ରାଜସ୍ଥାନରୁ ଆସିଲା ଛାତି ଥରା ଘଟଣା: ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ତୀକ୍ଷ୍ଣ ସାମଗ୍ରୀ ଭର୍ତ୍ତି

The Sakala Picture
Published On

ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଆସିଲା ଏକ ଛାତି ଥରା ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଓଭରବ୍ରିଜ ନିକଟରେ ଫିଙ୍ଗିଦେଲେ ଅଭିଯୁକ୍ତ। ଖାଲି ଏତିକି ନୁହେଁ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଙ୍ଗରେ ତୀକ୍ଷ୍ଣ ଜିନିଷରେ ଆଘାତ କରିଥିବା ଜଣାପଡ଼ିଛି। ରାଜସ୍ଥାନରେ ଦିଲ୍ଲୀର ନିର୍ଭୟାକାଣ୍ଡର ପୁନରାବୃତ୍ତି ଘଟିଥିବା ହେତୁ ରାଜନୀତିରେ ଉତ୍ତେଜନା ଦେଖାଦେଇଛି।  ଏହି ଘଟଣା ପରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଆଇଟି ଟିମ୍ ଗଠନ […]

ରାଜସ୍ଥାନ: ରାଜସ୍ଥାନର ଅଲୱରରୁ ଆସିଲା ଏକ ଛାତି ଥରା ଘଟଣା । ଜଣେ ଭିନ୍ନକ୍ଷମ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଓଭରବ୍ରିଜ ନିକଟରେ ଫିଙ୍ଗିଦେଲେ ଅଭିଯୁକ୍ତ। ଖାଲି ଏତିକି ନୁହେଁ ଅଭିଯୁକ୍ତମାନେ ତାଙ୍କ ଗୁପ୍ତାଙ୍ଗରେ ତୀକ୍ଷ୍ଣ ଜିନିଷରେ ଆଘାତ କରିଥିବା ଜଣାପଡ଼ିଛି। ରାଜସ୍ଥାନରେ ଦିଲ୍ଲୀର ନିର୍ଭୟାକାଣ୍ଡର ପୁନରାବୃତ୍ତି ଘଟିଥିବା ହେତୁ ରାଜନୀତିରେ ଉତ୍ତେଜନା ଦେଖାଦେଇଛି।  ଏହି ଘଟଣା ପରେ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି। କିନ୍ତୁ ଅଦ୍ୟାବଧି ଅଭିଯୁକ୍ତମାନେ ପୁଲିସ ଦ୍ୱାରା ଧରାପଡି ନାହାଁନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସୂଚନା ଅନୁଯାୟୀ,  ମଙ୍ଗଳବାର ଦିନ ପୀଡିତାଙ୍କୁ ଅଲୱରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ଉକ୍ତ ନାବାଳିକାର ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବୁଧବାର ତାଙ୍କୁ ଚିକିତ୍ସା ପାଇଁ ଜୟପୁରର ଜେ.କେ ଲନ ଡାକ୍ତରଖାନାକୁ ନିଆଯାଇଥିଲା। ପ୍ରାୟ ଅଢେଇ ଘଣ୍ଟା ଅପରେସନ୍ କରିବା ପରେ ଡାକ୍ତରମାନେ କହିଛନ୍ତି ଯେ ପୀଡିତା ବର୍ତ୍ତମାନ ବିପଦରୁ ବାହାରିଛନ୍ତି। ରାଜସ୍ଥାନ ମନ୍ତ୍ରୀ ପାର୍ସାଡି ଲାଲ ମୀନା କହିଛନ୍ତି ଯେ ଡାକ୍ତରମାନେ ସଫଳତାର ସହ ଅପରେସନ୍ କରିଛନ୍ତି ଏବଂ ସେ ବର୍ତ୍ତମାନ ବିପଦ ମୁକ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଖବର ଅନୁଯାୟୀ, ଉକ୍ତ ନାବାଳିକାର ଆଭ୍ୟନ୍ତରୀଣ ଶରୀରର ଅଙ୍ଗ ନଷ୍ଟ ହୋଇଯାଇଥିଲା ଏବଂ ସେ ବର୍ତ୍ତମାନ ଜେ.କେ ଲନ୍ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅଛନ୍ତି। ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକରେ ଅନେକ ଗଭୀର ଆଘାତ ଲାଗିଛି। ସେପଟେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଚେଷ୍ଟା କରୁଥିବା କହିଛି। ୨୫ କିଲୋମିଟର ପରିସର ମଧ୍ୟରେ ସ୍ଥାପିତ ୩୦୦ ରୁ ଅଧିକ ସିସିଟିଭି କ୍ୟାମେରାରୁ ଫୁଟେଜ ଯାଞ୍ଚ କରିଥିବା ପୁଲିସ କହିଛି।  ତଥାପି ଏ ପର୍ଯ୍ଯନ୍ତ କୌଣସି ପ୍ରମାଣ ମିଳିନାହିଁ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ପାର୍ସାଦୀ ଲାଲ ମୀନା କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ କରାଯାଇଛି ଏବଂ ଅଭିଯୁକ୍ତକୁ ଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ଖୁବ ଶୀଘ୍ର ଦୋଷୀମାନକୁ ଗିରଫ କରାଯିବ ବୋଲି ରାଜସ୍ଥାନର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶ ଆଶ୍ୱାସନା ଦେଇଛନ୍ତି।

ମମତା ଭୁପେଶ ମଧ୍ୟ ଉକ୍ତ ନାବାଳିକା ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ୬ ଲକ୍ଷ ଟଙ୍କା ମଧ୍ୟରୁ ୫ ଲକ୍ଷ ଟଙ୍କା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ୧ ଲକ୍ଷ ଟଙ୍କା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରଦାନ କରିଛନ୍ତି। ସେହିପରି ସାମାଜିକ ନ୍ୟାୟ ମନ୍ତ୍ରୀ ଟିକରାମ ଜୁଲି ମଧ୍ୟ ଅଲୱାରରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ୩.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର