ପରାଜୟ ଭୟରେ ନିଷ୍ପତ୍ତି ବଦଳାଇଲେ ଯୋଗୀ: ଅଯୋଧ୍ୟା ନୁହେଁ; ଗୋରଖପୁରରୁ ଲଢ଼ିବେ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ହୋଇଥିବା ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରାଯାଇଛି। ସେ ଅଯୋଧ୍ୟାରୁ ନିର୍ବାଚନ ଲଢିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଦଳର ହାଇକମାଣ୍ଡ ମଧ୍ୟ ଏହା ଚାହୁଁଥିଲେ। ଯୋଗୀଙ୍କ ଭଳି କଟ୍ଟର ହିନ୍ଦୁତ୍ବ ଚେହେରାକୁ ଅଯୋଧ୍ୟାରୁ ପ୍ରାର୍ଥୀ କରି ସମ୍ପୂର୍ଣ୍ଣ ପ୍ରଦେଶରେ ଭୋଟ ଧ୍ରୁବୀକରଣ କରିବାକୁ ଆଶା ରଖାଯାଇଥିଲା। ତେବେ ପରାଜୟ ଭୟରେ […]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ହୋଇଥିବା ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁରରୁ ପ୍ରାର୍ଥୀ କରାଯାଇଛି। ସେ ଅଯୋଧ୍ୟାରୁ ନିର୍ବାଚନ ଲଢିବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଦଳର ହାଇକମାଣ୍ଡ ମଧ୍ୟ ଏହା ଚାହୁଁଥିଲେ। ଯୋଗୀଙ୍କ ଭଳି କଟ୍ଟର ହିନ୍ଦୁତ୍ବ ଚେହେରାକୁ ଅଯୋଧ୍ୟାରୁ ପ୍ରାର୍ଥୀ କରି ସମ୍ପୂର୍ଣ୍ଣ ପ୍ରଦେଶରେ ଭୋଟ ଧ୍ରୁବୀକରଣ କରିବାକୁ ଆଶା ରଖାଯାଇଥିଲା। ତେବେ ପରାଜୟ ଭୟରେ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିବାକୁ ମନା କରିଥିବା କୁହାଯାଉଛି। ସେ ଗୋରଖପୁର ସହର ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ଏଠାରେ ନାଥ ସମ୍ପ୍ରଦାୟର ମଠ ରହିଛି। ଯୋଗୀ ଏହାର ମହନ୍ତ ଅଛନ୍ତି। ବିଜେପି ଶନିବାର ୧୦୭ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏପରି ହୋଇନାହିଁ। ଯୋଗୀ ଅଯୋଧ୍ୟାରୁ ଲଢ଼ିଲେ ଲାଭ ହୋଇଥାନ୍ତା ବୋଲି ଦଳ ଆଶା ରଖିଥିଲା। ଶ୍ରୀରାମ ମନ୍ଦିର ନାମରେ ୟୁପିରେ ମାହୋଲ ସୃଷ୍ଟି ହୋଇପାରିବ। ବୋଧେ ବିଜେପି ଛାଡି ଏସ୍‌ପିରେ ସାମିଲ ହୋଇଥିବା ମନ୍ତ୍ରୀ ଏବଂ ବିଧାୟକଙ୍କ ଯୋଗୁଁ ଯୋଗୀ ଏହି ନିଷ୍ପତ୍ତି ନେଇଥାଇପାରନ୍ତି। ପରାଜୟବରଣ କରିଥିଲେ ନିନ୍ଦିତ ହୋଇଥାନ୍ତେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ଯୋଗୀ ଅଯୋଧ୍ୟାକୁ ୪୪ ଥର ଯାଇ ସଭାକୁ ସମ୍ବୋଧନ କରିଛନ୍ତି। ସୂତ୍ର ଅନୁଯାୟୀ ଯୋଗୀ ଅଯୋଧ୍ୟାରୁ ନିର୍ବାଚନ ଲଢିଥିଲେ ତାହାର ଫାଇଦା ଉତ୍ତରାଖଣ୍ଡରେ ମିଳିଥାନ୍ତା ବୋଲି ବିଜେପି ଆଶା ରଖିଥିଲା। କିନ୍ତୁ ଯୋଗୀ ନିଜ ଗଡ଼ ଗୋରଖପୁରରୁ ଲଢି ବିଜୟ ସୁନିଶ୍ଚିତ କରିବାକୁ ଚାହୁଁଥିଲେ। ଅଯୋଧ୍ୟାରେ ୯୩.୨୩ ପ୍ରତିଶତ ହିନ୍ଦୁ ଅଛନ୍ତି। ଏହା ସତ୍ତ୍ବେ ବିଜେପିର ବିଜୟ ସୁନିଶ୍ଚିତ ନାହିଁ। ୨୦୧୨ରେ ଏସ୍‌ପି ଏହି ଆସନ ଜିତିଥିଲା। ୨୦୧୭ ମୋଦୀ-ଯୋଗୀ ଲହର ଯୋଗୁଁ ଏହା ବିଜେପି ହାତକୁ ଫେରିଥିଲା। ଚଳିତ ଧର କ’ଣ ସମୀକରଣ ହେବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

୨୦୧୭ ନିର୍ବାଚନରେ ଏସ୍‌ପିର ପବନ ପାଣ୍ଡେ ଅଯୋଧ୍ୟାରୁ ବିଜୟୀ ହୋଇଥିଲେ। ବିଜେପିର ଲଲ୍ଲୁ ସିଂହ ଏବଂ ବିଏସ୍‌ପିର ବେଦପ୍ରକାଶ ଗୁପ୍ତା ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଥିଲେ। ଅନ୍ୟ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ଭୋଟ୍‌ ସେୟାର ମଧ୍ୟ ଠିକ୍‌ଠାକ୍‌ ରହିଥିଲା। ୨୦୧୭ ନିର୍ବାଚନରେ ଏସ୍‌ପିର ଭୋଟ ବ୍ୟାଙ୍କ ଅଧିକ ହ୍ରାସ ପାଇନଥିଲା। ବିଏସ୍‌ପିର ଭୋଟ ସେୟାର ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ମୋଦୀ-ଯୋଗୀ ଲହର ଅନ୍ୟ ସବୁ ଦଳ ତଥା ସ୍ବାଧୀନ ପ୍ରାର୍ଥୀଙ୍କ ପତ୍ତା କାଟି ଦେଇଥିଲା। ସେମାନଙ୍କୁ ମାତ୍ର ୫.୯୨ ପ୍ରତିଶତ ଭୋଟ ମିଳିଥିଲା। ଅର୍ଥାତ୍‌ ୨୦୧୨ ତୁଳନାରେ ୨୨ ପ୍ରତିଶତ ଭୋଟ ହ୍ରାସ ପାଇଥିଲା। ଏହା ବିଜେପିକୁ ଯାଇଥିଲା। ଏବେ ଏସ୍‌ପି ମେଣ୍ଟ ସମୀକରଣ ବିଗାଡିପାରେ। ଏହି ଆଶଙ୍କା ଯୋଗୁଁ ଯୋଗୀ ଅଯୋଧ୍ୟାରୁ ଲଢିବାକୁ ଚାହିଁନଥିଲେ। ଅଯୋଧ୍ୟାରେ ବ୍ରାହ୍ମଣ ଖୁସି ଥିଲେ ବିଜେପିର ବିଜୟ ସୁନିଶ୍ଚିତ ହୋଇଥାନ୍ତା। ଅଯୋଧ୍ୟାର ସହର କ୍ଷେତ୍ରରେ ୭୦ ହଜାର ବ୍ରାହ୍ମଣ, ୨୮ ହଜାର କ୍ଷତ୍ରୀୟ, ୨୭ ହଜାର ମୁସଲମାନ, ୫୦ ହଜାର ଦଳିତ ଏବଂ ଯାଦବ ଭୋଟରଙ୍କ ସଂଖ୍ୟା ୪୦ ପ୍ରତିଶତ ରହିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ମିତ୍ରସେନ ଯାଦବ ଏଠାକାର ସାଂସଦ ନିର୍ବାଚିତ ହେଉଥିଲେ। ପରେ ସେ ଏସ୍‌ପିରେ ସାମିଲ ହୋଇଥିଲେ। ଯୋଗୀ ନିର୍ବାଚନ ଲଢ଼ିଥିଲା କଡ଼ା ମୁକାବିଲା ହୋଇଥାନ୍ତା। ତାଙ୍କୁ ଅଧିକ ସମୟ ଦେବାକୁ ପଡିଥାନ୍ତା। କାରଣ ଏଠାରେ ଏସ୍‌ପି ବିଧାୟକ ପବନ ପାଣ୍ଡେଙ୍କ ଦବଦବା ରହିଛି। ଯୋଗୀ ଏଠାରୁ ହଟିବା ପରେ ଅଯୋଧ୍ୟା ସଦର ଆସନ ମଧ୍ୟ ବିଜେପି ହାତରୁ ଚାଲିଯିବା ଭଳି ମନେ ହେଉଛି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଯୋଗୀ ନିର୍ବାଚନ ଲଢିବା ଆଶଙ୍କା ମଧ୍ୟରେ ସାଧୁସନ୍ଥ, ମଠ, ମନ୍ଦିରରେ ଜଡ଼ିତ ଥିବା ଲୋକମାନେ ବିଜେପି କର୍ମୀଙ୍କ ସହ ସମ୍ପର୍କ ଯୋଡିବା ଆରମ୍ଭ କରିଦେଇଥିଲେ। ୮ରୁ ୧୨ ଲୋକଙ୍କ ଟିମ୍‌ ଗଠନ କରାଯାଇ ଘରେ ଘରେ ଯାଇ ନିର୍ବାଚନ ପ୍ରଚାର କରୁଥିଲେ। ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ସାଧୁସନ୍ଥ କହୁଥିଲେ। ବ୍ୟବସାୟୀ ମଧ୍ୟ ଯୋଗୀଙ୍କ ପ୍ରଚାର କରୁଥିଲେ। ୱାର୍ଡସ୍ତରରେ ବିଜେପିର ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରୁ ପ୍ରତ୍ୟେକ ୱାର୍ଡର ଲୋକଙ୍କୁ ବିଜେପି ସହ ଯୋଡିବା ପାଇଁ ପ୍ରୟାସ କରାଯାଉଥିଲା। ତେବେ ଯୋଗୀ ନିଜେ ଗୋରଖପୁରରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ଗୋରଖପୁର ଛାଡିଲେ ୧୭ ବିଧାନସଭା ଆସନରେ ତାହାର ପ୍ରଭାବ ପଡିବ ବୋଲି ସେ କହୁଥିଲେ। ଏହି କ୍ଷେତ୍ରରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଦବାଦବା ଥିବା କୁହାଯାଉଛି। ଅଯୋଧ୍ୟାର ଜାତି ଗଣିତ ସବୁବେଳେ କାମରେ ଆସିନଥାଏ ବୋଲି ଯୋଗୀ ଭୟ କରୁଥିଲେ। ୧୯୬୭ରେ ପ୍ରଥମ ଥର ପାଇଁ ବୈସ୍ୟ ସମାଜର ବୃଜକିଶୋର ଅଗ୍ରୱାଲ ଭାରତୀୟ ଜନସଂଘରୁ ନିର୍ବାଚନ ଜିତିଥିଲେ। ସେତେବେଳ ସହରରେ ବୈଶ୍ୟ ସମାଜର ଜନସଂଖ୍ୟା ବହୁତ କମ୍‌ ଥିଲା। ଏହା ପରେ ବିଶ୍ବନାଥ କପୁର ବିକେଡିର ବ୍ରାହ୍ମଣ ପ୍ରାର୍ଥୀଙ୍କୁ ହରାଇଥିଲେ। ୧୯୭୪ ନିର୍ବାଚନରେ ଜନସଂଘର ବେଦ ପ୍ରକାଶ ଅଗ୍ରୱାଲ ବିକେଡିର ସନ୍ଥ ଶ୍ରୀରାମ ଦ୍ବିବେଦୀଙ୍କୁ ବହୁତ କମ୍‌ ଭୋଟରେ ହରାଇଥିଲେ। ୧୯୭୭ରେ ଜୟଶଙ୍କର ପାଣ୍ଡେ ଏସପି ଟିକେଟରୁ ନିର୍ବାଚନ ଲଢିଥିଲେ। ସେତେବେଳ ବ୍ରାହ୍ମଣମାନେ କଂଗ୍ରେସର ଭୋଟବ୍ୟାଙ୍କ ଥିଲେ। କିନ୍ତୁ ଜନତା ଲହରରେ ଜାତି ସମକରଣରୁ ଊର୍ଦ୍ଧ୍ବରୁ ଉଠି ସେ ବିଜୟୀ ହୋଇଥିଲେ। କିନ୍ତୁ ଆଗାମୀ ବିଧାନସଭା ନିର୍ବାଚନରେ ସେ ନିର୍ମଳ ଖତ୍ରିଙ୍କଠାରୁ ପରାଜିତ ହୋଇଥିଲେ। ସେ ସମୟରେ ଅଯୋଧ୍ୟାରେ ବହୁତ କମ ଖତ୍ରି ସମ୍ପ୍ରଦାୟର ଲୋକ ଥିଲେ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର