ସମାଜବାଦୀ ପାର୍ଟି ସହ କୌଣସି ମେଣ୍ଟ କରିବନି ଭୀମ ସେନା

The Sakala Picture
Published On

ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ । ଗୁରୁବାର ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ଭୀମ ସେନା ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ […]

ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ । ଗୁରୁବାର ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ଭୀମ ସେନା ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି କି ତାଙ୍କ ଦଳ ଆଜାଦ ସମାଜ ପାର୍ଟି ଆସନ୍ତା ନିର୍ବାଚନରେ ଏସପି ସହ ମେଣ୍ଟ କରିବ ନାହିଁ । ସମାଜବାଦୀ ପାର୍ଟି ଦଳିତ ଭୋଟ ହାସଲ କରିବାକୁ ଚାହୁଁନି ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ଚନ୍ଦ୍ରଶେଖର କହିଛନ୍ତି କି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁହେଲଦେବ ଭାରତୀୟ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, ଜନବାଦୀ ପାର୍ଟି, ସମାଜବାଦୀ, ଆପନା ଦଳ- କ୍ରିଷ୍ଣା ପଟେଲ, ପ୍ରଗତିଶୀଳ ସମାଜବାଦୀ ପାର୍ଟି- ଲୋହିୟା ଓ ମହାନ ଦଳ ସହ ସମାଜବାଦୀ ପାର୍ଟି ମେଣ୍ଟ କରିସାରିଛି । ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ଉତ୍ତରପ୍ରଦେଶରେ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

15 Jan 2022 By The Sakala

ସମାଜବାଦୀ ପାର୍ଟି ସହ କୌଣସି ମେଣ୍ଟ କରିବନି ଭୀମ ସେନା

ଲକ୍ଷ୍ନୌ: ସରଗରମ ହେଉଛି ଉତ୍ତର ପ୍ରଦେଶ ନିର୍ବାଚନ । ଗୁରୁବାର ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ଭୀମ ସେନା ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବନି ଭୀମ ସେନା । ଶନିବାର ସାମ୍ବାଦିକ ସମ୍ମିଳନୀ କରି ଭୀମ ସେନା ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ କହିଛନ୍ତି କି ତାଙ୍କ ଦଳ ଆଜାଦ ସମାଜ ପାର୍ଟି ଆସନ୍ତା ନିର୍ବାଚନରେ ଏସପି ସହ ମେଣ୍ଟ କରିବ ନାହିଁ । ସମାଜବାଦୀ ପାର୍ଟି ଦଳିତ ଭୋଟ ହାସଲ କରିବାକୁ ଚାହୁଁନି ବୋଲି କହିଛନ୍ତି ଚନ୍ଦ୍ରଶେଖର ।

ଚନ୍ଦ୍ରଶେଖର କହିଛନ୍ତି କି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ସୁହେଲଦେବ ଭାରତୀୟ ସମାଜ ପାର୍ଟି, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, ଜନବାଦୀ ପାର୍ଟି, ସମାଜବାଦୀ, ଆପନା ଦଳ- କ୍ରିଷ୍ଣା ପଟେଲ, ପ୍ରଗତିଶୀଳ ସମାଜବାଦୀ ପାର୍ଟି- ଲୋହିୟା ଓ ମହାନ ଦଳ ସହ ସମାଜବାଦୀ ପାର୍ଟି ମେଣ୍ଟ କରିସାରିଛି । ଆସନ୍ତା ଫେବ୍ରୁଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ଉତ୍ତରପ୍ରଦେଶରେ ୭ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

https://www.thesakala.in/national-international/bhim-army-chief-chandrashekhar-azad-ravan-denies-for-alliance-with-samajwadi-party/article-8463
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର