେବେ କମ୍‌ ହୋଇନାହିଁ। କାରଣ ଏପରି ହେବାକୁ ଦିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ବିଶେଷଜ୍ଞଙ୍କ ଅନୁଯାୟୀ ୟୁରୋପୀୟ ଦେଶ ମଧ୍ୟରେ କଳି, ବିଭାଜିତ ଆମେରିକା ଏବଂ କମଜୋର ରାଷ୍ରପତିଙ୍କୁ ପୁତିନ ଏକ ସୁଯୋଗ ଭାବେ ଦେଖୁଛନ୍ତି। ସେ ଏହାର ଲାଭ ଉଠାଇବାକୁ ଚାହୁଁଛନ୍ତି। ଏ ପର୍ଯ୍ୟନ୍ତ ନାଟୋ ରାଷ୍ଟ୍ର ଏକାଠି ଥିଲେ ମଧ୍ୟ ସେମାନଙ୍କ ଏକତାକୁ ପରୀକ୍ଷା କରାଯାଇନାହିଁ। କଠିନ ସମୟରେ ଏହି ସବୁ ଦେଶ ଏକାଠି ରହିବେ କି ନାହିଁ ସନ୍ଦେହ। ଏ ନେଇ କିଛି କହିହେବ ନାହିଁ। ତେବେ ଋଷ ସୀମାକୁ ଲାଗିଥିବା ବାଲ୍‌ଟିକ ଦେଶ ଏବଂ ପାଲୋଣ୍ଡ ପାଇଁ ନାଟୋ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ପୁତିନ ବାରମ୍ବାର ଆମେରିକାକୁ ଚେତାବନୀ ଦେଇ ଚାଲିଛନ୍ତି। ବଦନାମ କରିବା ପାଇଁ ଆମେରିକା ମିଥ୍ୟା ଖବର ପ୍ରଚାରପ୍ରସାର କରୁଛି ବୋଲି ଋଷ ଅଭିଯୋଗ କରିଛି। ଆମେରିକା ନାଟୋକୁ ବିସ୍ତାର କରିବା ପାଇଁ ଚାହୁଁଛି। ଋଷ ସହ ଲାଗିଥିବା ଦେଶଗୁଡିକର ସୀମାରୁ ଆମେରିକା ନାଟୋ ସେନାକୁ ପ୍ରତ୍ୟାହାର କରିବା ଉଚିତ। ୨୦୧୪ରେ ଋଷ କ୍ରିମିଆକୁ କବ୍‌ଜା କରିବା ପରଠାରୁ ନାଟୋ ଦୁର୍ବଳ ହୋଇଯାଇଛି। ଏହାର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଏକତା ନାହିଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ହସର ପାତ୍ର ବନାଇଥିଲେ। ସେ ସଂଗଠନ ଛାଡିବେ ବୋଲି କହିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମଧ୍ୟ ନାଟୋର ବ୍ରେନ ଡେଡ ହୋଇଯାଇଛି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର